ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ (୫୨) ଦୃଦ୍‌‌ଘାତରେ ପ୍ରାଣ ହରାଇଛନ୍ତି। ଗୁରୁବାର ପ୍ରାୟ ରାତି ୧୦ଟା ବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ଘଟିଛି। ଦୁଇ ଦିନ ତଳେ ହୃଦ୍‌ଘାତଜନିତ ସମସ୍ୟା କାରଣରୁ ସେ ଚିକିତ୍ସାଧୀନ ଥିଲେ। ଗୁରୁବାର ତାଙ୍କ ହୃଦ୍‌ପିଣ୍ଡର ଅସ୍ତ୍ରୋପଚାର କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସୁଧୁରୁଥିବା ବେଳେ ଅଚାନକ ରାତିରେ ବିଗିଡ଼ି ଯାଇଥିଲା। ଶେଷରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଓଡ଼ିଶା ପ୍ରଶାସନିକ […]

ଭୁବନେଶ୍ୱର : ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ (୫୨) ଦୃଦ୍‌‌ଘାତରେ ପ୍ରାଣ ହରାଇଛନ୍ତି। ଗୁରୁବାର ପ୍ରାୟ ରାତି ୧୦ଟା ବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ଘଟିଛି। ଦୁଇ ଦିନ ତଳେ ହୃଦ୍‌ଘାତଜନିତ ସମସ୍ୟା କାରଣରୁ ସେ ଚିକିତ୍ସାଧୀନ ଥିଲେ। ଗୁରୁବାର ତାଙ୍କ ହୃଦ୍‌ପିଣ୍ଡର ଅସ୍ତ୍ରୋପଚାର କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସୁଧୁରୁଥିବା ବେଳେ ଅଚାନକ ରାତିରେ ବିଗିଡ଼ି ଯାଇଥିଲା। ଶେଷରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ବଢ଼େଇ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଗତବର୍ଷ ନଭେମ୍ବର ମାସରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ତାଙ୍କ ସହିତ ବିଭିନ୍ନ ବର୍ଗର ବହୁ ବ୍ୟକ୍ତି ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ। ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ଅନୁଷ୍ଠିତ ଉପନିର୍ବାଚନରେ ଶ୍ରୀ ବଢ଼େଇ ଦଳ ପାଇଁ ନିଷ୍ଠାପର ଭାବରେ କାର୍ଯ୍ୟ କରିଥିଲେ। ଦଳ ପକ୍ଷରୁ ତାଙ୍କୁ ବିଜେଡିର ମୁଖପାତ୍ର ଦାୟିତ୍ୱ ଦିଆଯାଇଥିଲା। ସେହିପରି ପ୍ରଶାସନିକ ସେବାରେ ତାଙ୍କର ଅଭିଜ୍ଞତା ଓ ଦକ୍ଷତାକୁ ବିଚାର କରି ସରକାର ତାଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ତେବେ ଜଣେ ଉତ୍ସର୍ଗୀକୃତ ସମାଜସେବୀ ଭାବେ ଶ୍ରୀ ବଢ଼େଇ ବିଭିନ୍ନ କ୍ଷେତ୍ରରେ ପ୍ରଶଂସା ଅର୍ଜନ କରିଥିଲେ। ବରଗଡ଼ ଜିଲ୍ଲାରେ ତାଙ୍କର ଲୋକପ୍ରିୟତା ରହିଥିଲା ଏବଂ ଖୁବ୍‌‌ କମ ଦିନ ମଧ୍ୟରେ ସେ ବିଜେଡିରେ ମଧ୍ୟ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରି ଥିଲେ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ମହେନ୍ଦ୍ରଙ୍କ ପରଲୋକରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ମହେନ୍ଦ୍ରଙ୍କ ପରଲୋକରେ ଦଳ ଜଣେ ଉତ୍ତମ ସଂଗଠକ ଓ ଦରଦୀ ନେତାଙ୍କୁ ହରାଇଲା ବୋଲି ଉଲ୍ଲେଖ କରି ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ସେହିପରି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମଧ୍ୟ ମହେନ୍ଦ୍ରଙ୍କ ଆକସ୍ମିକ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ପଦମ୍‌‌ପୁର ଅଞ୍ଚଳର ବିକାଶ ପାଇଁ ମହେନ୍ଦ୍ର ସର୍ବଦା କାର୍ଯ୍ୟ କରୁଥିଲେ। ସରକାରୀ ଚାକିରିରେ ଥିବାବେଳେ ଓ ରାଜନୀତିରେ ପ୍ରବେଶ ପରେ ମଧ୍ୟ ସେ ଏଥିରେ ବ୍ରତୀ ରହିଥିଲେ। ନିଜ ଅଞ୍ଚଳର ଲୋକଙ୍କ ବିକାଶ ନିମନ୍ତେ ସର୍ବଦା ପ୍ରୟାସ କରି ଆସିଥିଲେ। ତାଙ୍କର ଆକସ୍ମିକ ପରଲୋକ ଦଳ ଓ ପଦମ୍‌‌ପୁର ଅଞ୍ଚଳ ପାଇଁ ବଡ଼ କ୍ଷତି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

08 Sep 2023 By The Sakala

ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ

ଭୁବନେଶ୍ୱର : ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ (୫୨) ଦୃଦ୍‌‌ଘାତରେ ପ୍ରାଣ ହରାଇଛନ୍ତି। ଗୁରୁବାର ପ୍ରାୟ ରାତି ୧୦ଟା ବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ଘଟିଛି। ଦୁଇ ଦିନ ତଳେ ହୃଦ୍‌ଘାତଜନିତ ସମସ୍ୟା କାରଣରୁ ସେ ଚିକିତ୍ସାଧୀନ ଥିଲେ। ଗୁରୁବାର ତାଙ୍କ ହୃଦ୍‌ପିଣ୍ଡର ଅସ୍ତ୍ରୋପଚାର କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସୁଧୁରୁଥିବା ବେଳେ ଅଚାନକ ରାତିରେ ବିଗିଡ଼ି ଯାଇଥିଲା। ଶେଷରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ବଢ଼େଇ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଗତବର୍ଷ ନଭେମ୍ବର ମାସରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ତାଙ୍କ ସହିତ ବିଭିନ୍ନ ବର୍ଗର ବହୁ ବ୍ୟକ୍ତି ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ। ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ଅନୁଷ୍ଠିତ ଉପନିର୍ବାଚନରେ ଶ୍ରୀ ବଢ଼େଇ ଦଳ ପାଇଁ ନିଷ୍ଠାପର ଭାବରେ କାର୍ଯ୍ୟ କରିଥିଲେ। ଦଳ ପକ୍ଷରୁ ତାଙ୍କୁ ବିଜେଡିର ମୁଖପାତ୍ର ଦାୟିତ୍ୱ ଦିଆଯାଇଥିଲା। ସେହିପରି ପ୍ରଶାସନିକ ସେବାରେ ତାଙ୍କର ଅଭିଜ୍ଞତା ଓ ଦକ୍ଷତାକୁ ବିଚାର କରି ସରକାର ତାଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ତେବେ ଜଣେ ଉତ୍ସର୍ଗୀକୃତ ସମାଜସେବୀ ଭାବେ ଶ୍ରୀ ବଢ଼େଇ ବିଭିନ୍ନ କ୍ଷେତ୍ରରେ ପ୍ରଶଂସା ଅର୍ଜନ କରିଥିଲେ। ବରଗଡ଼ ଜିଲ୍ଲାରେ ତାଙ୍କର ଲୋକପ୍ରିୟତା ରହିଥିଲା ଏବଂ ଖୁବ୍‌‌ କମ ଦିନ ମଧ୍ୟରେ ସେ ବିଜେଡିରେ ମଧ୍ୟ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରି ଥିଲେ।

ମହେନ୍ଦ୍ରଙ୍କ ପରଲୋକରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ମହେନ୍ଦ୍ରଙ୍କ ପରଲୋକରେ ଦଳ ଜଣେ ଉତ୍ତମ ସଂଗଠକ ଓ ଦରଦୀ ନେତାଙ୍କୁ ହରାଇଲା ବୋଲି ଉଲ୍ଲେଖ କରି ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ସେହିପରି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମଧ୍ୟ ମହେନ୍ଦ୍ରଙ୍କ ଆକସ୍ମିକ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ପଦମ୍‌‌ପୁର ଅଞ୍ଚଳର ବିକାଶ ପାଇଁ ମହେନ୍ଦ୍ର ସର୍ବଦା କାର୍ଯ୍ୟ କରୁଥିଲେ। ସରକାରୀ ଚାକିରିରେ ଥିବାବେଳେ ଓ ରାଜନୀତିରେ ପ୍ରବେଶ ପରେ ମଧ୍ୟ ସେ ଏଥିରେ ବ୍ରତୀ ରହିଥିଲେ। ନିଜ ଅଞ୍ଚଳର ଲୋକଙ୍କ ବିକାଶ ନିମନ୍ତେ ସର୍ବଦା ପ୍ରୟାସ କରି ଆସିଥିଲେ। ତାଙ୍କର ଆକସ୍ମିକ ପରଲୋକ ଦଳ ଓ ପଦମ୍‌‌ପୁର ଅଞ୍ଚଳ ପାଇଁ ବଡ଼ କ୍ଷତି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର