ଫୋକସରେ ପନିପରିବା ଚାଷୀ: ରାଜ୍ୟରେ ଏକ ହଜାରରୁ ଅଧିକ କୋଲ୍ଡ ରୁମ ନିର୍ମାଣ କରିବ କୃଷି ବିଭାଗ

The Sakala Picture
Published On

ଭୁବନେଶ୍ବର: ପାର୍ବଣ ଉପଲକ୍ଷେ ଚାଷୀ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏକ ହଜାରରୁ ଅଧିକ କୋଲ୍ଡ ରୁମ ନିର୍ମାଣ କରିବ କୃଷି ବିଭାଗ । ଯାହା ପନିପରିବା ସଂରକ୍ଷଣ କରିବା ସହ ସେ ଗୁଡ଼ିକୁ ସଢିବାକୁ ଦେବନି । ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ସମୟରେ ନିଷ୍ପତ୍ତି ନିଆଯାଇଛି । ଫୋକସରେ ପନିପରିବା ଚାଷୀ […]

ଭୁବନେଶ୍ବର: ପାର୍ବଣ ଉପଲକ୍ଷେ ଚାଷୀ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏକ ହଜାରରୁ ଅଧିକ କୋଲ୍ଡ ରୁମ ନିର୍ମାଣ କରିବ କୃଷି ବିଭାଗ । ଯାହା ପନିପରିବା ସଂରକ୍ଷଣ କରିବା ସହ ସେ ଗୁଡ଼ିକୁ ସଢିବାକୁ ଦେବନି । ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ସମୟରେ ନିଷ୍ପତ୍ତି ନିଆଯାଇଛି ।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

ଫୋକସରେ ପନିପରିବା ଚାଷୀ । ପରିବା ପଚିସଢି ନଷ୍ଟ ହେବା ଭଳି ସ୍ଥିତି ଆଉ ସୃଷ୍ଟି ହେବନି । କମଦାମରେ ବିକି କ୍ଷତି ସହିବେନି ଚାଷୀ । ରାଜ୍ୟ ସରକାର ଖୋଲିବେ କୋଲ୍ଡ ରୁମ୍ । ରାଜ୍ୟରେ ପନିପରିବା ଓ ଫଳଚାଷର ରହିଛି ପର୍ୟ୍ୟାପ୍ତ ସୁଯୋଗ । ରାଜ୍ୟ ସରକାର କୃଷି କ୍ଷେତ୍ରରେ ଫସଲର ବିବିଧିକରଣକୁ ପ୍ରାଧାନ୍ୟ ଦେଉଥିରବାବେଳେ ପନିପରିବା ଚାଷ ଦ୍ଵାରା ଚାଷୀମାନଙ୍କର ଆୟବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଉଛି । ରାଜ୍ୟ ସରକାର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ମାଧ୍ୟମରେ ପନିପରିବା ଓ ଫଳଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା କାର୍ୟ୍ୟକାରୀ କରୁଛନ୍ତି । ହେଲେ ସଂରକ୍ଷଣ ଅଭାବରୁ ସେ ସବୁ ଅନେକ ସମୟରେ ନଷ୍ଟ ହୋଇଯାଏ । ନହେଲେ ବାଧ୍ୟ ହୋଇ କମ୍ ଦାମରେ ବିକି କ୍ଷତି ସହନ୍ତି ଚାଷୀ ।

ଆହୁରି ପଢ଼ନ୍ତୁ: ପୌର ନିର୍ବାଚନ ପ୍ରସ୍ତୁତି ଜୋରଦାର: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି

ଏବେ ପନିପରିବାର ଉପଯୁକ୍ତ ସଂରକ୍ଷଣ ନିମନ୍ତେ ରାଜ୍ୟରେ ୧୦ରୁ ୧୫ ଟନ କ୍ଷମତାବିଶିଷ୍ଟ ଏକ ହଜାରରୁ ଊର୍ଦ୍ଧ୍ବ କୋଲଡ୍ ରୁମ୍ ସ୍ଥାପନ କରାଯିବ । ଏଥିସହିତ ରାଜ୍ୟରେ ଆଳୁ ଚାଷକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଇଛି । ୨୦୨୩-୨୪ ବର୍ଷ ଖରିଫରେ ରାଜ୍ୟରେ ଖରିଫ୍ ଆଳୁ ଚାଷ କରାଯାଇଥିବାବେଳେ ରବିଋତୁରେ ଆଳୁଚାଷ ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ପ୍ରାମାଣିକ ଆଳୁ ବିହନ ସଂଗ୍ରହ କରାଯାଉଛି । ଅଧିକ ଆଳୁ ଉତ୍ପାଦନ ନିମନ୍ତେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇଦେବା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଗୁରୁତ୍ବ ପ୍ରଦାନ କରୁଛି । ବହୁ ଦିନରୁ ବିଧାୟକମାନେ କୃଷି ସଶକ୍ତିକରଣ ପାଇଁ ଅନେକ ପରାମର୍ଶ ଦେଇଥିଲେ । ଯାହାକୁ କାର୍ୟ୍ୟକାରୀ କରୁଛନ୍ତି ରାଜ୍ୟ ସରକାର ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶରେ ବଡ଼ ଅଘଟଣ: ନାଳର ପ୍ରଖର ସ୍ରୋତରେ ଭାସିଗଲା କାର୍‌, ୮ ଓଡ଼ିଆ ଶ୍ରଦ୍ଧାଳୁ ମୃତ

ପନିପରିବା ଚାଷରେ ସ୍ବାବଲମ୍ବୀ ହେବାରେ ଲାଗୁଛି ଓଡ଼ିଶା । ସ୍ବତନ୍ତ୍ର ଯୋଜନା ଅଧୀନରେ କଦଳୀ, ସେଓ, ଆତ, କମଳା, ଲିଚୁ, ସପୁରୀ, ଅମୃତଭଣ୍ଡା, ପିଜୁଳି, ଡାଳିମ୍ବ ଓ ପଣସ ପରି ଚାଷ ବି ବ୍ୟାପକ ଭାବେ ଆରମ୍ଭ ହେଲାଣି । ଏପରି ସ୍ଥିତିରେ କୋଲଡ୍ ରୁମ୍ ପ୍ରତିଷ୍ଠା କରି ଚାଷର ସୁରକ୍ଷା ସହ ଚାଷୀର ବିକାଶ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଯାହା ଚାଷୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିଛି ।

ଚାଷୀଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ ଫାର୍ମ ପଣ୍ଡ ପ୍ଲସ୍ ଯୋଜନା କରାଯାଉଛି । ଯେଉଁଥିରେ ସମନ୍ବିତ କୃଷି, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ ବିଭିନ୍ନ ଚାରା ରୋପଣ କାର୍ୟ୍ୟକ୍ରମ, ରିୱାର୍ଡ ଯୋଜନାରେ ଜଳସେଚନ ସୁବିଧା, କଫିଚାଷ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, କୂପ ଖନନ, ଜାତୀୟ ହର୍ଟିକଲଚର ମିଶନରେ ନଡ଼ିଆ ଚାଷ ଆଦି କାର୍ଯ୍ୟକ୍ରମ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର