ଆବାସ ଯୋଜନା ନେଇ ସିଏଜି ପ୍ରଶ୍ନ ଉଠାଇବା ପରେ ପ୍ରତିକ୍ରିୟା ରଖିଲା ବିଜେଡି

The Sakala Picture
Published On

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ସିଏଜି ପ୍ରଶ୍ନ ଉଠାଇବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦାବି ମୁତାବକ କେନ୍ଦ୍ର ଘର ଦେଇ ନଥିବା ବିଜେଡି ପୂର୍ବରୁ କହିଛି। ୧୫ରୁ ୨୦ ଲକ୍ଷ ଘର ପାଇଁ ଦାବି କରାଯାଇଥିଲା। ୧୫ଲକ୍ଷ ପରିବାର ଘର ପାଇବାରୁ ବଞ୍ଚିତ ବୋଲି କେନ୍ଦ୍ରକୁ ଜଣାଇ ଦିଆଯାଇଛି। ହୁଏତ ସିଏଜି ତାହା ଦର୍ଶାଇଥିବେ ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି। କେନ୍ଦ୍ର ସରକାର ହିତାଧିକାରୀ ଚୟନର ସର୍ତ୍ତାବଳୀ ପରିବର୍ତ୍ତନ କରିଥିବାରୁ ଅନେକ […]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ସିଏଜି ପ୍ରଶ୍ନ ଉଠାଇବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦାବି ମୁତାବକ କେନ୍ଦ୍ର ଘର ଦେଇ ନଥିବା ବିଜେଡି ପୂର୍ବରୁ କହିଛି। ୧୫ରୁ ୨୦ ଲକ୍ଷ ଘର ପାଇଁ ଦାବି କରାଯାଇଥିଲା। ୧୫ଲକ୍ଷ ପରିବାର ଘର ପାଇବାରୁ ବଞ୍ଚିତ ବୋଲି କେନ୍ଦ୍ରକୁ ଜଣାଇ ଦିଆଯାଇଛି। ହୁଏତ ସିଏଜି ତାହା ଦର୍ଶାଇଥିବେ ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି। କେନ୍ଦ୍ର ସରକାର ହିତାଧିକାରୀ ଚୟନର ସର୍ତ୍ତାବଳୀ ପରିବର୍ତ୍ତନ କରିଥିବାରୁ ଅନେକ ବାଦ ପଡ଼ିଥିବା ସେ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି ୭ରୁ ୮ବର୍ଷ ଭିତରେ ଅନେକ ଥର ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ରକୁ ଚିଠି ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: ୩୨ ଘଣ୍ଟା ପରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ସ୍ୱାଭାବିକ ହେଲା ଯାତାୟାତ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ହେଲେ ସର୍ଭେଠାରୁ ଆରମ୍ଭ କରି ଅର୍ଥ ମଂଜୁରୀ ପର୍ଯ୍ୟନ୍ତ ବିଜେପି ସାଂସଦ ଓ କର୍ମୀମାନେ ବିଭିନ୍ନ ସମସ୍ୟା ସୃଷ୍ଟି କରିଛନ୍ତି। ସେଥିପାଇଁ ରାଜ୍ୟ ୪ଲକ୍ଷ ଘର ପାଇବାରୁ ବଞ୍ଚିତ ହୋଇଥିବା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି। ୧୨ଲକ୍ଷରୁ ୪ଲକ୍ଷ ଘର କଟିଗଲା। ସେଥିପାଇଁ ବିଜେପି ଗାଁରେ ଲୋକଙ୍କ ରୋଷର ଶିକାର ହୋଇଛି। ତାକୁ ଘୋଡାଇବା ପାଇଁ ସେମାନେ ଓଲଟା ଯୁକ୍ତି କରୁଛନ୍ତି ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, ବିଦ୍ୟୁତ ସଂଯୋଗ ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp