କ୍ରସ୍ ଭୋଟିଂ ପାଇଁ ନବୀନଙ୍କ ଶକ୍ତ କାର୍ଯ୍ୟାନୁଷ୍ଠାନ: ବିଜେଡିରୁ ନିଲମ୍ବିତ ହେଲେ ୬ ବିଧାୟକ

Madhusudan Das Picture
Published On

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହେଲେ ୬ ବିଧାୟକ । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୬ ବିଧାୟକଙ୍କ ବିରୁଦ୍ଧରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବିଜେଡିର ଶୃଙ୍ଖଳା କମିଟି ରିପୋର୍ଟ ଆଧାରରେ ନବୀନ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନିଲମ୍ବିତ ହୋଇଥିବା ୬ ବିଧାୟକ ହେଲେ ବସ୍ତା ବିଧାୟିକା ସୁବାସୀନି ଜେନା, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବାଲଗୁଡା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ । ପିଏସି ବୈଠକରେ ଆଲୋଚନା ପରେ ଏହି ୬ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ। ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଭୋଟ୍ ଦେବା ଅଭିଯୋଗରେ ସସପେଣ୍ଡ ହେଲେ ୬ ଜଣ ବିଧାୟକ । 

ଆହୁରି ପଢ଼ନ୍ତୁ: ଗୋଠ ଛଡା ହାତୀର ଉପଦ୍ରବ; ଘରର କାନ୍ଥ ପଡି ଦୁଇ ବର୍ଷ ଶିଶୁପୁତ୍ର ମୃତ

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଏପରି କଠୋର ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ବିଜେଡି ଓ  କଂଗ୍ରେସ ଦଳର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ଭୋଟ ଦେଇ ନ ଥିଲେ।  ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଏହି ୬ ଜଣ ବିଧାୟକ ଭୋଟ ଦେଇଥିଲେ।  ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବା ପରେ ଏହି ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିଲା। ସେମାନଙ୍କ ଜବାବକୁ ତର୍ଜମା କରିବା ପରେ ଦଳର ରାଜନୈତିକ ବ୍ୟାପାର କମିଟି(ପିଏସି) ଏହି ନିଷ୍ପତ୍ତି ନେଇଛି। ଅନୁଶାସନ କମିଟି ଏବଂ ମୁଖ୍ୟ ସଚେତକଙ୍କ ସୁପାରିଶ ଆଧାରରେ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ଆଦେଶକୁ ଅନୁମୋଦନ କରିଛନ୍ତି। 

ଆହୁରି ପଢ଼ନ୍ତୁ: କିଏ ସାଜିବ ଓଡ଼ିଶାର ସ୍ୱର; ରାଜ୍ୟସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ, ଅପରାହ୍ଣ ୫ଟାରେ ଆସିବ ରେଜଲ୍ଟ

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବା ବିଜେଡି ସମ୍ବିଧାନର ମୂଳ ନୀତିର ପରିପନ୍ଥୀ। ଦଳର ନିଷ୍ପତ୍ତି ପ୍ରତି ସମ୍ପୂର୍ଣ୍ଣ ଆନୁଗତ୍ୟ ରଖିବା ପ୍ରତ୍ୟେକ ସଦସ୍ୟଙ୍କ କର୍ତ୍ତବ୍ୟ, ଯାହାକୁ ଏହି ବିଧାୟକମାନେ ଉଲ୍ଲଂଘନ କରିଥିବା ବିଜେଡି ପକ୍ଷରୁ କୁହାଯାଇଛି। ଏହା ସହ ୬ ବିଧାୟକଙ୍କ ସଭ୍ୟପଦ୍ଦ ପାଇଁ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ଆହୁରି ପଢ଼ନ୍ତୁ: ଭକ୍ତଙ୍କ କଳିରେ ଠାକୁର ବନ୍ଦୀ: ବନ୍ଦ କବାଟ ଆଢ଼ୁଆଳରେ ବାବା କମଳେଶ୍ବର

21 Mar 2026 By Madhusudan Das

କ୍ରସ୍ ଭୋଟିଂ ପାଇଁ ନବୀନଙ୍କ ଶକ୍ତ କାର୍ଯ୍ୟାନୁଷ୍ଠାନ: ବିଜେଡିରୁ ନିଲମ୍ବିତ ହେଲେ ୬ ବିଧାୟକ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହେଲେ ୬ ବିଧାୟକ । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୬ ବିଧାୟକଙ୍କ ବିରୁଦ୍ଧରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବିଜେଡିର ଶୃଙ୍ଖଳା କମିଟି ରିପୋର୍ଟ ଆଧାରରେ ନବୀନ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନିଲମ୍ବିତ ହୋଇଥିବା ୬ ବିଧାୟକ ହେଲେ ବସ୍ତା ବିଧାୟିକା ସୁବାସୀନି ଜେନା, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବାଲଗୁଡା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ । ପିଏସି ବୈଠକରେ ଆଲୋଚନା ପରେ ଏହି ୬ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ। ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଭୋଟ୍ ଦେବା ଅଭିଯୋଗରେ ସସପେଣ୍ଡ ହେଲେ ୬ ଜଣ ବିଧାୟକ । 

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଏପରି କଠୋର ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ବିଜେଡି ଓ  କଂଗ୍ରେସ ଦଳର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ଭୋଟ ଦେଇ ନ ଥିଲେ।  ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଏହି ୬ ଜଣ ବିଧାୟକ ଭୋଟ ଦେଇଥିଲେ।  ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବା ପରେ ଏହି ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିଲା। ସେମାନଙ୍କ ଜବାବକୁ ତର୍ଜମା କରିବା ପରେ ଦଳର ରାଜନୈତିକ ବ୍ୟାପାର କମିଟି(ପିଏସି) ଏହି ନିଷ୍ପତ୍ତି ନେଇଛି। ଅନୁଶାସନ କମିଟି ଏବଂ ମୁଖ୍ୟ ସଚେତକଙ୍କ ସୁପାରିଶ ଆଧାରରେ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ଆଦେଶକୁ ଅନୁମୋଦନ କରିଛନ୍ତି। 

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବା ବିଜେଡି ସମ୍ବିଧାନର ମୂଳ ନୀତିର ପରିପନ୍ଥୀ। ଦଳର ନିଷ୍ପତ୍ତି ପ୍ରତି ସମ୍ପୂର୍ଣ୍ଣ ଆନୁଗତ୍ୟ ରଖିବା ପ୍ରତ୍ୟେକ ସଦସ୍ୟଙ୍କ କର୍ତ୍ତବ୍ୟ, ଯାହାକୁ ଏହି ବିଧାୟକମାନେ ଉଲ୍ଲଂଘନ କରିଥିବା ବିଜେଡି ପକ୍ଷରୁ କୁହାଯାଇଛି। ଏହା ସହ ୬ ବିଧାୟକଙ୍କ ସଭ୍ୟପଦ୍ଦ ପାଇଁ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର