ସରକାରରେ ଥାଏ କି ନ ଥାଏ, ରାଜ୍ୟବାସୀଙ୍କ ପାଇଁ ସେବା ଜାରି ରଖିବି: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର: ନିର୍ବାଚନ ଫଳାଫଳ ପରେ ଆଜି ନବୀନ ନିବାସରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ନିର୍ବାଚନରେ ହାରିବା ଜିତିବା ଲାଗି ରୁହେ। ବିଜେଡ଼ିକୁ ମିଳିିଥିବା ଜନାଦେଶ ପାଇଁ ରାଜ୍ୟବାସୀଙ୍କୁ ନବୀନ କୃତଜ୍ଞତା ଜଣାଇଛନ୍ତି। ବାରମ୍ବାର ମୋତେ ମୁଖ୍ୟମନ୍ତ୍ରୀ ବାଛିଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି। ସାଢେ ୪ କୋଟି ଓଡ଼ିଶାବାସୀ ମୋର ପରିବାର।  ଏହାସହ ନିଜର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କହିଥିଲେ ନବୀନ। ସରକାରରେ ଥାଏ କି ନ ଥାଏ, ଆଗକୁ ମଧ୍ୟ […]

ଭୁବନେଶ୍ବର: ନିର୍ବାଚନ ଫଳାଫଳ ପରେ ଆଜି ନବୀନ ନିବାସରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ନିର୍ବାଚନରେ ହାରିବା ଜିତିବା ଲାଗି ରୁହେ। ବିଜେଡ଼ିକୁ ମିଳିିଥିବା ଜନାଦେଶ ପାଇଁ ରାଜ୍ୟବାସୀଙ୍କୁ ନବୀନ କୃତଜ୍ଞତା ଜଣାଇଛନ୍ତି। ବାରମ୍ବାର ମୋତେ ମୁଖ୍ୟମନ୍ତ୍ରୀ ବାଛିଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି। ସାଢେ ୪ କୋଟି ଓଡ଼ିଶାବାସୀ ମୋର ପରିବାର।  ଏହାସହ ନିଜର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କହିଥିଲେ ନବୀନ। ସରକାରରେ ଥାଏ କି ନ ଥାଏ, ଆଗକୁ ମଧ୍ୟ ଓଡ଼ିଶାବାସୀଙ୍କ ସେବା ଜାରି ରଖିବି ବୋଲି ନବୀନ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

କାର୍ତ୍ତିକ ପାଣ୍ଡିଆନକୁ ନେଇ ସମାଲୋଚନା ଦୁର୍ଭାଗ୍ୟଜନକ ବୋଲି ନବୀନ କହିଛନ୍ତି। ନିଷ୍ଠାପର ସହ କାମ କରୁଥିବା ବ୍ୟକ୍ତିକୁ ସମାଲୋଚନା ଦୁର୍ଭାଗ୍ୟଜନକ। ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି, ନିର୍ବାଚନ ଲଢ଼ି ନାହାନ୍ତି। ପାଣ୍ଡିଆନ ଭଲ କାମ କରିଛନ୍ତି। ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହଁନ୍ତି, ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ବାଛିବେ ବୋଲି ନବୀନ କହିଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର