୩୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୪ଗିରଫ
ଖୋର୍ଦ୍ଧା: ଆଦର୍ଶ ଥାନା ପୁଲିସକୁ ମିଳିଛି ବଡ ସଫଳତା । ସ୍ଥାନୀୟ ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିରେ ପୁଲିସ ଚଢଉ କରି ୩ଶହ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଛି । ଯାହାର ମୂଲ୍ୟ ଆନୁମାନିକ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏ ନେଇ ଆଦର୍ଶଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି । ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ମୁଖ୍ୟ […]
ଖୋର୍ଦ୍ଧା: ଆଦର୍ଶ ଥାନା ପୁଲିସକୁ ମିଳିଛି ବଡ ସଫଳତା । ସ୍ଥାନୀୟ ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିରେ ପୁଲିସ ଚଢଉ କରି ୩ଶହ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଛି । ଯାହାର ମୂଲ୍ୟ ଆନୁମାନିକ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏ ନେଇ ଆଦର୍ଶଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି । ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନେଶ୍ୱରସାହିର ସାରଥୀ ନାୟକ (୩୨) ସମେତ ଚିତରଞ୍ଜନ ସାହୁ ଓରଫ ଚିତ(୩୬), ଗଡଖୋର୍ଦ୍ଧା ପ୍ରଧାନସାହିର ଅନୀଲ କୁମାର ବିଶ୍ୱାଳ (୧୯) ଏବଂ ତରତୁଆର ସେକ ତଇସିମ ଓରଫ କୁନାଲ ଓରଫ କୋନୋ (୩୩) ।
ସୂଚନା ଅନୁସାରେ, ସାମନ୍ତରାପୁର ସ୍ୱପ୍ନେଶ୍ୱରସାହିର ସାରଥୀ ଘରେ ବ୍ରାଉନସୁଗର ଡିଲ ହେଉଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଦିଲିପ କୁମାର ଦାସ ଓ ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ତତ୍ୱାବଧାନରେ ସେମାନଙ୍କୁ ଧରିବା ଲାଗି ଏକ ଟିମ ଗଠନ କରାଯାଇଥିଲା । ଏସଆଇ ସୁକାନ୍ତ ଦଳେଇଙ୍କ ନେତୃତ୍ୱରେ ଏଏସଆଇ ପ୍ରଦୀପ କୁମାର ପ୍ରଧାନଙ୍କ ସମେତ ୪ଜଣଙ୍କୁ ନେଇ ଏହି ଟିମ ଚଢଉ କରିଥିଲା । ଚଢଉବେଳେ ସେଠାରୁ ଖସିବାକୁ ଉଦ୍ୟମ କରିଥିଲେ ହେଁ ପୁଲିସ କାବୁ କରିନେଇଥିଲା ବୋଲି ଅତିରିକ୍ତ ଏସପି ଶ୍ରୀ ମୁର୍ମୁ କହିଛନ୍ତି । ୪୪୮/୨୩ରେ ଏକ ମାମଲା ରୁଜୁକରି ପୁଲିସ ସେମାନଙ୍କୁ ଆଜି କୋର୍ଟଚାଲାଣ କରିଛି । ଏତେ ପରିମାଣର ବ୍ରାଉନସୁଗର କେଉଁଠୁ ଆଣିଥିଲେ, ଏହା ପଛରେ ଆଉ କିଏ କିଏ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଚାଲିଥିବା ଶ୍ରୀ ମୁର୍ମୁ କହିଛନ୍ତି । ତେବେ ଗିରଫ ସାରଥୀ, ଚିତ ଓ କୁନାଲ ନାଁରେ ପୂର୍ବରୁ ମାମଲା ରହିଛି ବୋଲି କହିଥିଲେ ।