ପ୍ରତାପ ଜେନାଙ୍କ ଘରେ ମଦ୍ୟପ ଯୁବକଙ୍କ ଆତଙ୍କରାଜ, କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ମାଡ଼ ମାରିଥିବା ଅଭିଯୋଗ

Madhusudan Das Picture
Published On

ଭୁବନେଶ୍ୱର: ପ୍ରତାପ ଜେନାଙ୍କ ଘର ଉପରେ ଆକ୍ରମଣ । ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଗତ ରାତିରେ ୧୫ରୁ ୨୦ ଜଣ ମଦ୍ୟପ ଗୁଣ୍ଡାଙ୍କ ଆତଙ୍କରାଜ । ଘର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ମାଡ଼ ମାରିଥିବା ଅଭିଯୋଗ । ଅସାମାଜିକ ଯୁବକମାନେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଇଥିଲେ । ଏହା କେବଳ ଆକ୍ରମଣ ନୁହେଁ । ଏହା ସଶସ୍ତ୍ର ଆତଙ୍କ । ଯେଉଁ ବିଜେଡି ବିଧାୟକ ଲୋକଙ୍କ ବିଶ୍ବାସ ଓ ନିଜ ଦଳକୁ ଟଙ୍କା ପାଇଁ ବିକ୍ରି କଲେ ସେ ବ୍ୟକ୍ତି ଏବେ ସଶସ୍ତ୍ର ଗୁଣ୍ଡା ପଠାଇ ସତ୍ୟର ସ୍ବରକୁ ଦବାଇବାକୁ ଚାହୁଁଛନ୍ତି । ଏ ଉଭୟ ଅପକର୍ମକୁ ଇତିହାସ କ୍ଷମା କରିବ ନାହିଁ ବୋଲି କହିଛନ୍ତି ପ୍ରତାପ ଜେନା । ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ରାଜଧାନୀ ସହରରେ ଖୋଲାଖୋଲି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୋଲିସ ଡିଜି ୱାଇ ବି ଖୁରାନିଆ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି । ଏହି ଘଟଣା ପରେ ପ୍ରତାପଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

21 Mar 2026 By Madhusudan Das

ପ୍ରତାପ ଜେନାଙ୍କ ଘରେ ମଦ୍ୟପ ଯୁବକଙ୍କ ଆତଙ୍କରାଜ, କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ମାଡ଼ ମାରିଥିବା ଅଭିଯୋଗ

ଭୁବନେଶ୍ୱର: ପ୍ରତାପ ଜେନାଙ୍କ ଘର ଉପରେ ଆକ୍ରମଣ । ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଗତ ରାତିରେ ୧୫ରୁ ୨୦ ଜଣ ମଦ୍ୟପ ଗୁଣ୍ଡାଙ୍କ ଆତଙ୍କରାଜ । ଘର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ମାଡ଼ ମାରିଥିବା ଅଭିଯୋଗ । ଅସାମାଜିକ ଯୁବକମାନେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଇଥିଲେ । ଏହା କେବଳ ଆକ୍ରମଣ ନୁହେଁ । ଏହା ସଶସ୍ତ୍ର ଆତଙ୍କ । ଯେଉଁ ବିଜେଡି ବିଧାୟକ ଲୋକଙ୍କ ବିଶ୍ବାସ ଓ ନିଜ ଦଳକୁ ଟଙ୍କା ପାଇଁ ବିକ୍ରି କଲେ ସେ ବ୍ୟକ୍ତି ଏବେ ସଶସ୍ତ୍ର ଗୁଣ୍ଡା ପଠାଇ ସତ୍ୟର ସ୍ବରକୁ ଦବାଇବାକୁ ଚାହୁଁଛନ୍ତି । ଏ ଉଭୟ ଅପକର୍ମକୁ ଇତିହାସ କ୍ଷମା କରିବ ନାହିଁ ବୋଲି କହିଛନ୍ତି ପ୍ରତାପ ଜେନା । ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । 

ରାଜଧାନୀ ସହରରେ ଖୋଲାଖୋଲି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୋଲିସ ଡିଜି ୱାଇ ବି ଖୁରାନିଆ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି । ଏହି ଘଟଣା ପରେ ପ୍ରତାପଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର