ବିଜେପି ବିରୋଧରେ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି

The Sakala Picture
Published On

ଭୁବନେଶ୍ୱର: ଆଶା ଦିଦି, ଅଙ୍ଗନୱାଡି କର୍ମୀଙ୍କୁ ବିଜେପି ଅପମାନିତ ଓ ଧମକାଉଛି। ବିଜେପି କର୍ମୀ ବାରମ୍ବାର ସରକାରୀ କର୍ମୀଙ୍କୁ ଧମକାଉଛନ୍ତି। ଓଡ଼ିଶା ବିଜେପିର କିଛି ନେତା ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି। ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଓ ପ୍ରଦୀପ ପାଣିଗ୍ରାହୀ ସରକାରୀ କର୍ମଚାରୀଙ୍କୁ ଧମକ ଦେଉଥିବା ବିଜେଡି ଅଭିଯୋଗ କରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜିବ କୁମାରଙ୍କୁ ସାକ୍ଷାତ କରି ବିଜେଡି ଏନେଇ ତା’ର ଅଭିଯୋଗ ରଖିଛି । ସିଇଓଙ୍କୁ ସାକ୍ଷାତ କରିବା ପରେ ସାମ୍ବାଦିକଙ୍କ […]

ଭୁବନେଶ୍ୱର: ଆଶା ଦିଦି, ଅଙ୍ଗନୱାଡି କର୍ମୀଙ୍କୁ ବିଜେପି ଅପମାନିତ ଓ ଧମକାଉଛି। ବିଜେପି କର୍ମୀ ବାରମ୍ବାର ସରକାରୀ କର୍ମୀଙ୍କୁ ଧମକାଉଛନ୍ତି। ଓଡ଼ିଶା ବିଜେପିର କିଛି ନେତା ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି। ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଓ ପ୍ରଦୀପ ପାଣିଗ୍ରାହୀ ସରକାରୀ କର୍ମଚାରୀଙ୍କୁ ଧମକ ଦେଉଥିବା ବିଜେଡି ଅଭିଯୋଗ କରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜିବ କୁମାରଙ୍କୁ ସାକ୍ଷାତ କରି ବିଜେଡି ଏନେଇ ତା’ର ଅଭିଯୋଗ ରଖିଛି ।

ସିଇଓଙ୍କୁ ସାକ୍ଷାତ କରିବା ପରେ ସାମ୍ବାଦିକଙ୍କ ଆଗରେ ନିଜ ପ୍ରତିକ୍ରିୟା ରଖି ସାଂସଦ ସସ୍ମିତ ପାତ୍ର କହିଥିଲେ ଯେ, ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦ୍ଦେବ ଗଣମାଧ୍ୟମ ଓ ସରକାରୀ କର୍ମଚାରୀଙ୍କୁ ଧମକ ଦେଉଛନ୍ତି। ସସ୍ମିତ ପାତ୍ର କହିଛନ୍ତି ଯେ, ପ୍ରଶାନ୍ତ ଖୋଲାଖୋଲି ଜଙ୍କିଆରେ ଜଣେ ସାମ୍ବାଦିକଙ୍କୁ ପିଟିଛନ୍ତି । କେବଳ ଏତିକି ନୁହେଁ ସେ ରାତିରେ ମଦ ପିଇ ଜଙ୍କିଆ ଥାନାକୁ ଯାଇ ପୋଲିସକୁ ଧମକାଇଥିଲେ। ଏଫଆଇଆର ନରଖିବାକୁ ସେ ପୋଲିସକୁ କହିଥିଲେ। ଏହା ପୂର୍ବରୁ ସେ ଜଙ୍କିଆ ଥାନା ଅଧିକାରୀଙ୍କୁ ଫୋନ ଯୋଗେ ଧମକ ଦେଇଥିଲେ। ଫୋନରେ ଧମକ ଦେବା ପରେ ପ୍ରଶାନ୍ତ ଜଗଦ୍ଦେବ ରାତି ୧୦.୩୦ରେ ଥାନାରେ ପହଂଚି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଧମକ ଦେଇଥିଲେ ବୋଲି ସାଂସଦ ସସ୍ମିତ ପାତ୍ର ସାମ୍ବାଦିକଙ୍କୁ କହିଛନ୍ତି।

ସେହିଭଳି ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଖୋଲାମଞ୍ଚରୁ ନିର୍ବାଚନୀ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସରକାରୀ କର୍ମଚାରୀଙ୍କୁ ଗଣମାଧ୍ୟମ ସାମ୍ନାରେଧମକାଇଥିଲେ ବୋଲି ସସ୍ମିତ ଅଭିଯୋଗ କରିଛନ୍ତି। ଗଞ୍ଜାମ ଓ ଗଜପତି ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ପ୍ରଦୀପ ଧମକାଉଥିବା ବିଜେଡି ଅଭିଯୋଗ କରିଛି। ଅଭିଯୋଗ ସତ୍ତ୍ୱେ ବିଜେପି ନେତା ଓ କର୍ମୀଙ୍କ ଦାଦାଗିରି ଜାରିଥିବାରୁ ସେମାନେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଆସିବାକୁ ବାଧ୍ୟ ହୋଇଛନ୍ତି ବୋଲି ସସ୍ମିତ କହିଛନ୍ତି। କେବଳ ଏତିକି ନୁହେଁ ସସ୍ମିତ ବିଜେପି ନେତାଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନାମ ନେଇ ଦାଦାଗିରିର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ନାମରେ ବିଜେପି ନେତା ଦାଦାଗିରି କରୁଛନ୍ତି। ସେମାନେ ନିର୍ବାଚନ କମିଶନଙ୍କ ନାମରେ ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି। ନିର୍ବାଚନୀ କାର୍ଯ୍ଯକ୍ରମରେ ସାମିଲ ଥିବା ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଦ୍ୱାରା କେମିତି ଅବାଧ ଓ ନିରପେକ୍ଷ ନିର୍ବାଚନ ହେବ ? ବିଜେପି ନେତା ଓ କର୍ମୀ ବିଭିନ୍ନ ଭାବରେ ଧମକ ଦେଉଛନ୍ତି। ତହସିଲଦାର, ବିଡିଓ ଓ ପୋଲିସ ଅଧିକାରୀଙ୍କୁ ଓଡ଼ିଶା ବିଜେପିର ନେତା ଧମକ ଦେଉଛନ୍ତି ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

About The Author

ରାଶିଫଳ