ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ବୀମା ଉପରୁ ଜିଏସଟି ହ୍ରାସ ଦାବି ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

The Sakala Picture
Published On

ନୂଆଦିଲ୍ଲୀ : ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ବୀମା ଉପରୁ ଜିଏସଟି ହ୍ରାସ କରିବାକୁ ଦାବି କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ଏନେଇ ସାଂସଦ ଶ୍ରୀଯୁକ୍ତ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣଙ୍କୁ ଭେଟି ତାଙ୍କା ଦାବି ଜଣାଇଛନ୍ତି।  ବିଭିନ୍ନ ଘରୋଇ ସ୍ବାସ୍ଥ୍ୟ ବୀମା ଯୋଜନାରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେଉଛି । ଏହାଦ୍ବାରା ଆର୍ଥିକ ଚାପ ଯୋଗୁଁ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ବୀମାଭୁକ୍ତ ହୋଇପାରୁନାହିଁ । ତେଣୁ ସ୍ବାସ୍ଥ୍ୟ ବୀମା ଉପରୁ ଜିଏସଟି […]

ନୂଆଦିଲ୍ଲୀ : ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ବୀମା ଉପରୁ ଜିଏସଟି ହ୍ରାସ କରିବାକୁ ଦାବି କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ଏନେଇ ସାଂସଦ ଶ୍ରୀଯୁକ୍ତ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣଙ୍କୁ ଭେଟି ତାଙ୍କା ଦାବି ଜଣାଇଛନ୍ତି।  ବିଭିନ୍ନ ଘରୋଇ ସ୍ବାସ୍ଥ୍ୟ ବୀମା ଯୋଜନାରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେଉଛି । ଏହାଦ୍ବାରା ଆର୍ଥିକ ଚାପ ଯୋଗୁଁ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ବୀମାଭୁକ୍ତ ହୋଇପାରୁନାହିଁ । ତେଣୁ ସ୍ବାସ୍ଥ୍ୟ ବୀମା ଉପରୁ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବାକୁ ସେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ତେଲ ବ୍ୟବହାର କମ୍‌ଲାଗି ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: କଲେଜରେ ବରା, ସିଙ୍ଗଡ଼ା ମନା

ବର୍ତ୍ତମାନ ଦେଶର ୬୦ରୁ ୮୦ ବର୍ଷ ମଧ୍ୟରେ ଦେଶର ମାତ୍ର ୧୫ ପ୍ରତିଶତ ବ୍ୟକ୍ତି ବୀମାଭୁକ୍ତ ହୋଇଛନ୍ତି । ନୀତି ଆୟୋଗଙ୍କ ସଦ୍ୟତମ ରିପୋର୍ଟ ଅନୁଯାୟୀ ଦେଶର ମାତ୍ର ୫୦ ପ୍ରତିଶତ ଲୋକ ଆୟୁଷ୍ମାନ ଭାରତ କିମ୍ବା ବିଭିନ୍ନ ରାଜ୍ୟ ଯୋଜନାରେ ସାମିଲ ହୋଇଛନ୍ତି । କରୋନା ପରିସ୍ଥିତିରେ ବରିଷ୍ଠ ନାଗରିକମାନେ ବୀମାଭୁକ୍ତ ହେବା ଜରୁରୀ । ଏହିଦୃଷ୍ଟିରୁ ଜିଏସଟି ପରିଷଦ ବୈଠକରେ ସ୍ବାସ୍ଥ୍ୟ ବୀମା ଉପରୁ ଜିଏସଟି ସମ୍ପୁର୍ଣ୍ଣ ଉଚ୍ଛେଦ କରିବା କିମ୍ବା ୫ ପ୍ରତିଶତକୁ ହ୍ରାସ କରିବାକୁ ଦାବି କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର