ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Madhusudan Das Picture
Published On

ବାଲେଶ୍ଵର: ବାଲେଶ୍ୱରରେ ଚାଞ୍ଚଲ୍ୟ । ସହରର ଏକ ନାମୀଦାମୀ ହୋଟେଲରେ ହତ୍ୟା ! ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କ ସହ ରାତି କଟାଇଥିବା ଅନ୍ୟ ଜଣେ ଯୁବକ ଓ ମହିଳା ଫେରାର । ହତ୍ୟା ସନ୍ଦେହରେ ଉଭୟଙ୍କୁ ଖୋଜୁଛି ପୋଲିସ। ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଏକ ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକର ମୃତଦେହ ବେଡ ଉପରେ ପଡିଥିବାର ଦେଖି ପରିବାରଲୋକଙ୍କ କୋହ ଭରା କାନ୍ଦରେ ଫାଟି ପଡୁଛି ହୋଟେଲ୍ ରୁମ୍। ମୃତକ ଯୁବକ ଜଣକ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳର ଦାନ୍ତିଆମୁଁହା ଫାଣ୍ଡି ଜାମବଣୀ ଅଞ୍ଚଳର ଆକାଶ ମହାନ୍ତ ବୋଲି ଜଣାପଡିଛି । ତାଙ୍କ ବାଇକ ହୋଟେଲ ପାର୍କିଂରେ ଥିବା ବେଳେ ମୃତକଙ୍କ ସହ ଆସିଥିବା ପୁରୁଷ ଓ ମହିଳା ଫେରାର ହୋଇଯାଇଥିବା ଜଣାପଡ଼ିଛି । 

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ମିଳିଥିବା ସୂଚନା ଅନୁସାରେ, ଦୁଇଦିନ ତଳେ ଦୁଇ ଯୁବକଙ୍କ ସହ ଜଣେ ମହିଳା ହୋଟେଲରେ ରୁମ ନେଇଥିଲେ । କିନ୍ତୁ ଗତକାଲି ରୁମ ନଖୋଲିବାରୁ ଓ ବାହାରେ କୌଣସି ଚଳପ୍ରଚଳ ନ ଦେଖି ପାରି ସନ୍ଦେହ ହେବାରୁ ହୋଟେଲ୍ ମାଲିକ ପୋଲିସକୁ ଖବର ଦେଇଥିଲେ। ଏନେଇ ପୋଲିସ ଆସି ରୁମରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ଘଟଣା ସ୍ଥଳରେ ସହଦେବାଖୁଣ୍ଟା ପୋଲିସ ପହଞ୍ଚି ୫୦୫/୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଫେରାର ପୁରୁଷ ଓ ମହିଳାଙ୍କୁ ସନ୍ଦେହ କରି ଖୋଜୁଛି ପୋଲିସ। ତେବେ ଦୁଇ ଯୁବକ ଓ ମହିଳା ଜଣକ ଗୋଟିଏ ଗାଁର ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

27 Dec 2025 By Madhusudan Das

ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାଲେଶ୍ଵର: ବାଲେଶ୍ୱରରେ ଚାଞ୍ଚଲ୍ୟ । ସହରର ଏକ ନାମୀଦାମୀ ହୋଟେଲରେ ହତ୍ୟା ! ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କ ସହ ରାତି କଟାଇଥିବା ଅନ୍ୟ ଜଣେ ଯୁବକ ଓ ମହିଳା ଫେରାର । ହତ୍ୟା ସନ୍ଦେହରେ ଉଭୟଙ୍କୁ ଖୋଜୁଛି ପୋଲିସ। ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଏକ ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକର ମୃତଦେହ ବେଡ ଉପରେ ପଡିଥିବାର ଦେଖି ପରିବାରଲୋକଙ୍କ କୋହ ଭରା କାନ୍ଦରେ ଫାଟି ପଡୁଛି ହୋଟେଲ୍ ରୁମ୍। ମୃତକ ଯୁବକ ଜଣକ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳର ଦାନ୍ତିଆମୁଁହା ଫାଣ୍ଡି ଜାମବଣୀ ଅଞ୍ଚଳର ଆକାଶ ମହାନ୍ତ ବୋଲି ଜଣାପଡିଛି । ତାଙ୍କ ବାଇକ ହୋଟେଲ ପାର୍କିଂରେ ଥିବା ବେଳେ ମୃତକଙ୍କ ସହ ଆସିଥିବା ପୁରୁଷ ଓ ମହିଳା ଫେରାର ହୋଇଯାଇଥିବା ଜଣାପଡ଼ିଛି । 

ମିଳିଥିବା ସୂଚନା ଅନୁସାରେ, ଦୁଇଦିନ ତଳେ ଦୁଇ ଯୁବକଙ୍କ ସହ ଜଣେ ମହିଳା ହୋଟେଲରେ ରୁମ ନେଇଥିଲେ । କିନ୍ତୁ ଗତକାଲି ରୁମ ନଖୋଲିବାରୁ ଓ ବାହାରେ କୌଣସି ଚଳପ୍ରଚଳ ନ ଦେଖି ପାରି ସନ୍ଦେହ ହେବାରୁ ହୋଟେଲ୍ ମାଲିକ ପୋଲିସକୁ ଖବର ଦେଇଥିଲେ। ଏନେଇ ପୋଲିସ ଆସି ରୁମରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ଘଟଣା ସ୍ଥଳରେ ସହଦେବାଖୁଣ୍ଟା ପୋଲିସ ପହଞ୍ଚି ୫୦୫/୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଫେରାର ପୁରୁଷ ଓ ମହିଳାଙ୍କୁ ସନ୍ଦେହ କରି ଖୋଜୁଛି ପୋଲିସ। ତେବେ ଦୁଇ ଯୁବକ ଓ ମହିଳା ଜଣକ ଗୋଟିଏ ଗାଁର ବୋଲି ସୂଚନା ମିଳିଛି ।

https://www.thesakala.in/latest-odisha-news/body-of-youth-recovered-from-hotel-in-balasore/article-43808
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର