ଦୀର୍ଘ ବର୍ଷ ପରେ ଋଷିକୁଲ୍ୟା ମୁହାଣରେ ଦିନବେଳା ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ମୁହାଣ ବେଳାଭୂମିରେ ଅଲିଭ୍ ରିଡ୍ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଗୁରୁବାର ପାହାନ୍ତିଆରେ ଆରମ୍ଭ ହୋଇଛି। ଦୀର୍ଘ ୭ବର୍ଷ ପରେ ଚଳିତ ବର୍ଷ ଏହି ଅଲିଭ୍ ରିଡ୍ଲେ କଇଁଛମାନେ ଦିନବେଳା (ଦିନରେ ) ଗଣ ଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଥିଲା। ଏହି ପ୍ରକ୍ରିୟା ଆହୁରି ତିନି ସପ୍ତାହ ଧରି ଚାଲିବ ବୋଲି ସେ କହିଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଏକ ମାସ ବିଳମ୍ବରେ ଅଣ୍ଡାଦାନ ଆରମ୍ଭ ହୋଇଛି […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ମୁହାଣ ବେଳାଭୂମିରେ ଅଲିଭ୍ ରିଡ୍ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଗୁରୁବାର ପାହାନ୍ତିଆରେ ଆରମ୍ଭ ହୋଇଛି। ଦୀର୍ଘ ୭ବର୍ଷ ପରେ ଚଳିତ ବର୍ଷ ଏହି ଅଲିଭ୍ ରିଡ୍ଲେ କଇଁଛମାନେ ଦିନବେଳା (ଦିନରେ ) ଗଣ ଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଥିଲା। ଏହି ପ୍ରକ୍ରିୟା ଆହୁରି ତିନି ସପ୍ତାହ ଧରି ଚାଲିବ ବୋଲି ସେ କହିଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଏକ ମାସ ବିଳମ୍ବରେ ଅଣ୍ଡାଦାନ ଆରମ୍ଭ ହୋଇଛି ।
କଇଁଛଙ୍କ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ସମୁଦ୍ର ବେଳାଭୂମି ୫ କିଲୋମିଟର ପର୍ଯ୍ଯନ୍ତ ବ୍ୟାରିକେଟ୍ ନିିର୍ମାଣ କରାଇଛି। ଗଞ୍ଜାମ ବ୍ଲକ ପୋଡ଼ମପେଟା ସମୁଦ୍ର ନିକଟରେ ଦିନ ବେଳେ ଶହଶହ ସଂଖ୍ୟାକ ଅଲିଭ ରିଡଲେ ଗଣଅଣ୍ଡାଦାନ ଯାହିକି ବିରଳ ଘଟଣା ଅଟେ। ସେମାନେ ସାଧାରଣତଃ ରାତ୍ର ସମୟରେ ଅଣ୍ଡା ଦାନ କରିଥାନ୍ତି। ସୁରକ୍ଷା ଦୃଷ୍ଟିରୁ ବନବିଭାଗ ପକ୍ଷରୁ ସୁରକ୍ଷା କଡାକଡ଼ି କରାଯାଇଛି। ୨୦୨୨ ରେ ୫ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ଗଣ ଅଣ୍ଡାଦାନ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ୍ୟ ଆହୁରି ଅଧିକ ହେବ ବୋଲି ଆଶା ରଖିଛି ବନବିଭାଗ। ଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ରହିଛି। ଅଣ୍ଡା ଦେବା ପରେ ଏହାକୁ ଅଲିଭ ରିଡଲେ ମାନେ ସମୁଦ୍ର ବେଳାଭୂମିରେ ପୋତି ସମୁଦ୍ରକୁ ଫେରିଯାଆନ୍ତି। ଅଣ୍ଡା ଦେବାର ୪୫ ଦିନ ପରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ମଧ୍ୟକୁ ଚାଲିଯିବେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।