ପ୍ରଶ୍ନ ଉଠାଇଲା ବିଜେଡି; ବାତ୍ୟା ବେଳେ ଡିଆଇଜିଙ୍କୁ ଛୁଟି ଦେଲା କିଏ ?

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

Deviprasad Mohanty Picture
Published On

ଭୁବନେଶ୍ୱର:  ନୂଆପଡ଼ା ଉପନିର୍ବାଚନ ହେବାକୁ ଦୁଇ ସପ୍ତାହରୁ କମ୍‌ ସମୟ ଥିବାବେଳେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଚାନକ ଛୁଟିରେ ଯାଇଛନ୍ତି। ତାଙ୍କ ସ୍ଥାନରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ସୋମବାର ବିଜେଡି ପକ୍ଷରୁ ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ୱାରା ନିର୍ବାଚନକୁ ସରକାରୀ ଦଳ ସପକ୍ଷରେ ନେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରାଯାଇଥିବା ବେଳେ, ହିମାଂଶୁ ଲାଲଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇ ବିଜେପି ସରକାରୀ ଅଧିକାରୀଙ୍କୁ ବ୍ୟବହାର କରି ବିଜେପି ନିର୍ବାଚନକୁ ତାଙ୍କ ସପକ୍ଷରେ ନେବାକୁ ଉଦ୍ୟମ କରୁଛି ବୋଲି ଦଳ ଅଭିଯୋଗ କରିଛି। ସୋମବାର ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯେଉଁଥିରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଲ ସିଂ ଅଚାନକ ଛୁଟିରେ ଯିବା ନେଇ ସନ୍ଦେହ ପ୍ରକଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ପ୍ରତିନିଧି ଦଳର ଯୁକ୍ତି ଅନୁଯାୟୀ, କନୱର ବିଶାଲ ସିଂ ପୂର୍ବରୁ ପ୍ରଶାସନିକ ସ୍ତରରେ ନିର୍ବାଚନ ସମ୍ୱନ୍ଧୀୟ ବୈଠକରେ ଉପସ୍ଥିତ ରହୁଥିବା ବେଳେ ଗତକାଲି ଅଚାନକ ତାଙ୍କ ସ୍ଥାନରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଦେଖିବାକୁ ମିଳିଥିଲା। ଉପନିର୍ବାଚନ ସମୟରେ ଓ ରାଜ୍ୟରେ ଆସନ୍ନ ବାତ୍ୟା ସ୍ଥିତିରେ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି। ତେବେ କେଉଁ ପରିସ୍ଥତିରେ କନୱର ବିଶାଲ ସିଂଙ୍କୁ ଛୁଟିରେ ଯିବାକୁ ଅନୁମତି ଦିଆଗଲା ବୋଲି ସ୍ମାରକପତ୍ରରେ ବିଜେଡି ପ୍ରଶ୍ନ କରିଛି । ସେ ଛୁଟିରେ ଯାଇଛନ୍ତି ନା ସରକାର ତାଙ୍କୁ ଛୁଟିରେ ପଠାଇ ଦେଇଛନ୍ତି। ବିଜେଡିର ଅଭିଯୋଗ ଅନୁଯାୟୀ ଉପନିର୍ବାଚନର ଭୋଟ ଗଣତି ୧୪ ନଭେମ୍ୱରରେ ଶେଷ ହେଉଥିବା ବେଳେ କନୱର ବିଶାଲ ସିଂ ନଭେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ସୂଚନା ମିଳିଛି, ଯାହା ଅତ୍ୟନ୍ତ ସାଂଘାତିକ। ଏହାଛଡା ହିମାଂଶୁ ଲାଲଙ୍କ ପୂର୍ବ ରେକର୍ଡ ମଧ୍ୟ ଠିକ ନାହିଁ। ହିମାଂଶୁ ଲାଲଙ୍କ ମାଧ୍ୟମରେ ପ୍ରଶାସନିକ କଳକୁ ବ୍ୟବହାର କରି ବିଜେପି ନୂଆପଡା ଉପନିର୍ବାଚନ ଜିତିବାକୁ ଉଦ୍ୟମ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଏହି ପରିପ୍ରେକ୍ଷୀରେ ଉପନିର୍ବାଚନ କିପରି ସ୍ୱଚ୍ଛ ଓ ଅବାଧ ହୋଇପାରିବ, ସେଥିପାଇଁ ଆବଶ୍ୟକୀୟ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅନୁରୋଧ କରିଛି ବିଜେଡି। ଏହି ପ୍ରତିନିଧି ମଣ୍ଡଳୀରେ ସାଂସଦ ସୁଲତା ଦେଓ, ଭୃଗୁ ବକ୍ସିପାତ୍ର, ଡ. ଲେନିନ୍‌ ମହାନ୍ତି, ମିହିର ରାୟ, ତୁମ୍ୱନାଥ ପଣ୍ଡା, ସୋଫିଆ ଆଲମ୍‌, ଜ୍ୟୋତ୍ସ୍ନା ପରିଡା, ରୀତାଞ୍ଜଳୀ ପ୍ରଧାନ ଓ ଇଲା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

28 Oct 2025 By Deviprasad Mohanty

ପ୍ରଶ୍ନ ଉଠାଇଲା ବିଜେଡି; ବାତ୍ୟା ବେଳେ ଡିଆଇଜିଙ୍କୁ ଛୁଟି ଦେଲା କିଏ ?

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର:  ନୂଆପଡ଼ା ଉପନିର୍ବାଚନ ହେବାକୁ ଦୁଇ ସପ୍ତାହରୁ କମ୍‌ ସମୟ ଥିବାବେଳେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଚାନକ ଛୁଟିରେ ଯାଇଛନ୍ତି। ତାଙ୍କ ସ୍ଥାନରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ସୋମବାର ବିଜେଡି ପକ୍ଷରୁ ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ୱାରା ନିର୍ବାଚନକୁ ସରକାରୀ ଦଳ ସପକ୍ଷରେ ନେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରାଯାଇଥିବା ବେଳେ, ହିମାଂଶୁ ଲାଲଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇ ବିଜେପି ସରକାରୀ ଅଧିକାରୀଙ୍କୁ ବ୍ୟବହାର କରି ବିଜେପି ନିର୍ବାଚନକୁ ତାଙ୍କ ସପକ୍ଷରେ ନେବାକୁ ଉଦ୍ୟମ କରୁଛି ବୋଲି ଦଳ ଅଭିଯୋଗ କରିଛି। ସୋମବାର ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯେଉଁଥିରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଲ ସିଂ ଅଚାନକ ଛୁଟିରେ ଯିବା ନେଇ ସନ୍ଦେହ ପ୍ରକଟ କରାଯାଇଛି।

ପ୍ରତିନିଧି ଦଳର ଯୁକ୍ତି ଅନୁଯାୟୀ, କନୱର ବିଶାଲ ସିଂ ପୂର୍ବରୁ ପ୍ରଶାସନିକ ସ୍ତରରେ ନିର୍ବାଚନ ସମ୍ୱନ୍ଧୀୟ ବୈଠକରେ ଉପସ୍ଥିତ ରହୁଥିବା ବେଳେ ଗତକାଲି ଅଚାନକ ତାଙ୍କ ସ୍ଥାନରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଦେଖିବାକୁ ମିଳିଥିଲା। ଉପନିର୍ବାଚନ ସମୟରେ ଓ ରାଜ୍ୟରେ ଆସନ୍ନ ବାତ୍ୟା ସ୍ଥିତିରେ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି। ତେବେ କେଉଁ ପରିସ୍ଥତିରେ କନୱର ବିଶାଲ ସିଂଙ୍କୁ ଛୁଟିରେ ଯିବାକୁ ଅନୁମତି ଦିଆଗଲା ବୋଲି ସ୍ମାରକପତ୍ରରେ ବିଜେଡି ପ୍ରଶ୍ନ କରିଛି । ସେ ଛୁଟିରେ ଯାଇଛନ୍ତି ନା ସରକାର ତାଙ୍କୁ ଛୁଟିରେ ପଠାଇ ଦେଇଛନ୍ତି। ବିଜେଡିର ଅଭିଯୋଗ ଅନୁଯାୟୀ ଉପନିର୍ବାଚନର ଭୋଟ ଗଣତି ୧୪ ନଭେମ୍ୱରରେ ଶେଷ ହେଉଥିବା ବେଳେ କନୱର ବିଶାଲ ସିଂ ନଭେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ସୂଚନା ମିଳିଛି, ଯାହା ଅତ୍ୟନ୍ତ ସାଂଘାତିକ। ଏହାଛଡା ହିମାଂଶୁ ଲାଲଙ୍କ ପୂର୍ବ ରେକର୍ଡ ମଧ୍ୟ ଠିକ ନାହିଁ। ହିମାଂଶୁ ଲାଲଙ୍କ ମାଧ୍ୟମରେ ପ୍ରଶାସନିକ କଳକୁ ବ୍ୟବହାର କରି ବିଜେପି ନୂଆପଡା ଉପନିର୍ବାଚନ ଜିତିବାକୁ ଉଦ୍ୟମ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଏହି ପରିପ୍ରେକ୍ଷୀରେ ଉପନିର୍ବାଚନ କିପରି ସ୍ୱଚ୍ଛ ଓ ଅବାଧ ହୋଇପାରିବ, ସେଥିପାଇଁ ଆବଶ୍ୟକୀୟ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅନୁରୋଧ କରିଛି ବିଜେଡି। ଏହି ପ୍ରତିନିଧି ମଣ୍ଡଳୀରେ ସାଂସଦ ସୁଲତା ଦେଓ, ଭୃଗୁ ବକ୍ସିପାତ୍ର, ଡ. ଲେନିନ୍‌ ମହାନ୍ତି, ମିହିର ରାୟ, ତୁମ୍ୱନାଥ ପଣ୍ଡା, ସୋଫିଆ ଆଲମ୍‌, ଜ୍ୟୋତ୍ସ୍ନା ପରିଡା, ରୀତାଞ୍ଜଳୀ ପ୍ରଧାନ ଓ ଇଲା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର