ମନୋରଞ୍ଜନ
ଓଡ଼ିଶା
ଭୁବନେଶ୍ୱରକୁ ଆବର୍ଜନାମୁକ୍ତ ରଖିବା ପାଇଁ ବିଏମସି ଗଠନ କଲା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ବାଡ ‘ଟିମ୍ ସାଇନ’
ଭୁବନେଶ୍ୱର: ବାହାରେ ଅଳିଆ ପକାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ । ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ବାଡ ‘ଟିମ୍ ସାଇନ’ । ଟିମ୍ ସାଇନ ଅର୍ଥାତ ସାନିଟେସନ ଏବଂ ହାଇଜିନ୍ ଇନସ୍ପେକସନ ଫର୍ ନିଟ୍ ଏନଭରନମେଣ୍ଟ । ଆଜି ଏହାର ବିଧିବଦ୍ଧ ଶୁଭାରମ୍ଭ କରିଛନ୍ତି ବିଏମସି ମେୟର ଏବଂ କମିଶନର । ପ୍ରଥମ ପର୍ଯ୍ୟାୟରେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ କାମ କରିବ । ଅଳିଆ ଆବର୍ଜନା କଲେ ପ୍ରଥମେ ସଚେତନ କରାଯିବ । […]
ଭୁବନେଶ୍ୱର: ବାହାରେ ଅଳିଆ ପକାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ । ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ବାଡ ‘ଟିମ୍ ସାଇନ’ । ଟିମ୍ ସାଇନ ଅର୍ଥାତ ସାନିଟେସନ ଏବଂ ହାଇଜିନ୍ ଇନସ୍ପେକସନ ଫର୍ ନିଟ୍ ଏନଭରନମେଣ୍ଟ । ଆଜି ଏହାର ବିଧିବଦ୍ଧ ଶୁଭାରମ୍ଭ କରିଛନ୍ତି ବିଏମସି ମେୟର ଏବଂ କମିଶନର । ପ୍ରଥମ ପର୍ଯ୍ୟାୟରେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ କାମ କରିବ । ଅଳିଆ ଆବର୍ଜନା କଲେ ପ୍ରଥମେ ସଚେତନ କରାଯିବ । ଏହା ପରେ ବି ଅଳିଆ ଆବର୍ଜନା ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଶୁଭାରମ୍ଭ ଅବସରରେ ବିଏମସି ଟିମ୍ ସାଇନ ବା ଏନଫୋର୍ସମେଣ୍ଟ ଟିମର ରୋଡ ଶୋ ଅନୁଷ୍ଠିତ ହୋଇଛି । ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ପର୍ଯ୍ୟନ୍ତ ରୋଡ ଶୋ ହୋଇଛି । ରାଲି ମାଧ୍ୟମରେ ରାଜଧାନୀବାସୀଙ୍କୁ ସ୍ବଚ୍ଛତା ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଛି। ଦରକାର ପଡିଲେ କାର୍ଯ୍ୟନୁଷ୍ଠାନ ନେବ ଏହି ଟିମ୍ । ପ୍ରତି ସ୍କ୍ଵାଡରେ ରହିବେ ୫ ଜଣ ସଦସ୍ୟ।





