ଆଜି ନୂଆପଡ଼ାରେ ନବୀନ ଶୋ’, ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କରିବେ ପ୍ରଚାର

Madhusudan Das Picture
Published On

ନୂଆପଡ଼ା: ଆଜି ନୂଆପଡ଼ା ଗସ୍ତରେ ଯାଉଛନ୍ତି ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଆଜି ପୁଣିଥରେ ପ୍ରଚାର କରିବେ ନବୀନ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ନିମନ୍ତେ ଦ୍ୱିତୀୟବାର ନୂଆପଡ଼ା ଅଭିମୁଖେ ଯାଉଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ନୂଆପଡ଼ା ନିର୍ବାଚନମଣ୍ଡଳୀର ନୂଆପଡ଼ାରୁ ଖରିଆର୍‌ ରୋଡ଼୍‌ ପର୍ଯ୍ୟନ୍ତ ଏକ ବିଶାଳ ରୋଡ଼୍‌ ଶୋ’ରେ ଯୋଗ ଦେବେ ବୋଲି ନିଜେ ନବୀନ ଦିନକ ତଳେ ସୂଚନା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସୂଚନା ଅନୁସାରେ ଖରିଆର ରୋଡ୍‌ ଥାନା ନିକଟରେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ନବୀନ ୧୧ଟା ୪୦ରୁ ରୋଡ଼୍‌ ଶୋ’ ଆରମ୍ଭ କରିବେ। ଦାଗା ଛକ, ବିଜୁ ପଟ୍ଟନାୟକ ଛକ, ଲଖମାନିଆ ପେଟ୍ରୋଲ ପମ୍ପ ଛକ ନିକଟରେ ଜନସମାବେଶକୁ ଉଦ୍‌ବୋଧନ ଦେବେ। ଏହାପରେ ନୂଆପଡ଼ା ଏନ୍‌ଏସି ଅନ୍ତର୍ଗତ ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ, ଏକତା ଛକରେ ମଧ୍ୟ ଅନୁରୂପ ସମାବେଶରେ ନବୀନ ଉଦ୍‌ବୋଧନ ଦେବେ। ସେହିପରି ଅପରାହ୍ଣରେ ନବୀନ ପାରକୋଡ୍‌ ନିକଟରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ତାଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଗତ ୩ ତାରିଖରେ ନବୀନ ନୂଆପଡ଼ା ଗସ୍ତ ସମୟରେ ଶାସକ ଦଳକୁ ଶାଣିତ ଆକ୍ରମଣ କରିଥିଲେ। ରାଜ୍ୟ ସରକାରଙ୍କୁ ‘ନେମ୍‌ ଚେଞ୍ଜର୍‌’ ଓ ‘ରଙ୍ଗବଦଳା’ ବୋଲି ଉଲ୍ଲେଖ କରି ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟବାସୀଙ୍କୁ କରାଯାଇଥିବା ପ୍ରତାରଣାକୁ ଗୋଟିଗୋଟି ଗଣିଥିଲେ। ନବୀନଙ୍କ ଏହି ଆକ୍ରମଣାତ୍ମକ ମୁଦ୍ରା ନୂଆପଡ଼ାବାସୀଙ୍କୁ ବେଶ୍‌ ପ୍ରଭାବିତ କରିଥିବା ବିଜେଡି ମନେକରୁଛି। ନବୀନଙ୍କ ଗସ୍ତ ନୂଆପଡ଼ା ନିର୍ବାଚନରେ ନିର୍ଣ୍ଣାୟକ ହେବ ବୋଲି ମଧ୍ୟ ବିଭିନ୍ନ ରାଜନୈତିକ ସମୀକ୍ଷକମାନେ ମନେକରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ନବୀନଙ୍କ ଗସ୍ତ ଉପରେ ସମସ୍ତଙ୍କର ନଜର।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର