ବିଏସ୍‌କେୱାଇ ଅଚଳ! ଚିକିତ୍ସା କରିବାକୁ ଅରାଜି ଘରୋଇ ଡାକ୍ତରଖାନା, ରେଫରାଲ କାଗଜ ନ ଥିଲେ ମିଳୁନାହିଁ ଚିକିତ୍ସା…

The Sakala Picture
Published On

ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା; ଠିକ୍‌ ତାହା ହିଁ ଘଟିଲା । ରାଜ୍ୟରେ ବିଜେପି ସରକାର ଗଠନ ପରେ ବିଏସ୍‌କେୱାଇ ବନ୍ଦ କରିବାକୁ ଘୋଷଣା କଲା। ଏହା ବଦଳରେ ଅନ୍ୟ ଏକ ସ୍ୱାସ୍ଥ୍ୟ ସେବା ଯୋଜନା ଆରମ୍ଭ କରାଯିବ ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନକୁ ଓଡ଼ିଶାରେ ମଧ୍ୟ ପ୍ରଚଳନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଲେ। ଆୟୁଷ୍ମାନ ପ୍ରଚଳନ ଓ ପରବର୍ତ୍ତୀ ଯୋଜନା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ବିଏସ୍‌କେୱାଇରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମଧ୍ୟ […]

ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା; ଠିକ୍‌ ତାହା ହିଁ ଘଟିଲା । ରାଜ୍ୟରେ ବିଜେପି ସରକାର ଗଠନ ପରେ ବିଏସ୍‌କେୱାଇ ବନ୍ଦ କରିବାକୁ ଘୋଷଣା କଲା। ଏହା ବଦଳରେ ଅନ୍ୟ ଏକ ସ୍ୱାସ୍ଥ୍ୟ ସେବା ଯୋଜନା ଆରମ୍ଭ କରାଯିବ ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନକୁ ଓଡ଼ିଶାରେ ମଧ୍ୟ ପ୍ରଚଳନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଲେ। ଆୟୁଷ୍ମାନ ପ୍ରଚଳନ ଓ ପରବର୍ତ୍ତୀ ଯୋଜନା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ବିଏସ୍‌କେୱାଇରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଲେ । ମାତ୍ର ରାଜ୍ୟରେ ନୂଆ ଯୋଜନା ଆରମ୍ଭ ହେବା ଓ ଆୟୁଷ୍ମାନ ପ୍ରଚଳନ ହେବା ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କୁ ପଙ୍ଗୁ କରି ଦିଆଯିବାକୁ ରୀତିମତ ଷଡ଼ଯନ୍ତ୍ର ହୋଇଛି । ନୂଆ ସରକାର ବିଏସ୍‌କେୱାଇର ଚିକିତ୍ସା ବାବଦ ବକେୟା ରାଶି ପ୍ରଦାନ କରୁ ନ ଥିବାରୁ ଘରୋଇ ଡ଼ାକ୍ତରଖାନାଗୁଡ଼ିକ ଏବେ ନୂଆ ନୂଆ ବାହାନା କାଢ଼ୁଛନ୍ତି । ସରକାରୀ ଡ଼ାକ୍ତରଖାନାରୁ ରେଫରାଲ କାଗଜ ଆଣିବାକୁ ବାହାନା କରୁଛନ୍ତି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଜଣେ ବିଏସ୍‌କେୱାଇ ହିତାଧିକାରୀ ହେଉଛନ୍ତି ସିଦେ୍ଧଶ୍ୱର (ଛଦ୍ମନାମ) । ତାଙ୍କର ଏକମାତ୍ର ଝିଅ ଗୁରୁତର ସ୍ନାୟୁ ରୋଗରେ ପୀଡ଼ିତ। ସାନ ଝିଅଟିର ଅପରେସନ୍‌ ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ; କିନ୍ତୁ କୌଣସି ଘରୋଇ ଡାକ୍ତରଖାନା ତାଙ୍କ ଝିଅର ଚିକିତ୍ସା କରୁନାହାନ୍ତି। ବିଏସ୍‌କେୱାଇରେ ମାଗଣା ଚିକିତ୍ସା ସୁବିଧା ଥିବା ସତ୍ତେ୍ୱ ଘରୋଇ ଡ଼ାକ୍ତରଖାନାଗୁଡ଼ିକ ବିଭିନ୍ନ ବାହାନା କରି ସିଦେ୍ଧଶ୍ୱରଙ୍କୁ ଫେରାଇ ଦେଇଛନ୍ତି । ସରକାରୀ ଡ଼ାକ୍ତରଖାନାରୁ ରେଫରାଲ ସାର୍ଟିଫିକେଟ୍‌ ନ ଆଣିଲେ ଅପରେସନ ହୋଇ ପାରିବ ନାହିଁ ବୋଲି କହିଛନ୍ତି । ସରକାରୀ ଡାକ୍ତରଙ୍କ ରିପୋର୍ଟ ବିନା ଘରୋଇ ଡାକ୍ତରଖାନାରେ ବିଏସକୱୋଇ ଚିକିତ୍ସା ସମ୍ଭବ ନୁହେଁ ବୋଲି ନିରାଶ ବାଣୀ ଶୁଣି ମୁଣ୍ଡରେ ହାତ ଦେଇ ବସିଛନ୍ତି ସିଦେ୍ଧଶ୍ୱର । ଏଠାରେ କେବଳ ସିଦେ୍ଧଶ୍ୱର ଏକା ନୁହନ୍ତି, ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ଏପରି ଅନେକ ଘଟଣା ଘଟୁଛି । ଛଅ ମାସ ପୂର୍ବରୁ ଯେଉଁ କାଡର଼୍ରେ ହିତାଧିକାରୀ ବିନା ମୂଲ୍ୟରେ ଓ ବିନା ସମସ୍ୟାରେ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସା ପାଉଥିଲେ, ନୂଆ ସରକାର ଆସିବା ପରେ ସେହି କାଡର଼୍ରେ ଆଜି ସେମାନଙ୍କୁ ଚିକିତ୍ସାସୁବିଧା ମିଳିପାରୁ ନାହିଁ।
ପ୍ରତ୍ୟେକ ଜୀବନ ମୂଲ୍ୟବାନ୍‌ ନୀତି ଆଧାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚଳନ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ମାସିକ ଘରୋଇ ଡ଼ାକ୍ତରଖାନାଗୁଡ଼ିକୁ ଚିକିତ୍ସା ବାବଦରେ ପ୍ରାୟ ୨୫୦ କୋଟି ଟଙ୍କା ସରକାର ପଇଠ କରୁଥିଲେ। କିନ୍ତୁ ବିଜେଡି ସରକାର ଯିବା ପରେ ଆରମ୍ଭ ହୋଇଛି ବ୍ୟତିକ୍ରମ ଓ ବିଶୃଙ୍ଖଳା ସୀମା ଟପିଛି। ରୋଗ ଯାହା ବି ହୋଇଥାଉ ନା କାହିଁକି ସରକାରୀ ଡାକ୍ତରଖାନାରୁ ରେଫରାଲ ଆଣିବା ବାଧ୍ୟତାମୂଳକ ବୋଲି କୁହାଯାଉଛି। ବ୍ୟବସ୍ଥା ଅନୁସାରେ ବିଏସକୱୋଇ ହିତାଧିକାରୀ ଘରୋଇ ଡାକ୍ତରଖାନା ଯିବା ପୂର୍ବରୁ ସରକାରୀ ଡାକ୍ତରଖାନାରୁ ରେଫର ହେବା ବାଧ୍ୟତାମୂଳକ ଥିଲା; କିନ୍ତୁ ଗୁରତର ରୋଗୀଙ୍କ କ୍ଷେତ୍ରରେ ନିୟମ କୋହଳ କରାଯାଇଥିଲା। ମାତ୍ର ଗତ କିଛି ମାସ ହେଲା ରୋଗୀଙ୍କ ସମସ୍ୟା ବଢ଼ି ଯାଇଛି। ବିନା ରେଫରାଲରେ ଘରୋଇ ଡ଼ାକ୍ତରଖାନାରେ ସାଧାରଣ ରୋଗୀଙ୍କୁ ଚିକିତ୍ସା ମିଳୁନାହିଁ । ଫଳରେ ରୋଗୀଙ୍କୁ ଧରି ତାଙ୍କର ସମ୍ପର୍କୀୟ ଗୋଟିଏ ଡାକ୍ତରଖାନାରୁ ଆଉ ଏକ ଡାକ୍ତରଖାନାକୁ ଦୌଡୁଛନ୍ତି। ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ବି ରେଫର କରିବାକୁ ଜରୁରୀ ବୋଲି ଭାବୁ ନାହାନ୍ତି। କଟକ, ଭୁବନେଶ୍ୱରେ ଅଧିକ ସଂଖ୍ୟକ କର୍ପୋରେଟ୍‌ ହସ୍ପିଟାଲ ଥିବାରୁ ଗାଁ ଗହଳିରୁ ବିଏସକେୱାଇ ହିତାଧିକାରୀ ଏଠାକୁ ଧାଇଁ ଆସୁଛନ୍ତି। କିନ୍ତୁ ରେଫରାଲ କଣ୍ଟା ସେମାନଙ୍କ ପାଇଁ ଚିକିତ୍ସାରେ ଗୁରୁତର ବାଧା ସୃଷ୍ଟି କରୁଛି।

ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ରେଫରାଲ ବ୍ୟବସ୍ଥା ନ ଥିଲେ ସମସ୍ତେ ଘରୋଇ ଡାକ୍ତରଖାନାକୁ ଚାଲିଯିବେ। ତେଣୁ ରେଫରାଲ ବ୍ୟବସ୍ଥା କରାଯାଇଛି। ଜଟିଳ ରୋଗର ଉପଯୁକ୍ତ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାରେ ଭଲ ସୁବିଧା ଥିବାରୁ ଏହିପରି ରୋଗୀଙ୍କ ପାଇଁ ନିୟମ କୋହଳ କରାଯିବା ଉପରେ ବିଭାଗ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର