ସମ୍ପ୍ରସାରିତ ହେବ ବିଏସ୍‌‌ଏବିଟି : ୩.୫ ଏକର ଜମିରେ ହେବ ନୂଆ ନିର୍ମାଣ

The Sakala Picture
Published On

ଭୁବନେଶ୍ୱର : ବରମୁଣ୍ଡାସ୍ଥିତ ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍‌‌ ଟର୍ମିନାଲ (ବିଏସ୍‌‌ଏବିଟି)ର ନବକଳେବର ଚର୍ଚ୍ଚାରେ ଥିଲା ବେଳେ ଏହାକୁ ସମ୍ପ୍ରସାରଣ କରି ପରିସୀମା ବୃଦ୍ଧି କରିବାକୁ ବିଡିଏ ନିଷ୍ପତ୍ତି ନେଇଛି। ବସ୍‌‌ଷ୍ଟାଣ୍ଡ ନିକଟେରେ ଥିବା ଏକ ଘରୋଇ କମ୍ପାନୀର ୱାର୍କସପ୍‌‌ର ଜମିକୁ ଏଥିପାଇଁ ଅଧିଗ୍ରହଣ କରାଯାଇଛି। ଯାହାର ପରିମାଣ ୩.୫ ଏକର ବୋଲି ବିଡିଏ ସୂତ୍ରରୁ ଖବର ମିଳିଛି। ଗତ ୧ ମାର୍ଚ୍ଚରେ ୧୭.୩୨ ଏକର ଜମିରେ ନିର୍ମିତ ନୂତନ ବସଷ୍ଟାଣ୍ଡକୁ ଲୋକାର୍ପଣ କରାଯାଇଥିଲା। ସମ୍ପ୍ରସାରଣ […]

ଭୁବନେଶ୍ୱର : ବରମୁଣ୍ଡାସ୍ଥିତ ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍‌‌ ଟର୍ମିନାଲ (ବିଏସ୍‌‌ଏବିଟି)ର ନବକଳେବର ଚର୍ଚ୍ଚାରେ ଥିଲା ବେଳେ ଏହାକୁ ସମ୍ପ୍ରସାରଣ କରି ପରିସୀମା ବୃଦ୍ଧି କରିବାକୁ ବିଡିଏ ନିଷ୍ପତ୍ତି ନେଇଛି। ବସ୍‌‌ଷ୍ଟାଣ୍ଡ ନିକଟେରେ ଥିବା ଏକ ଘରୋଇ କମ୍ପାନୀର ୱାର୍କସପ୍‌‌ର ଜମିକୁ ଏଥିପାଇଁ ଅଧିଗ୍ରହଣ କରାଯାଇଛି। ଯାହାର ପରିମାଣ ୩.୫ ଏକର ବୋଲି ବିଡିଏ ସୂତ୍ରରୁ ଖବର ମିଳିଛି। ଗତ ୧ ମାର୍ଚ୍ଚରେ ୧୭.୩୨ ଏକର ଜମିରେ ନିର୍ମିତ ନୂତନ ବସଷ୍ଟାଣ୍ଡକୁ ଲୋକାର୍ପଣ କରାଯାଇଥିଲା। ସମ୍ପ୍ରସାରଣ ପରେ ପରିସୀମା ପ୍ରାୟ ୨୦.୮୨ଏକର ଜମିକୁ ବୃଦ୍ଧି ପାଇବ। ସମ୍ପ୍ରସାରିତ ସ୍ଥାନକୁ ମୁଖ୍ୟତଃ ପାର୍କିଂ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ରୋଗୀଙ୍କ ଜୀବନ ସହିତ ସାଙ୍ଘାତିକ ଖେଳ: ମେଡିକାଲରେ ମିଳୁଛି ପୋକରା ଔଷଧ !

ଅସଜଡ଼ା ଅବସ୍ଥାରେ ପଡ଼ିରହିଥିବା ବସ୍‌‌ଷ୍ଟାଣ୍ଡକୁ ବିମାନବନ୍ଦର ଭଳି ନିର୍ମାଣ କରିବାକୁ ପରିକଳ୍ପନା କରାଯାଇଥିଲା। ଯାହା ରାଜ୍ୟ ସରକାରଙ୍କ ଏକ ଡ୍ରିମ୍‌‌ ପ୍ରୋଜେକ୍ଟ ମଧ୍ୟ ରହିଥିଲା। ତେବେ ଏହା ମଧ୍ୟରେ ସମସ୍ତ ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ୫ ନଭେମ୍ବର ୨୦୧୯ରେ ବିଶ୍ୱସ୍ତରୀୟ ବସ୍‌‌ ଟର୍ମିନାଲର ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ବସ୍‌‌ଷ୍ଟାଣ୍ଡ ଭିତରେ ଥିବା ଏକ ଘରୋଇ କମ୍ପାନୀର ୱାର୍କସପ୍‌‌ ବିଡିଏ ପାଇଁ ଅଡୁଆ ପାଲଟିଥିଲା। ଏହାକୁ ଅଧିଗ୍ରହଣ କରିବାକୁ ନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିଲା। ସମ୍ପୃକ୍ତ ଘରୋଇ କମ୍ପାନୀ ଏହି ଜମିକୁ ବିଡିଏକୁ ଦେବାକୁ ଅମଙ୍ଗ ହୋଇଥିଲା। ବୁଝାମଣା ପାଇଁ ବିଡିଏ ପକ୍ଷରୁ ଅଧିକାରୀମାନଙ୍କର ଏକ ଟିମ୍‌‌ ଗଠନ କରାଯାଇଥିଲା। ପରେ ଦୀର୍ଘଦିନର ଆଲୋଚନା ପରେ ଅଧିଗ୍ରହଣ ପାଇଁ ଘରୋଇ କମ୍ପାନୀ ରାଜି ହୋଇଥିଲା। ଏହାମଧ୍ୟରେ ସମ୍ପ୍ରସାରଣର ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ସମ୍ପ୍ରସାରଣ କାର୍ଯ୍ୟପାଇଁ ଟେଣ୍ଡର ମଧ୍ୟ ଆହ୍ୱାନ କରାଯାଇଛି।

ଆହୁରି ପଢ଼ନ୍ତୁ: ‘ସୁଭଦ୍ରା’ଙ୍କୁ କନ୍ଦାଇଲେ ‘ଅସ୍ମିତା’ ସରକାର: ବନ୍ଦ କରିଦେଲେ ପଲ୍ଲିଶ୍ରୀ ମେଳା

ତେବେ ୩.୫ଏକର ସମ୍ପ୍ରସାରିତ ଜମିରୁ ପୁରୁଣା ନିର୍ମାଣକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯିବ। ଏହିସ୍ଥାନକୁ ମୁଖ୍ୟତ ପାର୍କିଂ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ପ୍ରାୟ ୩ଶହ ବସ୍‌‌ ଯେଭଳି ଭାବେ ସୁବିଧାରେ ପାର୍କିଂ କରିପାରିବେ ସେଥିପ୍ରତି ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଏହାସହ ଟ୍ରାକ୍ସି ପାର୍କିଂର ବ୍ୟବସ୍ଥା କରାଯିବ। ଯାହାଦ୍ୱାରା ପାର୍କିଂକୁ ନେଇ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦୂର ହୋଇପାରିବ ବୋଲି ବିଡିଏ ଆଶାବାନ୍ଧିଛି।

ଆହୁରି ପଢ଼ନ୍ତୁ: ଏସ୍‌ଆଇଆର୍‌ ପ୍ରକ୍ରିୟା: ୨୭ଲକ୍ଷ ନୁହେଁ ୩୧ ଲକ୍ଷ ଭୋଟର କଟିଛନ୍ତି, ସିଇଓଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ମଣ୍ଡଳୀ

ସୂଚନାଯୋଗ୍ୟ, ବର୍ତ୍ତମାନ ବିଏସ୍‌‌ଏବିଟିରେ ଜରୁରିକାଳୀନ ଚିକିତ୍ସା, ଡ୍ରାଇଭରମାନଙ୍କ ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ଫୁଡ୍‌‌ କୋର୍ଟ, ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ର‍୍ୟାମ୍ପ, ୫ଲିପ୍ଟ, ୨ଏକ୍ସାଲେଟର, ୧୨୦ ସିସି ଟିଭି, ଆମ୍ବେଦକର ଗ୍ୟାଲେରୀ, ଆହାର କେନ୍ଦ୍ର, ମ୍ୟାନେଜ୍‌‌ମେଣ୍ଟ ଅଫିସ, ବସ୍‌‌ ମାଲିକ ସଂଘ କାର୍ଯ୍ୟାଳୟ, ସ୍ତନ୍ୟପାନ ପ୍ରକୋଷ୍ଠ, ଲଗେଜ୍‌‌ ରୁମ୍‌‌ ରହିଛି। ବେସ୍‌‌ମେଣ୍ଟକୁ ଛାଡ଼ିଦେଲେ ଏହା ୩ ମହଲା ବଶିଷ୍ଟ। ଏଠାରେ ମୋଟ ୧୨୨ଟି ଦୋକାନ ଘର ରହିଛି। ଏକାସାଙ୍ଗରେ ୧୦୦ ଅଟୋ ରିକ୍ସା, ୨୦ଟ୍ୟାକ୍ସି, ୮୫ ଦୁଇଚକିଆଯାନ ପାର୍କିଂ ପାଇଁ ଏଠାରେ ବ୍ୟବସ୍ଥା ରହିଛି। କାର ଏବଂ ବାଇକ୍‌‌ ପାର୍କିଂ ପାଇଁ ୨୦ଟି ସ୍ଲଟ ରଖାଯାଇଛି। ଟର୍ମିନାଲଟିରେ ମୋଟ ୪୪ ବସ ବେ ରହିଛି, ସେଥିମଧ୍ୟରୁ ୫ଟି ବସ୍‌‌ ବେ ସିଟିବ୍‌‌ ପାଇଁ ସଂରକ୍ଷିତ ରହିଛି। ସେହିପରି ୧୧୧ ବସ ବେ’ରେ ବସ୍‌‌ ପାର୍କିଂ ବ୍ୟବସ୍ଥା କରାଯାଇଛି।

11 Apr 2024 By The Sakala

ସମ୍ପ୍ରସାରିତ ହେବ ବିଏସ୍‌‌ଏବିଟି : ୩.୫ ଏକର ଜମିରେ ହେବ ନୂଆ ନିର୍ମାଣ

ଭୁବନେଶ୍ୱର : ବରମୁଣ୍ଡାସ୍ଥିତ ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍‌‌ ଟର୍ମିନାଲ (ବିଏସ୍‌‌ଏବିଟି)ର ନବକଳେବର ଚର୍ଚ୍ଚାରେ ଥିଲା ବେଳେ ଏହାକୁ ସମ୍ପ୍ରସାରଣ କରି ପରିସୀମା ବୃଦ୍ଧି କରିବାକୁ ବିଡିଏ ନିଷ୍ପତ୍ତି ନେଇଛି। ବସ୍‌‌ଷ୍ଟାଣ୍ଡ ନିକଟେରେ ଥିବା ଏକ ଘରୋଇ କମ୍ପାନୀର ୱାର୍କସପ୍‌‌ର ଜମିକୁ ଏଥିପାଇଁ ଅଧିଗ୍ରହଣ କରାଯାଇଛି। ଯାହାର ପରିମାଣ ୩.୫ ଏକର ବୋଲି ବିଡିଏ ସୂତ୍ରରୁ ଖବର ମିଳିଛି। ଗତ ୧ ମାର୍ଚ୍ଚରେ ୧୭.୩୨ ଏକର ଜମିରେ ନିର୍ମିତ ନୂତନ ବସଷ୍ଟାଣ୍ଡକୁ ଲୋକାର୍ପଣ କରାଯାଇଥିଲା। ସମ୍ପ୍ରସାରଣ ପରେ ପରିସୀମା ପ୍ରାୟ ୨୦.୮୨ଏକର ଜମିକୁ ବୃଦ୍ଧି ପାଇବ। ସମ୍ପ୍ରସାରିତ ସ୍ଥାନକୁ ମୁଖ୍ୟତଃ ପାର୍କିଂ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି।

ଅସଜଡ଼ା ଅବସ୍ଥାରେ ପଡ଼ିରହିଥିବା ବସ୍‌‌ଷ୍ଟାଣ୍ଡକୁ ବିମାନବନ୍ଦର ଭଳି ନିର୍ମାଣ କରିବାକୁ ପରିକଳ୍ପନା କରାଯାଇଥିଲା। ଯାହା ରାଜ୍ୟ ସରକାରଙ୍କ ଏକ ଡ୍ରିମ୍‌‌ ପ୍ରୋଜେକ୍ଟ ମଧ୍ୟ ରହିଥିଲା। ତେବେ ଏହା ମଧ୍ୟରେ ସମସ୍ତ ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ୫ ନଭେମ୍ବର ୨୦୧୯ରେ ବିଶ୍ୱସ୍ତରୀୟ ବସ୍‌‌ ଟର୍ମିନାଲର ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ବସ୍‌‌ଷ୍ଟାଣ୍ଡ ଭିତରେ ଥିବା ଏକ ଘରୋଇ କମ୍ପାନୀର ୱାର୍କସପ୍‌‌ ବିଡିଏ ପାଇଁ ଅଡୁଆ ପାଲଟିଥିଲା। ଏହାକୁ ଅଧିଗ୍ରହଣ କରିବାକୁ ନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିଲା। ସମ୍ପୃକ୍ତ ଘରୋଇ କମ୍ପାନୀ ଏହି ଜମିକୁ ବିଡିଏକୁ ଦେବାକୁ ଅମଙ୍ଗ ହୋଇଥିଲା। ବୁଝାମଣା ପାଇଁ ବିଡିଏ ପକ୍ଷରୁ ଅଧିକାରୀମାନଙ୍କର ଏକ ଟିମ୍‌‌ ଗଠନ କରାଯାଇଥିଲା। ପରେ ଦୀର୍ଘଦିନର ଆଲୋଚନା ପରେ ଅଧିଗ୍ରହଣ ପାଇଁ ଘରୋଇ କମ୍ପାନୀ ରାଜି ହୋଇଥିଲା। ଏହାମଧ୍ୟରେ ସମ୍ପ୍ରସାରଣର ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ସମ୍ପ୍ରସାରଣ କାର୍ଯ୍ୟପାଇଁ ଟେଣ୍ଡର ମଧ୍ୟ ଆହ୍ୱାନ କରାଯାଇଛି।

ତେବେ ୩.୫ଏକର ସମ୍ପ୍ରସାରିତ ଜମିରୁ ପୁରୁଣା ନିର୍ମାଣକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯିବ। ଏହିସ୍ଥାନକୁ ମୁଖ୍ୟତ ପାର୍କିଂ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ପ୍ରାୟ ୩ଶହ ବସ୍‌‌ ଯେଭଳି ଭାବେ ସୁବିଧାରେ ପାର୍କିଂ କରିପାରିବେ ସେଥିପ୍ରତି ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଏହାସହ ଟ୍ରାକ୍ସି ପାର୍କିଂର ବ୍ୟବସ୍ଥା କରାଯିବ। ଯାହାଦ୍ୱାରା ପାର୍କିଂକୁ ନେଇ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦୂର ହୋଇପାରିବ ବୋଲି ବିଡିଏ ଆଶାବାନ୍ଧିଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ବିଏସ୍‌‌ଏବିଟିରେ ଜରୁରିକାଳୀନ ଚିକିତ୍ସା, ଡ୍ରାଇଭରମାନଙ୍କ ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ଫୁଡ୍‌‌ କୋର୍ଟ, ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ର‍୍ୟାମ୍ପ, ୫ଲିପ୍ଟ, ୨ଏକ୍ସାଲେଟର, ୧୨୦ ସିସି ଟିଭି, ଆମ୍ବେଦକର ଗ୍ୟାଲେରୀ, ଆହାର କେନ୍ଦ୍ର, ମ୍ୟାନେଜ୍‌‌ମେଣ୍ଟ ଅଫିସ, ବସ୍‌‌ ମାଲିକ ସଂଘ କାର୍ଯ୍ୟାଳୟ, ସ୍ତନ୍ୟପାନ ପ୍ରକୋଷ୍ଠ, ଲଗେଜ୍‌‌ ରୁମ୍‌‌ ରହିଛି। ବେସ୍‌‌ମେଣ୍ଟକୁ ଛାଡ଼ିଦେଲେ ଏହା ୩ ମହଲା ବଶିଷ୍ଟ। ଏଠାରେ ମୋଟ ୧୨୨ଟି ଦୋକାନ ଘର ରହିଛି। ଏକାସାଙ୍ଗରେ ୧୦୦ ଅଟୋ ରିକ୍ସା, ୨୦ଟ୍ୟାକ୍ସି, ୮୫ ଦୁଇଚକିଆଯାନ ପାର୍କିଂ ପାଇଁ ଏଠାରେ ବ୍ୟବସ୍ଥା ରହିଛି। କାର ଏବଂ ବାଇକ୍‌‌ ପାର୍କିଂ ପାଇଁ ୨୦ଟି ସ୍ଲଟ ରଖାଯାଇଛି। ଟର୍ମିନାଲଟିରେ ମୋଟ ୪୪ ବସ ବେ ରହିଛି, ସେଥିମଧ୍ୟରୁ ୫ଟି ବସ୍‌‌ ବେ ସିଟିବ୍‌‌ ପାଇଁ ସଂରକ୍ଷିତ ରହିଛି। ସେହିପରି ୧୧୧ ବସ ବେ’ରେ ବସ୍‌‌ ପାର୍କିଂ ବ୍ୟବସ୍ଥା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର