ବିଫଳ ହେଲା ଚାଷୀଙ୍କୁ ଢାଲ କରି ବିଜେପିର ରାଜନୀତି କରିବାର ଉଦ୍ୟମ

The Sakala Picture
Published On

ଝାରସୁଗୁଡ଼ା: ଫେଲ ମାରିଲା ବିଜେପିର ଚାଲ୍ । ଚାଷୀଙ୍କୁ ଢାଲ କରି ରାଜନୀତି ଉଦ୍ୟମ ହେଲା ବିଫଳ । ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ଦିନ କେଇଟା ବାକିଥିବାବେଳେ କୋଲାବିରା ବ୍ଲକ ଅଞ୍ଚଳର କିଛି ଚାଷୀଙ୍କୁ ବିଭ୍ରାନ୍ତ କରି ଭୋଟ ବର୍ଜନ ପାଇଁ ଚକ୍ରାନ୍ତ କରିଥିଲା ବିଜେପି । ସମାସିଂହା ପଂଚାୟତ, ସୋଡ଼ାମାଲ ଭେଡେନ ନଦୀ କୂଳରେ ଥିବା ମେଗା ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଦାବି କରୁଥିଲେ ଚାଷୀ । ଭୋଟ ବର୍ଜନ ପାଇଁ ବିଜେପି […]

ଝାରସୁଗୁଡ଼ା: ଫେଲ ମାରିଲା ବିଜେପିର ଚାଲ୍ । ଚାଷୀଙ୍କୁ ଢାଲ କରି ରାଜନୀତି ଉଦ୍ୟମ ହେଲା ବିଫଳ । ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ଦିନ କେଇଟା ବାକିଥିବାବେଳେ କୋଲାବିରା ବ୍ଲକ ଅଞ୍ଚଳର କିଛି ଚାଷୀଙ୍କୁ ବିଭ୍ରାନ୍ତ କରି ଭୋଟ ବର୍ଜନ ପାଇଁ ଚକ୍ରାନ୍ତ କରିଥିଲା ବିଜେପି । ସମାସିଂହା ପଂଚାୟତ, ସୋଡ଼ାମାଲ ଭେଡେନ ନଦୀ କୂଳରେ ଥିବା ମେଗା ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଦାବି କରୁଥିଲେ ଚାଷୀ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଭୋଟ ବର୍ଜନ ପାଇଁ ବିଜେପି ଚାଷୀଙ୍କୁ ଉସୁକାଉଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଅବଗତ ହେବାପରେ ଚାଷୀଙ୍କ ନିକଟରେ ପହଞ୍ଚି ତୁରନ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚାଷୀଙ୍କ ପାଖରେ ପହଞ୍ଚି ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ଚାଷୀମାନେ ସନ୍ତୋଷ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ଭରସା ଥିବା ପ୍ରକାଶ କରିଛନ୍ତି । ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ପରେ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଛନ୍ତି ଚାଷୀ ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

06 May 2023 By The Sakala

ବିଫଳ ହେଲା ଚାଷୀଙ୍କୁ ଢାଲ କରି ବିଜେପିର ରାଜନୀତି କରିବାର ଉଦ୍ୟମ

ଝାରସୁଗୁଡ଼ା: ଫେଲ ମାରିଲା ବିଜେପିର ଚାଲ୍ । ଚାଷୀଙ୍କୁ ଢାଲ କରି ରାଜନୀତି ଉଦ୍ୟମ ହେଲା ବିଫଳ । ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ଦିନ କେଇଟା ବାକିଥିବାବେଳେ କୋଲାବିରା ବ୍ଲକ ଅଞ୍ଚଳର କିଛି ଚାଷୀଙ୍କୁ ବିଭ୍ରାନ୍ତ କରି ଭୋଟ ବର୍ଜନ ପାଇଁ ଚକ୍ରାନ୍ତ କରିଥିଲା ବିଜେପି । ସମାସିଂହା ପଂଚାୟତ, ସୋଡ଼ାମାଲ ଭେଡେନ ନଦୀ କୂଳରେ ଥିବା ମେଗା ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଦାବି କରୁଥିଲେ ଚାଷୀ ।

ଭୋଟ ବର୍ଜନ ପାଇଁ ବିଜେପି ଚାଷୀଙ୍କୁ ଉସୁକାଉଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଅବଗତ ହେବାପରେ ଚାଷୀଙ୍କ ନିକଟରେ ପହଞ୍ଚି ତୁରନ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚାଷୀଙ୍କ ପାଖରେ ପହଞ୍ଚି ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ଚାଷୀମାନେ ସନ୍ତୋଷ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ଭରସା ଥିବା ପ୍ରକାଶ କରିଛନ୍ତି । ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ପରେ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଛନ୍ତି ଚାଷୀ ।

https://www.thesakala.in/latest-odisha-news/bjps-move-failed-in-jharsuguda/article-21392
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର