ଡାକ ଟିକଟ ସଂଗ୍ରହ ନିଶାରେ ବିଶ୍ୱନାଥ ମିଶ୍ର

The Sakala Picture
Published On

ବୌଦ୍ଧ (ଦିବ୍ୟରଞ୍ଜନ ପଟ୍ଟନାୟକ): ବିଶ୍ୱନାଥଙ୍କ ସଂଗ୍ରହ ମଧ୍ୟରେ ସ୍ୱାଧୀନତା ପରେ ବାହାରିଥିବା ଭାରତ ସରକାରଙ୍କ ସମସ୍ତ ଡାକ ଟିକଟ, ପୋଷ୍ଟ କାର୍ଡ, ଅନ୍ତର୍ଦେଶୀୟ ପତ୍ର, ଲଫାପା ଇତ୍ୟାଦି ସ୍ଥାନ ପାଇଛି। ଏହାଛଡା ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟର ଅନେକ ପୁରାତନ ଡାକ ଟିକଟ ମଧ୍ୟ ତାଙ୍କ ସଂଗ୍ରହରେ ସ୍ଥାନ ପାଇଥିବା ବେଳେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସୈନିକଙ୍କ ପତ୍ର ମଧ୍ୟ ତାଙ୍କ ପାଖରେ ରହିଛି। ଦେଶ ବିଦେଶର ପ୍ରାୟ ୫ ହାଜର ଡାକ ଟିକଟ ତାଙ୍କ ପାଖରେ ରହିଛି। […]

ବୌଦ୍ଧ (ଦିବ୍ୟରଞ୍ଜନ ପଟ୍ଟନାୟକ): ବିଶ୍ୱନାଥଙ୍କ ସଂଗ୍ରହ ମଧ୍ୟରେ ସ୍ୱାଧୀନତା ପରେ ବାହାରିଥିବା ଭାରତ ସରକାରଙ୍କ ସମସ୍ତ ଡାକ ଟିକଟ, ପୋଷ୍ଟ କାର୍ଡ, ଅନ୍ତର୍ଦେଶୀୟ ପତ୍ର, ଲଫାପା ଇତ୍ୟାଦି ସ୍ଥାନ ପାଇଛି। ଏହାଛଡା ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟର ଅନେକ ପୁରାତନ ଡାକ ଟିକଟ ମଧ୍ୟ ତାଙ୍କ ସଂଗ୍ରହରେ ସ୍ଥାନ ପାଇଥିବା ବେଳେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସୈନିକଙ୍କ ପତ୍ର ମଧ୍ୟ ତାଙ୍କ ପାଖରେ ରହିଛି। ଦେଶ ବିଦେଶର ପ୍ରାୟ ୫ ହାଜର ଡାକ ଟିକଟ ତାଙ୍କ ପାଖରେ ରହିଛି। ଡାକ ଟିକଟ ସଂଗ୍ରହ ବ୍ୟତୀତ ଶ୍ରୀ ମିଶ୍ର ପୁରାତନ ଏବଂ ଆଧୁନିକ ଧାତବ ମୁଦ୍ରା, ଦେଶ ବିଦେଶର କାଗଜ ଏବଂ ପ୍ଲାଷ୍ଟିକ ନୋଟ ମଧ୍ୟ ସଂଗ୍ରହ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର: ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୭ ହଜାର ମହିଳା ପ୍ରତିନିଧି

୯୭୭ ମସିହାରୁ ସେ ଡାକ ଟିକଟ ସଂଗ୍ରହ କରିଆସୁଛନ୍ତି। ଡାକ ଟିକଟ ସଂଗ୍ରହ କରିବା ତାଙ୍କ ପାଇଁ ଏକ ପ୍ରକାର ନିଶା ପାଲଟି ଯାଇଛି। ସେ ହେଉଛନ୍ତି ବୌଦ୍ଧ ୬ନଂ ୱାର୍ଡ ବାବୁସାହିର ଅବସରପ୍ରାପ୍ତ ବନ ବିଭାଗ କର୍ମଚାରୀ ବିଶ୍ୱନାଥ ମିଶ୍ର। ବୌଦ୍ଧର ସ୍ୱର୍ଗତ ନଟବର ପ୍ରଧାନ ୧୯୭୭ ମସିହାରେ ଓଡ଼ିଶାର କ୍ୟାବିନେଟ ମନ୍ତ୍ରୀ ଥିବାବେଳେ ସେ ତାଙ୍କ ପାଖରେ ଡ଼ାଇରିଷ୍ଟ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ସେତେବେଳେ ମନ୍ତ୍ରୀଙ୍କ ନିକଟକୁ ଆସୁଥିବା ଚିଠିପତ୍ରରୁ ଡାକ ଟିକଟ ସଂଗ୍ରହ କରିବା ଆରମ୍ଭ କରିଥିଲେ ଶ୍ରୀ ମିଶ୍ର। ପରବର୍ତ୍ତୀ ସମୟରେ ବନ ବିଭାଗରେ ଚାକିରୀ କରିବା ପରେ ଏହି ସଂଗ୍ରହ କରିବା ଧାରା ଜାରି ରହିଲା। ଧୀରେ ଧୀରେ ଏ ଅଭ୍ୟାସ ତାଙ୍କର ନିଶାରେ ପରିଣତ ହୋଇଗଲା ଏବଂ ସେ ବନିଗଲେ ଜଣେ ପେସାଦାର ଡାକ ଟିକଟ ସଂଗ୍ରହକାରୀ। ଏହି ନିଶା ବିଶ୍ୱନାଥଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ପହଞ୍ଚାଇ ଦେଇଛି। ୨୦୨୨ ମସିହାରେ ଦୁବାଇ ଠାରେ ଅନୁଷ୍ଠିତ ଏମିରେଟସ୍‌‌- ୨୦୨୨ ଆନ୍ତର୍ଜାତୀୟ ଡାକଟିକଟ ପ୍ରଦର୍ଶନୀରେ ବିଶ୍ୱନାଥଙ୍କ ସଂଗ୍ରହ ଭାଗ ନେଇଥିଲା।

ଆହୁରି ପଢ଼ନ୍ତୁ: ସାବଧାନ ! ଗାଁରେ ବୁଲୁଛି ବାଘ: ବଳଦକୁ ମାରି ଖାଇଥିବା ଅଭିଯୋଗ, ଲୋକେ ଆତଙ୍କିତ

ଏହି ଆନ୍ତର୍ଜାତୀୟ ଡାକଟିକଟ ପ୍ରଦର୍ଶନୀରେ ଭାଗନେବା ପାଇଁ ଜାତୀୟ ଡାକଟିକଟ ପ୍ରଦର୍ଶନୀରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ଭାରତୀୟ ଫିଲାଟେଲିକ୍‌‌ କଂଗ୍ରେସ ପକ୍ଷରୁ ସମଗ୍ର ଭାରତରୁ ୧୬ ଜଣ ମନୋନୀତ ହୋଇଥିବା ବେଳେ ଶ୍ରୀ ମିଶ୍ରଙ୍କ ଦ୍ୱାରା ସଂଗୃହିତ ୮୦ ପୃଷ୍ଠା ସମ୍ୱଳିତ ଆଲବମରେ ବିଭିନ୍ନ ଦେଶର ବହୁ ପ୍ରକାରର ଡାକଟିକଟ, ଲଫାପା, ପୋଷ୍ଟକାର୍ଡ ଆଦି ସହିତ ଅନେକ ଶତାଧିକ ବର୍ଷ ପୁରୁଣା ଡାକ ଜିନିଷ ପ୍ରଦର୍ଶିତ ହୋଇଥିଲା। ଏହି ସମ୍ମାନଜନକ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଶ୍ରୀ ମିଶ୍ରଙ୍କ ଡାକ ଟିକଟ ସଂଗ୍ରହ ବ୍ରୋଞ୍ଜ ମେଡାଲ ପାଇବାରେ ସକ୍ଷମ ହୋଇଥିଲା। ଶ୍ରୀ ମିଶ୍ର ୨୦୦୫ ମସିହାରୁ ବିଭିନ୍ନ ଡାକ ଟିକଟ ପ୍ରଦର୍ଶନୀରେ ଭାଗ ନେଇଆସୁଥିବା ବେଳେ ୨୦୧୯ରେ ଭାରତୀୟ ଫିଲାଟେଲିକ୍‌‌ କଂଗ୍ରେସ ପକ୍ଷରୁ ଆୟୋଜିତ ଜାତୀୟ ପ୍ରଦର୍ଶନୀରେ ଲାର୍ଜ ସିଲଭର ମେଡାଲ ଏବଂ ୨୦୨୩ରେ କେନ୍ଦ୍ର ସରକାରଙ୍କ ଡାକ ବିଭାଗ ଦ୍ୱାରା ଆୟୋଜିତ ଜାତୀୟ ଡାକ ଟିକଟ ପ୍ରଦର୍ଶନୀରେ ମଧ୍ୟ ଲାର୍ଜ ସିଲଭର ମେଡାଲ ପାଇଛନ୍ତି।

ଆହୁରି ପଢ଼ନ୍ତୁ: କ୍ରସ୍‌ଭୋଟିଂ କରିଥିବା ବିଜେଡିର ୮ବିଧାୟକଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ପ୍ରତାପ ଦେବ

ଶ୍ରୀ ମିଶ୍ର ବିଭିନ୍ନ ଜାତୀୟ, ରାଜ୍ୟସ୍ତରୀୟ ପ୍ରଦର୍ଶନୀରେ ଭାଗ ନେଇ ସାରିଥିବା ବେଳେ ଅନେକ ସ୍ୱୀକୃତି, ପ୍ରଶଂସା ପାତ୍ର, ସମ୍ୱର୍ଦ୍ଧନା ସାଉଁଟି ପାରିଛନ୍ତି। ଏଯାବତ ତାଙ୍କୁ ୨୭ଟି ପୁରସ୍କାର ମିଳିସାରିଛ। ବିଶ୍ୱନାଥଙ୍କ ସଂଗ୍ରହରେ ସ୍ୱାଧୀନତା ପରେ ବାହାରିଥିବା ଭାରତ ସରକାରଙ୍କ ସମସ୍ତ ଡାକ ଟିକଟ, ପୋଷ୍ଟ କାର୍ଡ, ଅନ୍ତର୍ଦେଶୀୟ ପତ୍ର, ଲଫାପା ଇତ୍ୟାଦି ସ୍ଥାନ ପାଇଛି। ଏହାଛଡା ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟର ଅନେକ ପୁରାତନ ଡାକ ଟିକଟ ମଧ୍ୟ ତାଙ୍କ ସଂଗ୍ରହରେ ସ୍ଥାନ ପାଇଥିବା ବେଳେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସୈନିକଙ୍କ ପତ୍ର ମଧ୍ୟ ତାଙ୍କ ପାଖରେ ରହିଛି। ଦେଶ ବିଦେଶର ପ୍ରାୟ ୫ ହାଜର ଡାକ ଟିକଟ ତାଙ୍କ ପାଖରେ ରହିଛି। ଡାକ ଟିକଟ ସଂଗ୍ରହ ବ୍ୟତୀତ ଶ୍ରୀ ମିଶ୍ର ପୁରାତନ ଏବଂ ଆଧୁନିକ ଧାତବ ମୁଦ୍ରା, ଦେଶ ବିଦେଶର କାଗଜ ଏବଂ ପ୍ଲାଷ୍ଟିକ ନୋଟ ମଧ୍ୟ ସଂଗ୍ରହ କରିଛନ୍ତି। ଜିଲ୍ଲା ତଥା ଜିଲ୍ଲା ବାହାରେ ଶ୍ରୀ ମିଶ୍ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିଜସ୍ୱ ପ୍ରଚେଷ୍ଟାରେ ଡାକ ଟିକଟ ଏବଂ ମୁଦ୍ରା ପ୍ରଦର୍ଶନୀ ଆୟୋଜନ କରି ଆସୁଛନ୍ତି। ତେବେ ଏଭଳି ଏକ ବିରଳ କାର୍ଯ୍ୟ ବିଶ୍ୱନାଥଙ୍କ ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଆଣି ଦେଇଥିବା ବେଳେ ବୌଦ୍ଧ ଜିଲ୍ଲାକୁ ମଧ୍ୟ ଗୌରାବାନ୍ୱିତ କରି ପାରିଛି।

23 Jun 2024 By The Sakala

ଡାକ ଟିକଟ ସଂଗ୍ରହ ନିଶାରେ ବିଶ୍ୱନାଥ ମିଶ୍ର

ବୌଦ୍ଧ (ଦିବ୍ୟରଞ୍ଜନ ପଟ୍ଟନାୟକ): ବିଶ୍ୱନାଥଙ୍କ ସଂଗ୍ରହ ମଧ୍ୟରେ ସ୍ୱାଧୀନତା ପରେ ବାହାରିଥିବା ଭାରତ ସରକାରଙ୍କ ସମସ୍ତ ଡାକ ଟିକଟ, ପୋଷ୍ଟ କାର୍ଡ, ଅନ୍ତର୍ଦେଶୀୟ ପତ୍ର, ଲଫାପା ଇତ୍ୟାଦି ସ୍ଥାନ ପାଇଛି। ଏହାଛଡା ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟର ଅନେକ ପୁରାତନ ଡାକ ଟିକଟ ମଧ୍ୟ ତାଙ୍କ ସଂଗ୍ରହରେ ସ୍ଥାନ ପାଇଥିବା ବେଳେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସୈନିକଙ୍କ ପତ୍ର ମଧ୍ୟ ତାଙ୍କ ପାଖରେ ରହିଛି। ଦେଶ ବିଦେଶର ପ୍ରାୟ ୫ ହାଜର ଡାକ ଟିକଟ ତାଙ୍କ ପାଖରେ ରହିଛି। ଡାକ ଟିକଟ ସଂଗ୍ରହ ବ୍ୟତୀତ ଶ୍ରୀ ମିଶ୍ର ପୁରାତନ ଏବଂ ଆଧୁନିକ ଧାତବ ମୁଦ୍ରା, ଦେଶ ବିଦେଶର କାଗଜ ଏବଂ ପ୍ଲାଷ୍ଟିକ ନୋଟ ମଧ୍ୟ ସଂଗ୍ରହ କରିଛନ୍ତି।

୯୭୭ ମସିହାରୁ ସେ ଡାକ ଟିକଟ ସଂଗ୍ରହ କରିଆସୁଛନ୍ତି। ଡାକ ଟିକଟ ସଂଗ୍ରହ କରିବା ତାଙ୍କ ପାଇଁ ଏକ ପ୍ରକାର ନିଶା ପାଲଟି ଯାଇଛି। ସେ ହେଉଛନ୍ତି ବୌଦ୍ଧ ୬ନଂ ୱାର୍ଡ ବାବୁସାହିର ଅବସରପ୍ରାପ୍ତ ବନ ବିଭାଗ କର୍ମଚାରୀ ବିଶ୍ୱନାଥ ମିଶ୍ର। ବୌଦ୍ଧର ସ୍ୱର୍ଗତ ନଟବର ପ୍ରଧାନ ୧୯୭୭ ମସିହାରେ ଓଡ଼ିଶାର କ୍ୟାବିନେଟ ମନ୍ତ୍ରୀ ଥିବାବେଳେ ସେ ତାଙ୍କ ପାଖରେ ଡ଼ାଇରିଷ୍ଟ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ସେତେବେଳେ ମନ୍ତ୍ରୀଙ୍କ ନିକଟକୁ ଆସୁଥିବା ଚିଠିପତ୍ରରୁ ଡାକ ଟିକଟ ସଂଗ୍ରହ କରିବା ଆରମ୍ଭ କରିଥିଲେ ଶ୍ରୀ ମିଶ୍ର। ପରବର୍ତ୍ତୀ ସମୟରେ ବନ ବିଭାଗରେ ଚାକିରୀ କରିବା ପରେ ଏହି ସଂଗ୍ରହ କରିବା ଧାରା ଜାରି ରହିଲା। ଧୀରେ ଧୀରେ ଏ ଅଭ୍ୟାସ ତାଙ୍କର ନିଶାରେ ପରିଣତ ହୋଇଗଲା ଏବଂ ସେ ବନିଗଲେ ଜଣେ ପେସାଦାର ଡାକ ଟିକଟ ସଂଗ୍ରହକାରୀ। ଏହି ନିଶା ବିଶ୍ୱନାଥଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ପହଞ୍ଚାଇ ଦେଇଛି। ୨୦୨୨ ମସିହାରେ ଦୁବାଇ ଠାରେ ଅନୁଷ୍ଠିତ ଏମିରେଟସ୍‌‌- ୨୦୨୨ ଆନ୍ତର୍ଜାତୀୟ ଡାକଟିକଟ ପ୍ରଦର୍ଶନୀରେ ବିଶ୍ୱନାଥଙ୍କ ସଂଗ୍ରହ ଭାଗ ନେଇଥିଲା।

ଏହି ଆନ୍ତର୍ଜାତୀୟ ଡାକଟିକଟ ପ୍ରଦର୍ଶନୀରେ ଭାଗନେବା ପାଇଁ ଜାତୀୟ ଡାକଟିକଟ ପ୍ରଦର୍ଶନୀରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ଭାରତୀୟ ଫିଲାଟେଲିକ୍‌‌ କଂଗ୍ରେସ ପକ୍ଷରୁ ସମଗ୍ର ଭାରତରୁ ୧୬ ଜଣ ମନୋନୀତ ହୋଇଥିବା ବେଳେ ଶ୍ରୀ ମିଶ୍ରଙ୍କ ଦ୍ୱାରା ସଂଗୃହିତ ୮୦ ପୃଷ୍ଠା ସମ୍ୱଳିତ ଆଲବମରେ ବିଭିନ୍ନ ଦେଶର ବହୁ ପ୍ରକାରର ଡାକଟିକଟ, ଲଫାପା, ପୋଷ୍ଟକାର୍ଡ ଆଦି ସହିତ ଅନେକ ଶତାଧିକ ବର୍ଷ ପୁରୁଣା ଡାକ ଜିନିଷ ପ୍ରଦର୍ଶିତ ହୋଇଥିଲା। ଏହି ସମ୍ମାନଜନକ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଶ୍ରୀ ମିଶ୍ରଙ୍କ ଡାକ ଟିକଟ ସଂଗ୍ରହ ବ୍ରୋଞ୍ଜ ମେଡାଲ ପାଇବାରେ ସକ୍ଷମ ହୋଇଥିଲା। ଶ୍ରୀ ମିଶ୍ର ୨୦୦୫ ମସିହାରୁ ବିଭିନ୍ନ ଡାକ ଟିକଟ ପ୍ରଦର୍ଶନୀରେ ଭାଗ ନେଇଆସୁଥିବା ବେଳେ ୨୦୧୯ରେ ଭାରତୀୟ ଫିଲାଟେଲିକ୍‌‌ କଂଗ୍ରେସ ପକ୍ଷରୁ ଆୟୋଜିତ ଜାତୀୟ ପ୍ରଦର୍ଶନୀରେ ଲାର୍ଜ ସିଲଭର ମେଡାଲ ଏବଂ ୨୦୨୩ରେ କେନ୍ଦ୍ର ସରକାରଙ୍କ ଡାକ ବିଭାଗ ଦ୍ୱାରା ଆୟୋଜିତ ଜାତୀୟ ଡାକ ଟିକଟ ପ୍ରଦର୍ଶନୀରେ ମଧ୍ୟ ଲାର୍ଜ ସିଲଭର ମେଡାଲ ପାଇଛନ୍ତି।

ଶ୍ରୀ ମିଶ୍ର ବିଭିନ୍ନ ଜାତୀୟ, ରାଜ୍ୟସ୍ତରୀୟ ପ୍ରଦର୍ଶନୀରେ ଭାଗ ନେଇ ସାରିଥିବା ବେଳେ ଅନେକ ସ୍ୱୀକୃତି, ପ୍ରଶଂସା ପାତ୍ର, ସମ୍ୱର୍ଦ୍ଧନା ସାଉଁଟି ପାରିଛନ୍ତି। ଏଯାବତ ତାଙ୍କୁ ୨୭ଟି ପୁରସ୍କାର ମିଳିସାରିଛ। ବିଶ୍ୱନାଥଙ୍କ ସଂଗ୍ରହରେ ସ୍ୱାଧୀନତା ପରେ ବାହାରିଥିବା ଭାରତ ସରକାରଙ୍କ ସମସ୍ତ ଡାକ ଟିକଟ, ପୋଷ୍ଟ କାର୍ଡ, ଅନ୍ତର୍ଦେଶୀୟ ପତ୍ର, ଲଫାପା ଇତ୍ୟାଦି ସ୍ଥାନ ପାଇଛି। ଏହାଛଡା ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟର ଅନେକ ପୁରାତନ ଡାକ ଟିକଟ ମଧ୍ୟ ତାଙ୍କ ସଂଗ୍ରହରେ ସ୍ଥାନ ପାଇଥିବା ବେଳେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସୈନିକଙ୍କ ପତ୍ର ମଧ୍ୟ ତାଙ୍କ ପାଖରେ ରହିଛି। ଦେଶ ବିଦେଶର ପ୍ରାୟ ୫ ହାଜର ଡାକ ଟିକଟ ତାଙ୍କ ପାଖରେ ରହିଛି। ଡାକ ଟିକଟ ସଂଗ୍ରହ ବ୍ୟତୀତ ଶ୍ରୀ ମିଶ୍ର ପୁରାତନ ଏବଂ ଆଧୁନିକ ଧାତବ ମୁଦ୍ରା, ଦେଶ ବିଦେଶର କାଗଜ ଏବଂ ପ୍ଲାଷ୍ଟିକ ନୋଟ ମଧ୍ୟ ସଂଗ୍ରହ କରିଛନ୍ତି। ଜିଲ୍ଲା ତଥା ଜିଲ୍ଲା ବାହାରେ ଶ୍ରୀ ମିଶ୍ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିଜସ୍ୱ ପ୍ରଚେଷ୍ଟାରେ ଡାକ ଟିକଟ ଏବଂ ମୁଦ୍ରା ପ୍ରଦର୍ଶନୀ ଆୟୋଜନ କରି ଆସୁଛନ୍ତି। ତେବେ ଏଭଳି ଏକ ବିରଳ କାର୍ଯ୍ୟ ବିଶ୍ୱନାଥଙ୍କ ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଆଣି ଦେଇଥିବା ବେଳେ ବୌଦ୍ଧ ଜିଲ୍ଲାକୁ ମଧ୍ୟ ଗୌରାବାନ୍ୱିତ କରି ପାରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର