ମନୋରଞ୍ଜନ
ଗ୍ୟାସ୍ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଉଡ଼ିଲା ଛାତ, ଜଳିଗଲା ୪ ବାଇକ୍; ଜଣେ ଗୁରୁତର
ଭୁବନେଶ୍ୱର: ଫାଟିଲା ଗ୍ୟାସ ସିଲିଣ୍ଡର । ଉଡ଼ିଲା ଛାତ, ଜଳିଗଲା ୪ ବାଇକ୍ । ଗ୍ୟାସ୍ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ ଯୋଗୁଁ ଗ୍ୟାସ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଭୁବନେଶ୍ୱରର କଳିଙ୍ଗ ନଗର ଅଞ୍ଚଳରେ ଥିବା ଏକ ଗ୍ୟାସ୍ ଦୋକାନରେ ଘଟିଛି ଏହି ଅଗ୍ନିକାଣ୍ଡ । ଗୋଟିଏ ଗ୍ୟାସରୁ ଗ୍ୟାସ ବ୍ୟାପି ୧୭ଟି ଗ୍ୟାସ୍ ସିଲିଣ୍ଡର ଫାଟିଥିବା ସୂଚନା । ବିସ୍ଫୋରଣରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲିଭାରେ ୨ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହୋଇଥିଲା । ଏତେ ସଂଖ୍ୟକ ଗ୍ୟାସ୍ ସିଲିଣ୍ଡର ଏକାବେଳେ ଫାଟିବା ଯୋଗୁଁ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହୋଇଥିଲା । ଫଳରେ ଆଖପାଖ ଅଞ୍ଚଳ ଲୋକେ ଭୟଭୀତ ହୋଇ ପଡିଥିଲେ । ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଭୟରେ ଦୌଡିବାକୁ ଲାଗିଥିଲେ ।