‘ନବୀନ’ ସୁନାମୀରେ ପଦ୍ମଗଡ଼଼ ଧ୍ୱସ୍ତ : ମହାବିଜୟ ପଥରେ ବିଜେଡି

The Sakala Picture
Published On

ଭୁବନେଶ୍ୱର : ପଞ୍ଚାୟତରେ ‘ନବୀନ ସୁନାମୀ’ ରେ ଧ୍ୱସ୍ତବିଧ୍ୱସ୍ତ ପଦ୍ମଗଡ଼। ନିଜର ଅଭେଦ୍ୟ ଦୁର୍ଗ ବୋଲି ଦାବି କରୁଥିବା ମୟୂରଭଞ୍ଜ, କଳାହାଣ୍ଡି, ବରଗଡ଼, ବଲାଙ୍ଗିର, ସମ୍ବଲପୁର ଆଦି ଜିଲ୍ଲାଗୁଡ଼ିକରେ ବିଜେପି ଧରାଶାୟୀ। ପ୍ରଥମ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ଫଳାଫଳ ଆସି ନ ଥିଲେ ସୁଦ୍ଧା ୧୮ଟି ଜିଲ୍ଲ୍ଲାରେ ବିଜେପି ଓ ୨୩ ଜିଲ୍ଲାରେ କଂଗ୍ରେସ ଖାତା ଖୋଲି ପାରିନାହାନ୍ତି। ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ପ୍ରଥମ ଫଳଠାରୁ ଆରମ୍ଭ ହୋଇଥିବା ବିଜେଡିର ଯାତ୍ରା ଏବେ ମହାବିଜୟ ଆଡ଼କୁ ଅଗ୍ରସର […]

ଭୁବନେଶ୍ୱର : ପଞ୍ଚାୟତରେ ‘ନବୀନ ସୁନାମୀ’ ରେ ଧ୍ୱସ୍ତବିଧ୍ୱସ୍ତ ପଦ୍ମଗଡ଼। ନିଜର ଅଭେଦ୍ୟ ଦୁର୍ଗ ବୋଲି ଦାବି କରୁଥିବା ମୟୂରଭଞ୍ଜ, କଳାହାଣ୍ଡି, ବରଗଡ଼, ବଲାଙ୍ଗିର, ସମ୍ବଲପୁର ଆଦି ଜିଲ୍ଲାଗୁଡ଼ିକରେ ବିଜେପି ଧରାଶାୟୀ। ପ୍ରଥମ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ଫଳାଫଳ ଆସି ନ ଥିଲେ ସୁଦ୍ଧା ୧୮ଟି ଜିଲ୍ଲ୍ଲାରେ ବିଜେପି ଓ ୨୩ ଜିଲ୍ଲାରେ କଂଗ୍ରେସ ଖାତା ଖୋଲି ପାରିନାହାନ୍ତି। ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ପ୍ରଥମ ଫଳଠାରୁ ଆରମ୍ଭ ହୋଇଥିବା ବିଜେଡିର ଯାତ୍ରା ଏବେ ମହାବିଜୟ ଆଡ଼କୁ ଅଗ୍ରସର ହୋଇଛି। ପ୍ରଥମ ଦିନ ଗଣତି ଚାଲିଥିବା ୩୦ ଜିଲ୍ଲାର ୩୧୫ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୨୮୦ଟି ଜୋନରେ ବିଜେଡି ଏକତରଫା ବିଜୟ ଲାଭ କରିବାକୁ ଯାଉଛି। ଏହା ମଧ୍ୟରୁ କିଛି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ଘୋଷିତ ହୋଇଛନ୍ତି ଓ ଅବଶିଷ୍ଟ ସ୍ଥାନରେ ବିଜୟର ନିକଟବର୍ତ୍ତୀ ହୋଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ପଞ୍ଚାୟତ ଲଢ଼େଇରେ ପ୍ରଚଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବିଜେପି ମାତ୍ର ୧୪ଟି ଆସନରେ ଅଗ୍ରଣୀ ଲାଭ କରିଛି। ସେହିପରି କଂଗ୍ରେସ ୧୬ଟି, ସ୍ୱାଧୀନ ଓ ଅନ୍ୟ ପ୍ରାର୍ଥୀମାନେ ୫ଟି ଆସନରେ ଆଗୁଆ ଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଅନ୍ୟପଟେ ପ୍ରଥମ ଦିନ ଗଣତିରେ ୩୧୫ ଜୋନରୁ ୨୫୬ ଜୋନର ଫଳାଫଳ ପ୍ରକାଶ କରାଯାଇଛି । ସେଥିମଧ୍ୟରୁ ୨୩୦ ଜୋନରେ ବିଜେଡି ବିଜୟ ହୋଇଛି । ୧୨ଟି ଜୋନରେ କଂଗ୍ରେସ ଓ ୧୦ଟିରେ ବିଜେପି ବାଜିମାତ୍ କରିଥିବା ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ବିଜୟ ହୋଇଛନ୍ତି । ସେହିଭଳି ୨ଟି ଜୋନ୍ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ଖାତାକୁ ଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ନବୀନଙ୍କ ‘ବିକାଶ’ ରାଜନୀତି ଆଗରେ ପଣ୍ଡ ହୋଇଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରଙ୍କ ବିରୋଧରେ ବିରୋଧୀ ବିଜେପି ଯେଉଁସବୁ ନାଟକ କରିଥିଲା ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଜ୍ୟବାସୀ। ଗତ ପଞ୍ଚାୟତ ଓ ବିଧାନସଭା ନିର୍ବାଚନରେ ଯେଉଁ ଅଞ୍ଚଳରେ ବିଜେପି ସଫଳତା ପାଇଥିଲା ସେଠାରେ ମଧ୍ୟ ଦଳକୁ ମାଟିକାମୁଡ଼ିବାକୁ ପଡ଼ିଛି। କୌତୂହଳର ବିଷୟ ହେଉଛି ବିଜେପି ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ନିଜ ଅଞ୍ଚଳରେ ଦଳ ପାଇଁ ଭୋଟ ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ରାଜ୍ୟର ଜନସାଧାରଣ ପୁଣିଥରେ ନବୀନଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ବିରୋଧୀଙ୍କ ଭାଷଣ ଅପେକ୍ଷା ନବୀନଙ୍କ ‘ବିକାଶ’ ମନ୍ତ୍ର, ସ୍ୱଚ୍ଛ ଶାସନ, ଅମଳିନ ଭାବମୂର୍ତ୍ତି ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଲୋକହିତକର ଯୋଜନା ସାଧାରଣ ଲୋକଙ୍କୁ କେତେ ପରିମାଣରେ ଛୁଇଁଛି ତାହା ପଞ୍ଚାୟତ ଫଳାଫଳରେ ପ୍ରତିଫଳିତ ହୋଇଛି। ଏହା ସହିତ ରାଜ୍ୟପ୍ରତି କେନ୍ଦ୍ର ସରକାରଙ୍କ ଅବିଚାର, କ୍ରମବର୍ଦ୍ଧିଷ୍ଣୁ ଦରଦାମରେ ପ୍ରଭାବିତ ସାଧାରଣ ଲୋକଙ୍କ କ୍ରୋଧ ବାଲାଟ୍‍ ଜରିଆରେ ଜନସାଧାରଣ ଦେଇଛନ୍ତି।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଆକସ୍ମିକ ଭାବରେ ୩୦ରୁ ୨୯୭ ଆସନରେ ପହଞ୍ଚି ଯାଇଥିଲା। ସେହି ବଳରେ ଦଳ ମିଶନ ୧୨୦ର ସ୍ୱପ୍ନ ଦେଖିଥିଲା। ୮ଟି ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲା। ମାତ୍ର ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ୨୦୧୭ ପରାଭବରୁ ବିଜେଡି ଯେଉଁ ଶିକ୍ଷାଲାଭ କରିଥିଲା ତାହାକୁ ଉପଯୋଗ କରିବାକୁ ସକ୍ଷମ ହୋଇଛି। କଂଗ୍ରେସ ରାଜ୍ୟରେ ମାତ୍ର ୭ଟି ଜିଲ୍ଲାରେ ସୀମିତ ରହିଛି। ଏହାମଧ୍ୟରୁ କୋରାପୁଟରେ ୫ଟି ଓ ରାୟଗଡ଼଼ାରେ ୫ଟି ଆସନ ଦଖଲ କରିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବିଜେପି ପ୍ରଥମ ପର୍ଯ୍ୟାୟ ଫଳାଫଳରେ କଳାହାଣ୍ଡିରେ ସର୍ବାଧିକ ୪ଟି ଓ ବରଗଡ଼଼ରେ ୩ଟି ଆସନ ଦଖଲ କରିଛି। ୧୮ ଜିଲ୍ଲାରେ ବିଜେପି ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ ଓ ଜିଲ୍ଲାଗୁଡ଼ିକରେ ଦଳର ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟା ୧ ଓ ୨ ମଧ୍ୟରେ ସୀମିତ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର