ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ OSRTC ଅଫିସ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

Madhusudan Das Picture
Published On

ଭୁବନେଶ୍ୱର: ଓଏସ୍ଆର୍‌ଟିସି ଅଫିସ୍‌ ଆଗରେ ଡ୍ରାଇଭର୍‌ଙ୍କ ମୃତଦେହ ରଖି ପରିବାର ଲୋକଙ୍କ ପ୍ରତିବାଦ । କ୍ଷତିପୂରଣ ସହ ପରିବାର ସଦସ୍ୟଙ୍କୁ ଚାକିରି ଦାବିରେ ସ୍ତ୍ରୀ ଓ ଝିଅଙ୍କ ଧାରଣା । ଗତରାତିରେ ପଶ୍ଚିମବଙ୍ଗର ମେଦିନପୁର ନିକଟରେ ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱରର ପ୍ରମୋଦ କୁମାର ମହାପାତ୍ର । 

ଆହୁରି ପଢ଼ନ୍ତୁ: ଏସ୍‌ସିବିରେ ଅଗ୍ନିକାଣ୍ଡରେ ଆହତ ରୋଗୀଙ୍କୁ ଭେଟିଲେ ନବୀନ

ସୂଚନା ଅନୁସାରେ, ପୁରୀରୁ କଲିକତା ଅଭିମୁଖେ ଯାଉଥିଲା OSRTC ବସ୍। ଦୁଇଜଣ ଡ୍ରାଇଭର ବସରେ ଥିଲେ । ପ୍ରମୋଦ ସାମାନ୍ୟ କ୍ଲାନ୍ତ ଅନୁଭବ କରିବାରୁ ଫ୍ରେସ ହେବାକୁ ଯାଇଥିବା ସମୟରେ ଏକ ବାଇକ ଆସି ଧକ୍କା ଦେଇଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରମୋଦ ମହାପାତ୍ରଙ୍କ ତିନି ଜଣ ଝିଅ ଓ ଜଣେ ପୁଅ ଅଛନ୍ତି । ଦୁର୍ଭାଗ୍ୟର କଥା ଯେ ଦୁର୍ଘଟଣା ଘଟିଥିବା ସ୍ଥାନରେ ସଂସ୍ଥା ତରଫରୁ କୌଣସି ଅଧିକାରୀ ପହଞ୍ଚି ପାରିନଥିଲେ । ପରିବାର ଲୋକଙ୍କୁ କୌଣସି ଖବର ବି ଦେଇନଥିଲେ । ୨୫ ବର୍ଷ ହେଲା ଓଏସ୍ଆରଟିସିରେ କାମ କରୁଥିଲେ ପ୍ରମୋଦ ମହାପାତ୍ର । ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । କ୍ଷତିପୁରଣ ଦାବିରେ ପରିବାର ଲୋକେ OSRTC କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ।

ଆହୁରି ପଢ଼ନ୍ତୁ: FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ଭାରତୀୟ ମହିଳା ହକି ଟିମ୍, ଶୁଭେଚ୍ଛା ଜଣାଇଲେ ନବୀନ

21 Mar 2026 By Madhusudan Das

ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ OSRTC ଅଫିସ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

ଭୁବନେଶ୍ୱର: ଓଏସ୍ଆର୍‌ଟିସି ଅଫିସ୍‌ ଆଗରେ ଡ୍ରାଇଭର୍‌ଙ୍କ ମୃତଦେହ ରଖି ପରିବାର ଲୋକଙ୍କ ପ୍ରତିବାଦ । କ୍ଷତିପୂରଣ ସହ ପରିବାର ସଦସ୍ୟଙ୍କୁ ଚାକିରି ଦାବିରେ ସ୍ତ୍ରୀ ଓ ଝିଅଙ୍କ ଧାରଣା । ଗତରାତିରେ ପଶ୍ଚିମବଙ୍ଗର ମେଦିନପୁର ନିକଟରେ ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱରର ପ୍ରମୋଦ କୁମାର ମହାପାତ୍ର । 

ସୂଚନା ଅନୁସାରେ, ପୁରୀରୁ କଲିକତା ଅଭିମୁଖେ ଯାଉଥିଲା OSRTC ବସ୍। ଦୁଇଜଣ ଡ୍ରାଇଭର ବସରେ ଥିଲେ । ପ୍ରମୋଦ ସାମାନ୍ୟ କ୍ଲାନ୍ତ ଅନୁଭବ କରିବାରୁ ଫ୍ରେସ ହେବାକୁ ଯାଇଥିବା ସମୟରେ ଏକ ବାଇକ ଆସି ଧକ୍କା ଦେଇଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରମୋଦ ମହାପାତ୍ରଙ୍କ ତିନି ଜଣ ଝିଅ ଓ ଜଣେ ପୁଅ ଅଛନ୍ତି । ଦୁର୍ଭାଗ୍ୟର କଥା ଯେ ଦୁର୍ଘଟଣା ଘଟିଥିବା ସ୍ଥାନରେ ସଂସ୍ଥା ତରଫରୁ କୌଣସି ଅଧିକାରୀ ପହଞ୍ଚି ପାରିନଥିଲେ । ପରିବାର ଲୋକଙ୍କୁ କୌଣସି ଖବର ବି ଦେଇନଥିଲେ । ୨୫ ବର୍ଷ ହେଲା ଓଏସ୍ଆରଟିସିରେ କାମ କରୁଥିଲେ ପ୍ରମୋଦ ମହାପାତ୍ର । ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । କ୍ଷତିପୁରଣ ଦାବିରେ ପରିବାର ଲୋକେ OSRTC କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର