ପରିବେଶ ସନ୍ତୁଳନର ଏକ ବଡ଼ ବାର୍ତ୍ତାବହ ଘରଚଟିଆ; ବିଲୁପ୍ତ ପ୍ରାୟ ଏ ଚଢ଼େଇର ଗୃହ ପ୍ରତ୍ୟାବର୍ତ୍ତନ ପାଇଁ ଗଞ୍ଜାମ ଜିଲ୍ଲାରେ ଉଦ୍ୟମ ଆରମ୍ଭ

The Sakala Picture
Published On

ବ୍ରହ୍ମପୁର( କ୍ଷୀରସିନ୍ଧୁ ମହାନ୍ତି): ଘରଚଟିଆ; କୁନି ଚଢ଼େଇଟିଏ। କିନ୍ତୁ ପରିବେଶ ସନ୍ତୁଳନର ଏକ ବଡ଼ ବାର୍ତ୍ତାବହ। ପ୍ରାକୃତିକ ବିଲକ୍ଷଣ, ଅନେକ ମନୁଷ୍ୟକୃତ କାରଣ ପାଇଁ ବିଲୁପ୍ତ ପ୍ରାୟ ଏ ଚଢ଼େଇର ଗୃହ ପ୍ରତ୍ୟାବର୍ତ୍ତନ ପାଇଁ ଗଞ୍ଜାମ ଜିଲ୍ଲାରେ ଉଦ୍ୟମ ଆରମ୍ଭ ହୋଇଛି। ବେଶୀ ନ ହେଲେ ବି ସେମାନଙ୍କ ଫେରିବାର ପ୍ରକ୍ରିୟା ପରିବେଶ ସୁରକ୍ଷା ଓ ପୁନରୁଦ୍ଧାର କ୍ଷେତ୍ରରେ ଏକ ବଡ଼ ବାର୍ତ୍ତା ଦେଉଛି। ସବୁଆଡ଼େ ଉଦ୍ୟମ ହେଲେ, ଆମେ ପିଲା ବେଳେ ଦେଖିଥିବା ଏ କୁନି […]

ବ୍ରହ୍ମପୁର( କ୍ଷୀରସିନ୍ଧୁ ମହାନ୍ତି): ଘରଚଟିଆ; କୁନି ଚଢ଼େଇଟିଏ। କିନ୍ତୁ ପରିବେଶ ସନ୍ତୁଳନର ଏକ ବଡ଼ ବାର୍ତ୍ତାବହ। ପ୍ରାକୃତିକ ବିଲକ୍ଷଣ, ଅନେକ ମନୁଷ୍ୟକୃତ କାରଣ ପାଇଁ ବିଲୁପ୍ତ ପ୍ରାୟ ଏ ଚଢ଼େଇର ଗୃହ ପ୍ରତ୍ୟାବର୍ତ୍ତନ ପାଇଁ ଗଞ୍ଜାମ ଜିଲ୍ଲାରେ ଉଦ୍ୟମ ଆରମ୍ଭ ହୋଇଛି। ବେଶୀ ନ ହେଲେ ବି ସେମାନଙ୍କ ଫେରିବାର ପ୍ରକ୍ରିୟା ପରିବେଶ ସୁରକ୍ଷା ଓ ପୁନରୁଦ୍ଧାର କ୍ଷେତ୍ରରେ ଏକ ବଡ଼ ବାର୍ତ୍ତା ଦେଉଛି। ସବୁଆଡ଼େ ଉଦ୍ୟମ ହେଲେ, ଆମେ ପିଲା ବେଳେ ଦେଖିଥିବା ଏ କୁନି ଅତିଥି ପୁଣି ସବୁଦିନିଆ ସଦସ୍ୟ ପାଲଟିବାର ସମ୍ଭାବନା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମରେ କିଛି ପରିବେଶପ୍ରେମୀ ଯୁବକଙ୍କ ସହଯୋଗରେ ଗଢି ଉଠିଥିବା ଆଞ୍ଚଳିକ ବିକାଶ ପରିଷଦ ନାମକ ସଂଗଠନ ଘରଚଟିଆର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି। ୨୦୧୧ ମସିହାରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ସମେତ ବ୍ରହ୍ମପୁର ମହାନଗରରେ ଘର ଚଟିଆ ସୁରକ୍ଷା କାର୍ଯ୍ୟକ୍ରମ ଚାଲିଛି। ସେହିଭଳି ଗଜପତି ଜିଲ୍ଲାର ଗୋଷାଣି ବ୍ଲକ ପାଟିକଟା ଗ୍ରାମରେ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସମୁଦାୟ ଗଞ୍ଜାମ ଓ ଗଜପତି ଜିଲ୍ଲାର ୫୦ରୁ ଊର୍ଦ୍ଧ୍ବ ସ୍ଥାନରେ ଘର ଚଟିଆକୁ ସୁରକ୍ଷା ଦିଆଯାଉଛି। ଘର ଚଟିଆଙ୍କ ସୁରକ୍ଷା ପାଇଁ ପ୍ରାୟ ଦୁଇ ହଜାର ବାସସ୍ଥଳୀ, ଏକ ହଜାର ଖାଦ୍ୟ ଓ ଜଳ ପାତ୍ର ମାଗଣାରେ ବଣ୍ଟନ କରାଯାଇଛି। ଲୋକମାନେ ମଧ୍ୟ ଧୀରେ ଧୀରେ ସଚେତନ ହୋଇ ଏହି କୁନି ପକ୍ଷୀକୁ ସୁରକ୍ଷା ଦେବାକୁ ଆଗଭର ହୋଇଛନ୍ତି। ସିମେଣ୍ଟ ଘର ଦାଣ୍ଡରେ ଏବେ ଘର ଚଟିଆଙ୍କ ପାଇଁ ବାସସ୍ଥଳୀ ସ୍ଥାପନ ହେଉଛି। ଏଥିରେ ପାଣି ଓ କିଛି ଖାଦ୍ୟ ରଖାଯାଉଛି। ଏମାନଙ୍କ ସୁରକ୍ଷା ପାଇଁ ଘରମାଲିକ ଯତ୍ନବାନ ହେଉଛନ୍ତି। ଏଥିଯୋଗୁଁ ପୁଣିଥରେ ଦାଣ୍ଡରେ କିଚିରି ମିଚିରି ଶୁଭୁଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଗାଁ ଚାଳ ଘରର ନଡ଼ା ସନ୍ଧି, କାନ୍ଥ ଓ କୋଠା ଘରର ସ୍କାଇ ଲାଇଟ୍‌‌ ବିଦ୍ୟୁତ ଖୁଣ୍ଟ କେବୁଲ୍‌‌ ବକ୍ସରେ ବି ଘର ତୋଳି ରହିଥାଏ ଘର ଚଟିଆ। ସେମାନଙ୍କ ସୁରକ୍ଷା ପାଇଁ ଉଦ୍ୟମ କରୁଥିବା ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର ପାତ୍ର ଆମେରିକା ଯାଇ ସେଠାରେ ଘର ଚଟିଆ ସୁରକ୍ଷା ଦିଗରେ ପରିବେଶପ୍ରେମୀଙ୍କୁ ନୂତନ ଦିଗ୍‌‌ଦର୍ଶନ ଦେଇଛନ୍ତି। ଶ୍ରୀ ପାତ୍ରଙ୍କ କହିବା ଅନୁସାରେ ସାଧାରଣତଃ ପାରା ଯେ, କୌଣସି ସ୍ଥାନରେ ତାର ବଂଶ ବିସ୍ତାର କରିପାରେ। ମନୁଷ୍ୟ ସହ ପ୍ରତିକୂଳ ପରିବେଶରେ ରହିପାରେ କିନ୍ତୁ ଅନ୍ୟ ପକ୍ଷୀଙ୍କ କ୍ଷେତ୍ରରେ ଏହା ସମ୍ଭବ ନୁହଁ। ଘର ତିଆରି ଶୈଳୀ ମଧ୍ୟ ପରିବର୍ତ୍ତନ ହୋଇଛି। ଚାଳ, ଝିକର ଘରେ ଘରଚଟିଆ ବାସ କରୁଥିଲେ। ଚାଳରୁ କୁଟା ସଂଗ୍ରହ କରି ଗଛ, ବିଦ୍ୟୁତ ଖୁଣ୍ଟରେ କାଉ, ବଣି, ରଣୀ ଘର କରୁଥିଲେ। ବର୍ତ୍ତମାନ ପରିବର୍ତ୍ତିତ କଂକ୍ରିଟ ଘରେ ଏମାନଙ୍କ ପାଇଁ ସ୍ଥାନ ନାହିଁ। ଘରର ଦାଣ୍ଡଦୁଆରେ ପୂର୍ବରୁ ସ୍ତ୍ରୀ ଲୋକମାନେ ବସି ଦୈନିଦିନ କାର୍ଯ୍ୟ ଯଥା ଚାଉଳ, ମୁଗ, ବିରି ଆଦି ଶସ୍ୟ ବାଛୁଥିଲେ। ସେଥିରୁ ବାଛିବା ବେଳେ ତଳେ ପଡୁଥିବା ଶସ୍ୟ ଖାଇ ପକ୍ଷୀ ନିଜର କ୍ଷୁଧା ମେଣ୍ଟାଉଥିଲେ। ମାଟିରେ ବର୍ଷା ଜଳ ଜମା ହୋଇ କିଛି ଦିନ ରହୁଥିଲା ତାହା ଆଶ୍ରାରେ କିଛିଦିନ ବଞ୍ଚିଯାଉଥିଲେ ପକ୍ଷୀମାନେ। କିନ୍ତୁ ଏବେ ସେ ସ୍ଥିତି ନାହିଁ; ତେଣୁ ପ୍ରତ୍ୟେକ ନାଗରିକ ଘର ଚଟିଆର ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର