ସୁନାର ଓଡ଼ିଶାକୁ ବିଜେପି ସରକାର ଛାରଖାର କରିଦେଲା: ବିଜେଡି

Madhusudan Das Picture
Published On

ନୂଆପଡ଼ା: ରାଜ୍ୟର ଗରିବ, ପ୍ରବାସୀ ଶ୍ରମିକ, କୃଷକ, ମହିଳାମାନଙ୍କ ପାଇଁ ନବୀନ ସରକାର ଯାହା ସବୁ କରିଥିଲେ, ତାକୁ ମୋହନ ସରକାର ଛାରଖାର କରିଦେଲେ। ୧୬ ମାସ ଭିତରେ ରାଜ୍ୟକୁ ଆଗକୁ ନେବା ପରିବର୍ତ୍ତେ ପଛକୁ ନେବାର ସବୁ ବନ୍ଦୋବସ୍ତ କରିଛନ୍ତି। ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା କରିବାରେ ବିଜେପି ସରକାର ଗୁରୁତର ବିଫଳ ହେବା ସହ ଲୋକଙ୍କୁ କେବଳ ପ୍ରତାରଣା ଦେଇଛନ୍ତି। ଗୁରୁବାର ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ଏପରି ଅଭିଯୋଗ କରି ସରକାରଙ୍କୁ ଘେରିଛି। ଦଳର ବରିଷ୍ଠ ନେତା ତଥା ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ବିଧାୟକ ଧ୍ରୁବଚରଣ ସାହୁ ବିଜେପି ସରକାରଙ୍କ ଅପାରଗତାର ହିସାବ ଦେବା ସହ ନୂଆପଡ଼ା ଉପନିର୍ବାଚନରେ ବିଜେପିର ପରାଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଶ୍ରୀ ଆଚାର୍ଯ୍ୟ କହିଥିଲେ, ଓଡ଼ିଶାର ମହିଳାମାନଙ୍କ ସୁରକ୍ଷା ଓ ସଶକ୍ତୀକରଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି, ତାହା କାହାକୁ ଅଛପା ନାହିଁ। କିନ୍ତୁ ରାଜ୍ୟର ସ୍ଥିତି ଆଜି ଦ୍ରୁତଗତିରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଖୋଦ୍‌ କେନ୍ଦ୍ର ସରକାରଙ୍କ ରିପୋର୍ଟ କହୁଛି, ଓଡ଼ିଶାରେ ପ୍ରତିଦିନ ହାରାହାରି ୧୫ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଗତ ୧୬ ମାସ ଭିତରେ ୪ ହଜାର ମହିଳା ଏହି ଦଶା ଭୋଗିଲେଣି। ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ହେବ। ଏହା ହେଉଛି ବିଜେପି ସରକାରର ମହିଳା ଜାଗରଣ ଓ ସଶକ୍ତୀକରଣ ବୋଲି ସେ କଟାକ୍ଷ କରିଛନ୍ତି। ସେହିପରି ଚାଷୀଙ୍କୁ ଇନପୁଟ ସବ୍‌ସିଡି ଦେଇ ଏମଏସ୍‌ପି ବୃଦ୍ଧି କଲେ ବୋଲି କହୁଛନ୍ତି। କିନ୍ତୁ  ଯୋଗାଣ ବିଭାଗ ଏପରି ଏକ ପଞ୍ଜୀକରଣ ବ୍ୟବସ୍ଥା ଆବିଷ୍କାର କଲା, ଯେଉଁଥିରେ ହଜାରହଜାର ଚାଷୀ ପଞ୍ଜୀକରଣ କରିନପାରି ଶାଗ ମାଛ ଦରରେ ଦଲାଲଙ୍କୁ ଧାନ ବିକୁଛନ୍ତି। ବିଏସ୍‌କେୱାଇ ଭଳି ଏକ ଲୋକପ୍ରିୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ବନ୍ଦ କରି ଆୟୁଷ୍ମାନ କାର୍ଡ ପ୍ରଚଳନ କରିବା ପରେ ଡାକ୍ତରଖାନାରେ ରୋଗୀ ଚିକିତ୍ସା ନ ପାଇ ଛଟପଟ ହେଉଛନ୍ତି। ‘ସୁଭଦ୍ରା’ ଯୋଜନାରେ ବର୍ଷକରେ ୫୦ ହଜାର ଟଙ୍କା ଦେବେ ବୋଲି କହି ୫ ବର୍ଷରେ ୫୦ ହଜାର ଦେଉଛନ୍ତି। ସେଥିରେ ପୁଣି ହଜାର ହଜାର ଲକ୍ଷପତି ଦିଦି ସୃଷ୍ଟି କରିଦେଇଛନ୍ତି ବୋଲି ସଫେଇ ଦେବା ହାସ୍ୟାସ୍ପଦ ଛଡ଼ା ଆଉ କିଛି ନୁହେଁ। ରାଜ୍ୟକୁ ଶିଳ୍ପରେ ଲକ୍ଷଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିଛନ୍ତି ବୋଲି ବିଜେପି ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବରେ କେତେ ନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହେଲା, ତା’ର ହିସାବ ଦେଇପାରୁନାହାନ୍ତି। ମାଗଣା ୩୦୦ ୟୁନିଟ୍‌ ବିଜୁଳି, ସମସ୍ତ ସାମାଜିକ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ଦିବାସ୍ୱପ୍ନ ପାଲଟିଛି। ଏଥିପାଇଁ ଲୋକେ ବିଜେପିକୁ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଶ୍ରୀ ଦାସବର୍ମା କହିଥିଲେ, ବିଜେପି ସରକାରରେ ଗରିବ ଲୋକ ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି। ମୋହନ ସରକାର ଇ-କେୱାଇସି ନାମରେ କେବଳ ନୂଆପଡ଼ା ନିର୍ବାଚମଣ୍ଡଳୀରେ ୪୧,୭୭୧ ଜଣଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ଦେଇ ସେମାନଙ୍କ ରାସନ ବନ୍ଦ କରିଦେଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ନୂଆପଡ଼ାର ଅନେକ ଲୋକ ବାଦ୍‌ ପଡ଼ିଥିବା ଜାଣିବା ପରେ ନବୀନ ବାବୁ ଏହିଠାରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିଲେ। ବିଜେପି କ୍ଷମତାକୁ ଆସିବା ପରେ ରାସନ୍‌କାର୍ଡ କାଟିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସବ୍‌-କମିଟି ଗଠନ କରି ଲକ୍ଷାଧିକ ଯୋଗ୍ୟ ହିତାଧିକାରଙ୍କ ରାସନ୍‌ ବନ୍ଦ କଲେ। କେବଳ ନୂଆପଡ଼ା ବ୍ଲକରେ ୧୭,୩୦୩, କୋମନା ବ୍ଲକ୍‌ରେ ୨୩,୫୬୫, ନୂଆପଡ଼ା  ଏନ୍‌ଏସିରେ ୩୬୩ ଏବଂ ଖରିଆରରୋଡ୍‌ ୪୮୯ ଜଣଙ୍କୁ ବାଦ୍‌ ଦିଆଯାଇଛି। ଯୋଗାଣ ମନ୍ତ୍ରୀଙ୍କ ବିବୃତ୍ତି ସର୍ବଦା ଦାୟିତ୍ୱହୀନ ବୋଲି ସ୍ପଷ୍ଟ ହୋଇ ଚାଲିଛି। ଏହାକୁ କ’ଣ ଲୋକଙ୍କ ସରକାର ବୋଲି କୁହାଯିବ ବୋଲି ଶ୍ରୀ ଦାସବର୍ମା ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଥିଲେ, ଲୋକଙ୍କ ସରକାର ବୋଲାଉଥିବା ଏହି ସରକାର କେବଳ ରାଜ୍ୟ ତଥା ରାଜ୍ୟବାସୀଙ୍କ ଅନିଷ୍ଟ କରି ଚାଲିଛି। ଏଥିପାଇଁ ନୂଆପଡ଼ା ଉପ-ନିର୍ବାଚନରେ ବିଜେପିକୁ ବହୁ ମୂଲ୍ୟ ଦେବାକୁ ହେବ। ବିଧାୟକ ଧ୍ରୁବଚରଣ ସାହୁ କହିଥିଲେ, ବିଜେପି ସରକାରଙ୍କୁ ନେଇ ରାଜ୍ୟବାସୀଙ୍କ ମନରେ କ୍ରୋଧ ରହିଛି। ଆଗାମୀ ୧୧ ତାରିଖ ଦିନ ଏହି ଆକ୍ରୋଶ ଭୋଟ ମାଧ୍ୟମରେ ପରିପ୍ରକାଶ କରିବା ପାଇଁ ନୂଆପଡ଼ାବାସୀ ନିଷ୍ପତ୍ତି ନେଇସାରିଛନ୍ତି। କ୍ଷମତା ଲୋଭରେ ବିଜେପି ଓ ରାଜ୍ୟ ସରକାର ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରି ଚାଲିଛନ୍ତି। ଶାଢ଼ି, ମଦ, ଟଙ୍କା ବଣ୍ଟା ଯାଉଛି। ପ୍ରଶାସନକୁ ଲଗାଇ ବିଜେଡି ନେତା, କର୍ମୀ ଓ ସାଧାରଣ ଭୋଟରଙ୍କୁ ଭୟଭିତ କରାଯାଉଛି। ଆତଙ୍କର ଛାୟା ମଧ୍ୟରେ ନିର୍ବାଚନ କରିବା ପାଇଁ ସରକାର ସବୁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି।

06 Nov 2025 By Madhusudan Das

https://www.thesakala.in/latest-odisha-news/bjp-government-has-ruined-the-golden-state-of-odisha-says-bjd/article-43025
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର