ବଜ୍ରାଘାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ପାଇଁ ସଂସଦରେ ଦାବି ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ଭୁବନେଶ୍ବର: ସଂସଦରେ ବଜେଟ ଅଧିବେଶନର ଆଜି ୫ମ କାର୍ଯ୍ୟଦିବସ। ବିଭିନ୍ନ ପ୍ରସଙ୍ଗ ନେଇ ଉଭୟ ଉଚ୍ଚ ଏବଂ ନିମ୍ନ ସଦନରେ ହେଉଛି ଆଲୋଚନା। ଏହାରି ଭିତରେ ଏକ ବଡ ପ୍ରସଙ୍ଗକୁ ଶୂନ୍ୟକାଳରେ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ବଜ୍ରାଘାତ ମୃତ୍ୟୁର ଟିକନିଖ୍ ତଥ୍ୟ ରଖିଛନ୍ତି ସାଂସଦ ମାନସ। ଏହାସହ ବଜ୍ରାଘାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ପାଇଁ ସଂସଦରେ ଦାବି ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ। ଆଇଏମଡିର ତଥ୍ୟ ଅନୁଯାୟୀ, ବାର୍ଷିକ ଅଢେଇ […]

ଭୁବନେଶ୍ବର: ସଂସଦରେ ବଜେଟ ଅଧିବେଶନର ଆଜି ୫ମ କାର୍ଯ୍ୟଦିବସ। ବିଭିନ୍ନ ପ୍ରସଙ୍ଗ ନେଇ ଉଭୟ ଉଚ୍ଚ ଏବଂ ନିମ୍ନ ସଦନରେ ହେଉଛି ଆଲୋଚନା। ଏହାରି ଭିତରେ ଏକ ବଡ ପ୍ରସଙ୍ଗକୁ ଶୂନ୍ୟକାଳରେ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ବଜ୍ରାଘାତ ମୃତ୍ୟୁର ଟିକନିଖ୍ ତଥ୍ୟ ରଖିଛନ୍ତି ସାଂସଦ ମାନସ। ଏହାସହ ବଜ୍ରାଘାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ପାଇଁ ସଂସଦରେ ଦାବି ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ଆଇଏମଡିର ତଥ୍ୟ ଅନୁଯାୟୀ, ବାର୍ଷିକ ଅଢେଇ ହଜାର ଲୋକଙ୍କ ବଜ୍ରାଘାତ କାରଣରୁ ମୃତ୍ୟୁ ହେଉଛି। ଏଥିରୁ ପ୍ରାୟ ୯୬ ପ୍ରତିଶତ ମାମଲା ଗ୍ରାମାଞ୍ଚଳର। ମୃତକଙ୍କ ମଧ୍ୟରେ ଚାଷୀ, ଗୋଚରାଳି, ମତ୍ସ୍ୟଜୀବୀ ଓ ଶ୍ରମିକ ବର୍ଗର ଲୋକେ ରହିଥିବା କହିଛନ୍ତି ସାଂସଦ। ବଜ୍ରପାତ ହେବାର କାରଣ ଏବଂ ଏହାକୁ କିଭଳି ପ୍ରତିହତ କରାଯାଇପାରିବ ସେ ସଂକ୍ରାନ୍ତରେ ମଧ୍ୟ ରାଜ୍ୟସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ତଥ୍ୟ ଅନୁଯାୟୀ, ବିଶ୍ୱ ତାପମାତ୍ରା ୧ ଡିଗ୍ରୀ ବଢିଲେ ୧୨ ପ୍ରତିଶତ ବଢିଥାଏ ବଜ୍ରପାତ। ୨୦୨୩ରେ ଓଡିଶାରେ ସବୁଠୁ ଅଧିକ ବଜ୍ରପାତ ରେକର୍ଡ କରାଯାଇଛି । ଜଟିଳ ଜଳବାୟୁ ହିଁ ଏହାର ପ୍ରମୁଖ କାରଣ ଯେଉଥିପାଇଁ ଓଡିଶାରେ ସବୁଠୁ ଅଧିକ ବଜ୍ରପାତ ହେଉଥିବା କହିଛନ୍ତି ବିଜେଡି ସାଂସଦ। ଏହାସହ ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ବଜ୍ରପାତ ଜନିତ ମୃତ୍ୟୁ ଓଡିଶାରେ କିଭଳି ହ୍ରାସ ପାଇଛି ସେ ଉପରେ ଆଲୋକପାତ କରିଥିଲେ। ୨୦୧୫ରେ ଓଡିଶା ବଜ୍ରପାତକୁ ବିପର୍ଯ୍ୟୟ ଘୋଷଣା କରିଥିବା ବେଳେ ବଜ୍ରାଘାତରେ ପ୍ରତି ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏ ସହାୟତା ରାଶି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ୨୦୧୯-୨୦ରେ ବଜ୍ରାଘାତରେ ରାଜ୍ୟରେ ୨୦୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ସଫଳ ମୁକାବିଲା ପାଇଁ ୨୦୨୦-୨୧ରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୧୫୬କୁ ହ୍ରାସ ପାଇଥିଲା। ତେଣୁ କେନ୍ଦ୍ର ସରକାର ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରନ୍ତୁ ବୋଲି ସଂସଦରେ ଦାବି ଉପସ୍ଥାପନ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଯାହା ଫଳରେ ବଜ୍ରପାତରେ ମୃତ୍ୟୁ ହେଉଥିବା ଲୋକର ପରିବାରକୁ ଅଧିକ ସହାୟତା ମିଳିପାରିବ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ବଜ୍ରପାତଜନିତ ମୃତ୍ୟୁ ହ୍ରାସ କରିବା ପାଇଁ ଏକମାତ୍ର ଉପାୟ ହେଉଛି ବହୁ ପରିମାଣର ତାଳଗଛ ରୋପଣ କରାଯିବା। ଥାଇଲାଣ୍ଡ ଏବଂ ବାଂଲାଦେଶ ପରି ରାଷ୍ଟ୍ର ବିପୁଳ ମାତ୍ରାରେ ତାଳଗଛ ରୋପଣ କରି ବଜ୍ରପାତଜନିତ ମୃତ୍ୟୁ ହ୍ରାସ କରିବାରେ ସଫଳ ହୋଇଛନ୍ତି। ବଜ୍ରପାତଜନିତ ମୃତ୍ୟୁ କମାଇବାକୁ ଓଡିଶାରେ ମଧ୍ୟ ତାଳଗଛ ରୋପଣ କରାଯାଉଥିବା କହିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର