ନବୀନ ନିବାସରେ ଦଳର ସୁପ୍ରିମୋଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲାର ବିଜେଡି ନେତା

Madhusudan Das Picture
Published On

ଭୁବନେଶ୍ୱର: ଆଜି ନବୀନ ନିବାସରେ ଗଞ୍ଜାମ ଜିଲ୍ଲା ବିଜେଡି ନେତାମାନେ ଦଳର ସଭାପତି  ନବୀନ ପଟ୍ଟନାୟକଙ୍କୁ ଭେଟି  ଜିଲ୍ଲାରେ ସାଂଗଠନିକ ସ୍ଥିତି, ଚାଷୀ ସମସ୍ୟା ଓ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କ ରେ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଦଳର ନେତାମାନଙ୍କୁ ସଂଗଠନକୁ ସୁଦୃଢ଼ କରିବା ଓ ସାଂଗଠନିକ କାର୍ଯ୍ୟକ୍ରମ ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ଦେଇଛଡ଼୍‌ତି । 

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

 ନବ ଘୋଷିତ ପୌର ପରିଷଦ ମଧ୍ୟରୁ ଗଞ୍ଜାମ ଜିଲ୍ଲା ରେ ସାତ ଗୋଟି ପୌରାଞ୍ଚଳରେ ପ୍ରଥମ କରି ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ହାତରେ ଆଉ ମାତ୍ର ବର୍ଷେ ବାକି। ତେଣୁ ଏବେଠୁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଆରମ୍ଭ କରିବା ଉପରେ ସଭାପତି ଗୁରୁତ୍ୱ ଆରୋପ କରିଛନ୍ତି।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

 ଅନ୍ୟପକ୍ଷରେ  ମଣ୍ଡି ମାନଙ୍କରେ ଚାଷୀ ମାନଙ୍କ ହଇରାଣ ବିଷୟରେ ବିରୋଧୀ ଦଳ ନେତା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଗଞ୍ଜାମ ଜିଲ୍ଲାର ନେତାମାନେ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ବୈଠକରେ ନବ ନିଯୁକ୍ତ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପୂର୍ଣଚନ୍ଦ୍ର ସ୍ୱାଇଁ ଓ ଭଗବାନ ପ୍ରତିହାରୀ, ପୂର୍ବ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ଭୃଗୁ ବକ୍ସିପାତ୍ର, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଶ୍ରୀକାନ୍ତ ସାହୁ ଓ ରଂଜିତା ସାହୁ ଙ୍କ ସମେତ ଗଞ୍ଜାମ ଜିଲ୍ଲା ର ୧୩ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ମାନେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

11 Feb 2026 By Madhusudan Das

ନବୀନ ନିବାସରେ ଦଳର ସୁପ୍ରିମୋଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲାର ବିଜେଡି ନେତା

ଭୁବନେଶ୍ୱର: ଆଜି ନବୀନ ନିବାସରେ ଗଞ୍ଜାମ ଜିଲ୍ଲା ବିଜେଡି ନେତାମାନେ ଦଳର ସଭାପତି  ନବୀନ ପଟ୍ଟନାୟକଙ୍କୁ ଭେଟି  ଜିଲ୍ଲାରେ ସାଂଗଠନିକ ସ୍ଥିତି, ଚାଷୀ ସମସ୍ୟା ଓ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କ ରେ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଦଳର ନେତାମାନଙ୍କୁ ସଂଗଠନକୁ ସୁଦୃଢ଼ କରିବା ଓ ସାଂଗଠନିକ କାର୍ଯ୍ୟକ୍ରମ ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ଦେଇଛଡ଼୍‌ତି । 

 ନବ ଘୋଷିତ ପୌର ପରିଷଦ ମଧ୍ୟରୁ ଗଞ୍ଜାମ ଜିଲ୍ଲା ରେ ସାତ ଗୋଟି ପୌରାଞ୍ଚଳରେ ପ୍ରଥମ କରି ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ହାତରେ ଆଉ ମାତ୍ର ବର୍ଷେ ବାକି। ତେଣୁ ଏବେଠୁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଆରମ୍ଭ କରିବା ଉପରେ ସଭାପତି ଗୁରୁତ୍ୱ ଆରୋପ କରିଛନ୍ତି।

 ଅନ୍ୟପକ୍ଷରେ  ମଣ୍ଡି ମାନଙ୍କରେ ଚାଷୀ ମାନଙ୍କ ହଇରାଣ ବିଷୟରେ ବିରୋଧୀ ଦଳ ନେତା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଗଞ୍ଜାମ ଜିଲ୍ଲାର ନେତାମାନେ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ବୈଠକରେ ନବ ନିଯୁକ୍ତ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପୂର୍ଣଚନ୍ଦ୍ର ସ୍ୱାଇଁ ଓ ଭଗବାନ ପ୍ରତିହାରୀ, ପୂର୍ବ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ଭୃଗୁ ବକ୍ସିପାତ୍ର, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଶ୍ରୀକାନ୍ତ ସାହୁ ଓ ରଂଜିତା ସାହୁ ଙ୍କ ସମେତ ଗଞ୍ଜାମ ଜିଲ୍ଲା ର ୧୩ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ମାନେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର