ଘରେ ପଶି ବ୍ଲେଡରେ ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ

Madhusudan Das Picture
Published On

ବାରିପଦା: ପ୍ରେମବ୍ୟାପାରକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ଖବର । ଏକ ବ୍ଲେଡ୍‌ ସାହାଯ୍ୟରେ ପ୍ରେମିକାର ବେକ କାଟିଲା ପ୍ରେମିକ । ଗୁରୁତର ଅବସ୍ଥାରେ ପ୍ରେମିକା ଯଶିପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ପ୍ରେମିକକୁ ଥାନାରେ ଅଟକ ରଖିଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଇଟାମୁଣ୍ଡି ଛକରେ ଘଟିଛି ଏହି ଘଟଣା ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପ୍ରେମିକ ଯଶିପୁର ଥାନା ମହାରାଜପୁର ଗାଁରେ ଜନୈକା ଯୁବତୀଙ୍କୁ କିଛି ଦିନ ହେବ ପ୍ରେମ କରୁଥିଲେ । ସବୁ ଠିକ୍‌ଠାକ୍‌ ଚାଲିଥିଲା । ହେଲେ ରବିବାର ବିଳମ୍ବିତ ରାତିରେ ପ୍ରେମିକା ଜଣଙ୍କ ଅନ୍ୟ କଲରେ ବ୍ୟସ୍ତ ଥିବା ବେଳେ ଫୋନ୍‌ ନକାଟିବାରୁ ରାଗିଯାଇଥିଲା ପ୍ରେମିକ । ଶେଷରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକ ଜଣଙ୍କ ଘରେ ପଶି ପ୍ରେମିକାର ବେକକୁ ବ୍ଲେଡ୍‌ରେ କାଟିଦେଇଛି । ଯାହାପରେ ଗୁରୁତର ଅବସ୍ଥାରେ ପ୍ରେମିକାକୁ ନିକଟସ୍ଥ ଯଶିପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ପ୍ରେମିକକୁ ଅଟକ ରଖିଛି ପୁଲିସ ଅଧିକ ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର; ୨୦୨୪ ତୁଳନାରେ ୨୦୨୫ରେ ବଢ଼ିଛି ଧର୍ତ୍ତବ୍ୟ ଅପରାଧ

10 Nov 2025 By Madhusudan Das

ଘରେ ପଶି ବ୍ଲେଡରେ ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ

ବାରିପଦା: ପ୍ରେମବ୍ୟାପାରକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ଖବର । ଏକ ବ୍ଲେଡ୍‌ ସାହାଯ୍ୟରେ ପ୍ରେମିକାର ବେକ କାଟିଲା ପ୍ରେମିକ । ଗୁରୁତର ଅବସ୍ଥାରେ ପ୍ରେମିକା ଯଶିପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ପ୍ରେମିକକୁ ଥାନାରେ ଅଟକ ରଖିଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଇଟାମୁଣ୍ଡି ଛକରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପ୍ରେମିକ ଯଶିପୁର ଥାନା ମହାରାଜପୁର ଗାଁରେ ଜନୈକା ଯୁବତୀଙ୍କୁ କିଛି ଦିନ ହେବ ପ୍ରେମ କରୁଥିଲେ । ସବୁ ଠିକ୍‌ଠାକ୍‌ ଚାଲିଥିଲା । ହେଲେ ରବିବାର ବିଳମ୍ବିତ ରାତିରେ ପ୍ରେମିକା ଜଣଙ୍କ ଅନ୍ୟ କଲରେ ବ୍ୟସ୍ତ ଥିବା ବେଳେ ଫୋନ୍‌ ନକାଟିବାରୁ ରାଗିଯାଇଥିଲା ପ୍ରେମିକ । ଶେଷରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକ ଜଣଙ୍କ ଘରେ ପଶି ପ୍ରେମିକାର ବେକକୁ ବ୍ଲେଡ୍‌ରେ କାଟିଦେଇଛି । ଯାହାପରେ ଗୁରୁତର ଅବସ୍ଥାରେ ପ୍ରେମିକାକୁ ନିକଟସ୍ଥ ଯଶିପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ପ୍ରେମିକକୁ ଅଟକ ରଖିଛି ପୁଲିସ ଅଧିକ ତଦନ୍ତ ଚଳାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର