ବଢୁଥିବା କରୋନା ସଂକ୍ରମଣକୁ ଦେଖି ବିଏମସିର ଗାଇଡଲାଇନ୍‌, ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଏତିକି ଲୋକଙ୍କୁ ମିଳିବ ଅନୁମତି

The Sakala Picture
Published On

ଭୁବନେଶ୍ବର : ବଢୁଥିବା କରୋନା ସଂକ୍ରମଣକୁ ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ। ଏଣିକି ଭୁବନେଶ୍ୱର ଭିତରେ ହେଉଥିବା ବିବାହରେ କେବଳ ୧୦୦ ଜଣ ଲୋକ ଯୋଗ ଦେଇପାରିବେ । ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି ବିଏମସି ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଏହି ଗାଇଡ୍‌ଲାଇନ୍‌ […]

ଭୁବନେଶ୍ବର : ବଢୁଥିବା କରୋନା ସଂକ୍ରମଣକୁ ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ। ଏଣିକି ଭୁବନେଶ୍ୱର ଭିତରେ ହେଉଥିବା ବିବାହରେ କେବଳ ୧୦୦ ଜଣ ଲୋକ ଯୋଗ ଦେଇପାରିବେ । ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି ବିଏମସି ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଏହି ଗାଇଡ୍‌ଲାଇନ୍‌ ଆସନ୍ତା ୬ ତାରିଖରୁ ଲାଗୁ କରାଯିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଭୟାବହ ଯୁଦ୍ଧ ସ୍ଥିତି ଲାଗି ‘ଇଫ୍ତାର ଓ ଇଦ୍ ମିଲନ’
ପାଳନ କରିବନି ବିଜେଡି

ଆହୁରି ପଢ଼ନ୍ତୁ: କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କଲେ ସାଂସଦ ମାନସ ମଙ୍ଗରାଜ

ଆହୁରି ପଢ଼ନ୍ତୁ: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ

ସେହିପରି ରାଜଧାନୀରେ ସଂକ୍ରମଣ ଏବେ ବଢିବାରେ ଲାଗିଛି । ତେଣୁ ଏଭଳି ସମୟରେ ସମସ୍ତ ପ୍ରକାର କନଫରେନ୍ସ,କନକ୍ଲେଭକୁ ଆୟୋଜନ କରିବାକୁ ମନା କରାଯାଇଛି । ତା ସହ ବିଭିନ୍ନ ଶିକ୍ଷାନୁଷ୍ଠାନରେ କୌଣସି ସମାରୋହ ହୋଇପାରିବ ନାହିଁ ବୋଲି ବିଏମସି ନିର୍ଦ୍ଦେଶ ଦେଇଛି । ଅନ୍ୟପଟରେ ବିଏମସିର ବିନା ଅନୁମତିରେ କୌଣସି ସାମାଜିକ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ହୋଇପାରିବନି ।

ସୂଚନାଯୋଗ୍ୟ ଆଜି ଭୁବନେଶ୍ବରରୁ ୪୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୪ ଜଣ କ୍ବାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୧ ଜଣ ଲୋକାଲ କେସ୍‌ ରହିଥିଲେ। ‌

02 Apr 2021 By The Sakala

ବଢୁଥିବା କରୋନା ସଂକ୍ରମଣକୁ ଦେଖି ବିଏମସିର ଗାଇଡଲାଇନ୍‌, ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଏତିକି ଲୋକଙ୍କୁ ମିଳିବ ଅନୁମତି

ଭୁବନେଶ୍ବର : ବଢୁଥିବା କରୋନା ସଂକ୍ରମଣକୁ ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ। ଏଣିକି ଭୁବନେଶ୍ୱର ଭିତରେ ହେଉଥିବା ବିବାହରେ କେବଳ ୧୦୦ ଜଣ ଲୋକ ଯୋଗ ଦେଇପାରିବେ । ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି ବିଏମସି ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଏହି ଗାଇଡ୍‌ଲାଇନ୍‌ ଆସନ୍ତା ୬ ତାରିଖରୁ ଲାଗୁ କରାଯିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି।

ସେହିପରି ରାଜଧାନୀରେ ସଂକ୍ରମଣ ଏବେ ବଢିବାରେ ଲାଗିଛି । ତେଣୁ ଏଭଳି ସମୟରେ ସମସ୍ତ ପ୍ରକାର କନଫରେନ୍ସ,କନକ୍ଲେଭକୁ ଆୟୋଜନ କରିବାକୁ ମନା କରାଯାଇଛି । ତା ସହ ବିଭିନ୍ନ ଶିକ୍ଷାନୁଷ୍ଠାନରେ କୌଣସି ସମାରୋହ ହୋଇପାରିବ ନାହିଁ ବୋଲି ବିଏମସି ନିର୍ଦ୍ଦେଶ ଦେଇଛି । ଅନ୍ୟପଟରେ ବିଏମସିର ବିନା ଅନୁମତିରେ କୌଣସି ସାମାଜିକ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ହୋଇପାରିବନି ।

ସୂଚନାଯୋଗ୍ୟ ଆଜି ଭୁବନେଶ୍ବରରୁ ୪୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୪ ଜଣ କ୍ବାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୧ ଜଣ ଲୋକାଲ କେସ୍‌ ରହିଥିଲେ। ‌

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର