ତିନି ଦିନ ଧରି ସାଇବର ଠକକୁ ଭୁଆଁ ବୁଲାଇବା ସହ ଲୁଟରୁ ବର୍ତ୍ତିଲେ ସଚେତନ ମହିଳା

The Sakala Picture
Published On

ବ୍ରହ୍ମପୁର: ସଚେତନ ଥିଲେ ସବୁ ପ୍ରକାର ସମସ୍ୟାରୁ ବର୍ତ୍ତିପାରିବେ ସାଧାରଣ ଲୋକ । ସମ୍ପ୍ରତି ସାଇବର ଠକମାନେ ବିଭିନ୍ନ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଖାଲି କରିଦେଉଛନ୍ତି । ଏପରି ପରିସ୍ଥିତିରେ ବ୍ରହ୍ମପୁର ସହରର ଜଣେ ମହିଳା ବାରମ୍ବାର ଗଣମାଧ୍ୟରେ ପ୍ରସାରିତ ହେଉଥିବା ଘଟଣାଗୁଡିକ ସମ୍ପର୍କରେ ସଚେତନ ଥିବା ଯୋଗୁଁ ସାଇବର ଠକଙ୍କ କବଳରୁ ବର୍ତ୍ତି ପାରିଛନ୍ତି । ସେ ହେଉଛନ୍ତି ବ୍ରହ୍ମପୁର ବିମା ନଗର ଅଞ୍ଚଳର କଳ୍ପନା […]

ବ୍ରହ୍ମପୁର: ସଚେତନ ଥିଲେ ସବୁ ପ୍ରକାର ସମସ୍ୟାରୁ ବର୍ତ୍ତିପାରିବେ ସାଧାରଣ ଲୋକ । ସମ୍ପ୍ରତି ସାଇବର ଠକମାନେ ବିଭିନ୍ନ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଖାଲି କରିଦେଉଛନ୍ତି । ଏପରି ପରିସ୍ଥିତିରେ ବ୍ରହ୍ମପୁର ସହରର ଜଣେ ମହିଳା ବାରମ୍ବାର ଗଣମାଧ୍ୟରେ ପ୍ରସାରିତ ହେଉଥିବା ଘଟଣାଗୁଡିକ ସମ୍ପର୍କରେ ସଚେତନ ଥିବା ଯୋଗୁଁ ସାଇବର ଠକଙ୍କ କବଳରୁ ବର୍ତ୍ତି ପାରିଛନ୍ତି । ସେ ହେଉଛନ୍ତି ବ୍ରହ୍ମପୁର ବିମା ନଗର ଅଞ୍ଚଳର କଳ୍ପନା ସେନାପତି । କଳ୍ପନା ତାଙ୍କ ଭୁବନେଶ୍ୱରରେ ଥିବା ଘରକୁ ଭଡା ସୂତ୍ରରେ ଦେବା ପାଇଁ ଓଏଲଏକ୍ସ୍‌ରେ ବିଜ୍ଞାପନ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ବିଜ୍ଞାପନ ଦେବା ମାତ୍ରେ କଳ୍ପନାଙ୍କ ମୋବାଇଲ୍‌ ନମ୍ବରକୁ ଘର ଭଡା ପାଇଁ କଲ୍‌ ଆସିଥିଲା । ସେଥିରେ ଜଣେ ବ୍ୟକ୍ତି ନିକକୁ ସେନା ଅଧିକାରୀ ବୋଲି ପରିଚୟ ଦେବା ସହ ତାଙ୍କର ଲକ୍ଷ୍ନୌରୁ ଭୁବନେଶ୍ୱର ବଦଳି ହୋଇଯାଇଥିବାରୁ ଭଡ଼ା ଘରର ଆବଶ୍ୟକତା ଥିବା କଳ୍ପନାଙ୍କୁ ମୋବାଇଲ୍‌ ଯୋଗେ କହିଥିଲେ । ତାଙ୍କ ନାମ ପଙ୍କଜ ଶର୍ମା ବୋଲି ପରିଚୟ ଦେଇ ତାଙ୍କ ଘରର ଫଟୋ ମାଗିଥିଲେ ଓ କଳ୍ପନା ହ୍ବାଟସଆପରେ ପଙ୍କଜଙ୍କୁ ଘର ବାହାରର ଫୋଟ ମଧ୍ୟ ପଠାଇଥିଲେ। ପଙ୍କଜ ଘର ପସନ୍ଦ ଥିବା କହି ତାଙ୍କର ସେନା ପୋଷାକ ପିନ୍ଧିଥିବା ଫୋଟ ଏବଂ ସେନାର ପରିଚୟ ପତ୍ର ଆଦି ମହିଳାଙ୍କୁ ହ୍ବାଟସଆପ ମାଧ୍ୟମରେ ପଠାଇଥିଲେ । ଏହାଦେଖି କଳ୍ପନା ତାଙ୍କୁ ବିଶ୍ୱାସ କରିବା ସହ ଏକ ଚୁକ୍ତିନାମା କରିବା ପାଇଁ ପଙ୍କଜଙ୍କୁ କହିଥିଲେ । ଘର ଭଡା ବାବଦକୁ ମାସିକ ୭ ହଜାର ଟଙ୍କା ଥିବା ବେଳେ ମହିଳା ଜଣକ ୩ ମାସର ଅଗ୍ରୀମ ଟଙ୍କା ପଙ୍କଜଙ୍କୁ ମାଗିଥିଲେ । ତୁରନ୍ତ ସେନା ଅଧକାରୀ ଜଣକ ମହିଳାଙ୍କୁ ଗୁଗୁଲ୍‌ ପେ କିମ୍ବା ଫୋନ୍‌ ପେ’ରେ ପଠାଇଦେବୁ ଆଗ୍ରହ ପ୍ରକାଶ କରିଥିଲେ ।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

କଳ୍ପନା ଗୁଗୁଲ୍‌ ପେ ପାଇଁ ରାଜି ନ ହେବାରୁ ପଙ୍କଜ ନାମକ ଏହି ସାଇବର ଠକ ଜଣକ ଅନ୍‌ ଲାଇନ୍‌ ବ୍ୟାଙ୍କିଂ କଥା ପଚାରିଥିଲେ । ସାଇବର ଠକେଇ ସମ୍ପର୍କରେ ସଚେତନ ଥିବା କଳ୍ପନା ତୁରନ୍ତ ତାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ବାହାର କରିବା ପରେ ଆକାଉଣ୍ଟ ନମ୍ବର ପଙ୍କଜଙ୍କୁ ଦେଇଥିଲେ । କିଛି ସମୟ ପରେ ସେନାର ଜଣେ ଅଧକାରୀ ବୋଲି ପରିଚୟ ଦେଇ ଅନ୍ୟ ଜଣେ କଳ୍ପନାଙ୍କ ସହ କଥା ହେଲେ ଓ ତାଙ୍କୁ ଅନ୍‌ଲାଇନ୍‌ରେ ରଖି ଆମେ ଯେପରି କହୁଛୁ ସେପରି କରନ୍ତୁ ବୋଲି କହିଥିଲେ । କଳ୍ପନା ତାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ବାହାର କରିଦେଇଥିବା ଯୋଗୁଁ ବିନା ଭୟରେ ସେହିପରି କଲେ । ଏହି ସମୟରେ ଏକ ଓଟିପି ମହିଳାଙ୍କ ମୋବାଇଲ୍‌କୁ ଆସିଥିଲା । ଏଥିରେ ସେ ସାଇବର ଠକଙ୍କ ଅସଲି ରୂପ ଜାଣିପାରି ସାଇବର ଥାନାକୁ ଖବର ଦେବେ ବୋଲି କହି ଫୋନ୍‌ କାଟି ଦେଇଥିଲେ । ମହିଳାଙ୍କ ଉପସ୍ଥିତ ବୁଦ୍ଧି ଓ ସଚେତନତା ଯୋଗୁଁ ସାଇବର ଠକଙ୍କ ଚାଲବାଜି କାମ କରିନଥିଲା ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

15 Dec 2022 By The Sakala

ତିନି ଦିନ ଧରି ସାଇବର ଠକକୁ ଭୁଆଁ ବୁଲାଇବା ସହ ଲୁଟରୁ ବର୍ତ୍ତିଲେ ସଚେତନ ମହିଳା

ବ୍ରହ୍ମପୁର: ସଚେତନ ଥିଲେ ସବୁ ପ୍ରକାର ସମସ୍ୟାରୁ ବର୍ତ୍ତିପାରିବେ ସାଧାରଣ ଲୋକ । ସମ୍ପ୍ରତି ସାଇବର ଠକମାନେ ବିଭିନ୍ନ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଖାଲି କରିଦେଉଛନ୍ତି । ଏପରି ପରିସ୍ଥିତିରେ ବ୍ରହ୍ମପୁର ସହରର ଜଣେ ମହିଳା ବାରମ୍ବାର ଗଣମାଧ୍ୟରେ ପ୍ରସାରିତ ହେଉଥିବା ଘଟଣାଗୁଡିକ ସମ୍ପର୍କରେ ସଚେତନ ଥିବା ଯୋଗୁଁ ସାଇବର ଠକଙ୍କ କବଳରୁ ବର୍ତ୍ତି ପାରିଛନ୍ତି । ସେ ହେଉଛନ୍ତି ବ୍ରହ୍ମପୁର ବିମା ନଗର ଅଞ୍ଚଳର କଳ୍ପନା ସେନାପତି । କଳ୍ପନା ତାଙ୍କ ଭୁବନେଶ୍ୱରରେ ଥିବା ଘରକୁ ଭଡା ସୂତ୍ରରେ ଦେବା ପାଇଁ ଓଏଲଏକ୍ସ୍‌ରେ ବିଜ୍ଞାପନ ଦେଇଥିଲେ ।

ବିଜ୍ଞାପନ ଦେବା ମାତ୍ରେ କଳ୍ପନାଙ୍କ ମୋବାଇଲ୍‌ ନମ୍ବରକୁ ଘର ଭଡା ପାଇଁ କଲ୍‌ ଆସିଥିଲା । ସେଥିରେ ଜଣେ ବ୍ୟକ୍ତି ନିକକୁ ସେନା ଅଧିକାରୀ ବୋଲି ପରିଚୟ ଦେବା ସହ ତାଙ୍କର ଲକ୍ଷ୍ନୌରୁ ଭୁବନେଶ୍ୱର ବଦଳି ହୋଇଯାଇଥିବାରୁ ଭଡ଼ା ଘରର ଆବଶ୍ୟକତା ଥିବା କଳ୍ପନାଙ୍କୁ ମୋବାଇଲ୍‌ ଯୋଗେ କହିଥିଲେ । ତାଙ୍କ ନାମ ପଙ୍କଜ ଶର୍ମା ବୋଲି ପରିଚୟ ଦେଇ ତାଙ୍କ ଘରର ଫଟୋ ମାଗିଥିଲେ ଓ କଳ୍ପନା ହ୍ବାଟସଆପରେ ପଙ୍କଜଙ୍କୁ ଘର ବାହାରର ଫୋଟ ମଧ୍ୟ ପଠାଇଥିଲେ। ପଙ୍କଜ ଘର ପସନ୍ଦ ଥିବା କହି ତାଙ୍କର ସେନା ପୋଷାକ ପିନ୍ଧିଥିବା ଫୋଟ ଏବଂ ସେନାର ପରିଚୟ ପତ୍ର ଆଦି ମହିଳାଙ୍କୁ ହ୍ବାଟସଆପ ମାଧ୍ୟମରେ ପଠାଇଥିଲେ । ଏହାଦେଖି କଳ୍ପନା ତାଙ୍କୁ ବିଶ୍ୱାସ କରିବା ସହ ଏକ ଚୁକ୍ତିନାମା କରିବା ପାଇଁ ପଙ୍କଜଙ୍କୁ କହିଥିଲେ । ଘର ଭଡା ବାବଦକୁ ମାସିକ ୭ ହଜାର ଟଙ୍କା ଥିବା ବେଳେ ମହିଳା ଜଣକ ୩ ମାସର ଅଗ୍ରୀମ ଟଙ୍କା ପଙ୍କଜଙ୍କୁ ମାଗିଥିଲେ । ତୁରନ୍ତ ସେନା ଅଧକାରୀ ଜଣକ ମହିଳାଙ୍କୁ ଗୁଗୁଲ୍‌ ପେ କିମ୍ବା ଫୋନ୍‌ ପେ’ରେ ପଠାଇଦେବୁ ଆଗ୍ରହ ପ୍ରକାଶ କରିଥିଲେ ।

କଳ୍ପନା ଗୁଗୁଲ୍‌ ପେ ପାଇଁ ରାଜି ନ ହେବାରୁ ପଙ୍କଜ ନାମକ ଏହି ସାଇବର ଠକ ଜଣକ ଅନ୍‌ ଲାଇନ୍‌ ବ୍ୟାଙ୍କିଂ କଥା ପଚାରିଥିଲେ । ସାଇବର ଠକେଇ ସମ୍ପର୍କରେ ସଚେତନ ଥିବା କଳ୍ପନା ତୁରନ୍ତ ତାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ବାହାର କରିବା ପରେ ଆକାଉଣ୍ଟ ନମ୍ବର ପଙ୍କଜଙ୍କୁ ଦେଇଥିଲେ । କିଛି ସମୟ ପରେ ସେନାର ଜଣେ ଅଧକାରୀ ବୋଲି ପରିଚୟ ଦେଇ ଅନ୍ୟ ଜଣେ କଳ୍ପନାଙ୍କ ସହ କଥା ହେଲେ ଓ ତାଙ୍କୁ ଅନ୍‌ଲାଇନ୍‌ରେ ରଖି ଆମେ ଯେପରି କହୁଛୁ ସେପରି କରନ୍ତୁ ବୋଲି କହିଥିଲେ । କଳ୍ପନା ତାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ବାହାର କରିଦେଇଥିବା ଯୋଗୁଁ ବିନା ଭୟରେ ସେହିପରି କଲେ । ଏହି ସମୟରେ ଏକ ଓଟିପି ମହିଳାଙ୍କ ମୋବାଇଲ୍‌କୁ ଆସିଥିଲା । ଏଥିରେ ସେ ସାଇବର ଠକଙ୍କ ଅସଲି ରୂପ ଜାଣିପାରି ସାଇବର ଥାନାକୁ ଖବର ଦେବେ ବୋଲି କହି ଫୋନ୍‌ କାଟି ଦେଇଥିଲେ । ମହିଳାଙ୍କ ଉପସ୍ଥିତ ବୁଦ୍ଧି ଓ ସଚେତନତା ଯୋଗୁଁ ସାଇବର ଠକଙ୍କ ଚାଲବାଜି କାମ କରିନଥିଲା ।

https://www.thesakala.in/latest-odisha-news/brahmapur-news/cyber-fraud-failed-cheats-a-woman-in-the-name-of-army/article-17392
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର