ପଥରରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା, ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର

Madhusudan Das Picture
Published On

ଉଦଳା: ବର୍ବର ହତ୍ୟାକାଣ୍ଡ। ଇଟାରେ ମୁହଁକୁ ଛେଚି ଛେଚି ଯୁବକଙ୍କୁ ହତ୍ୟା। ରାସ୍ତା ପାର୍ଶ୍ଵରେ ପଡିଛି ମୃତଦେହ। ମୟୂରଭଂଜ ଜିଲ୍ଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଖପରାପାଳ ଗ୍ରାମର ଗଣେଷ ହେମ୍ବ୍ରମ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଖୁଣ୍ଟା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଆହୁରି ପଢ଼ନ୍ତୁ: ପ୍ରତ୍ୟେକ ପଞ୍ଚାୟତରେ ନିଯୁକ୍ତ ହେବେ ପିଅନ, ଜାଣନ୍ତୁ କେତେ ମିଳିବ ଦରମା...

ଗଣେଶ ଗତକାଲି ଖୁଣ୍ଟା ସାପ୍ତାହିକ ହାଟକୁ ଆସି ଆଉ ଘରକୁ ଫେରିନଥିଲେ । ଆଜି ବଡଖୁଣ୍ଟା ରାସ୍ତା କଡ଼ରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇଁ ପୋଲିସ ପହଞ୍ଚି ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି । ତାଙ୍କୁ କେହି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।  ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲେ ସେନେଇ ତନାଘନା ଚଳାଇଛି ପୋଲିସ । ମୃତଦେହ ପାଖରେ ଏକ ଗାଡ଼ି ଚାବି ପଡିଥିବା ବେଳେ ସାଇଣ୍ଟିଫିକ ଟିମର ସହାୟତା ଲୋଡ଼ିଛି ପୋଲିସ ।

ଆହୁରି ପଢ଼ନ୍ତୁ: ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପର ୪ ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ସହ ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Join Us @ WhatsApp

About The Author

Google News
Join Us @ WhatsApp