ନିର୍ମଳ ଭାବମୂର୍ତ୍ତି ସହ ବିଭିନ୍ନ ଯୁଗାନ୍ତକାରୀ ଜନକଲ୍ୟାଣ ଯୋଜନା ପାଇଁ ବାରମ୍ବାର ଜନତାଙ୍କ ପ୍ରଥମ ପସନ୍ଦ ରହିଆସିଛନ୍ତି ନବୀନ : ନୀତୀଶ କୁମାର

The Sakala Picture
Published On

ଭୁବନେଶ୍ବର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ନିର୍ମଳ ଭାବମୂର୍ତ୍ତି ଓ ରାଜ୍ୟର ଜନତାଙ୍କ ପାଇଁ ବିଭିନ୍ନ ଯୁଗାନ୍ତକାରୀ ଜନକଲ୍ୟାଣ ଯୋଜନା ପାଇଁ ବାରମ୍ବାର ଜନତାଙ୍କ ପ୍ରଥମ ପସନ୍ଦ ରହିଆସିଛନ୍ତି। ଏଥି ସହିତ ତାଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱ ପ୍ରଶଂସନୀୟ ବୋଲି ନିଜ ଲେଖାରେ କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆଜି ଏକ ଜାତୀୟ ଗଣମାଧ୍ୟମ(ଇଣ୍ଡିଆ ଟୁଡେ)ରେ ନବୀନଙ୍କ ଉପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଏକ ଲେଖା ପ୍ରକାଶ ପାଇଛି। ଯେଉଁଥିରେ ନୀତୀଶ […]

ଭୁବନେଶ୍ବର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ନିର୍ମଳ ଭାବମୂର୍ତ୍ତି ଓ ରାଜ୍ୟର ଜନତାଙ୍କ ପାଇଁ ବିଭିନ୍ନ ଯୁଗାନ୍ତକାରୀ ଜନକଲ୍ୟାଣ ଯୋଜନା ପାଇଁ ବାରମ୍ବାର ଜନତାଙ୍କ ପ୍ରଥମ ପସନ୍ଦ ରହିଆସିଛନ୍ତି। ଏଥି ସହିତ ତାଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱ ପ୍ରଶଂସନୀୟ ବୋଲି ନିଜ ଲେଖାରେ କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆଜି ଏକ ଜାତୀୟ ଗଣମାଧ୍ୟମ(ଇଣ୍ଡିଆ ଟୁଡେ)ରେ ନବୀନଙ୍କ ଉପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଏକ ଲେଖା ପ୍ରକାଶ ପାଇଛି। ଯେଉଁଥିରେ ନୀତୀଶ କୁମାର ଓଡିିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ନବୀନ କଣ ପାଇଁ ବାରମ୍ବାର ଜନତାଙ୍କ ପ୍ରଥମ ପସନ୍ଦ ହୋଇ ରହିଛନ୍ତି ତାହା ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ନୀତୀଶ ଲେଖିଛନ୍ତି ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ସହ ବିଭିନ୍ନ ଯୁଗାନ୍ତକାରୀ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ବାରମ୍ବାର ଜନତାଙ୍କ ପ୍ରଥମ ପସନ୍ଦ ରହିଆସିଛନ୍ତି  । ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ ଲାଗି ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିଭିନ୍ନ ସମୟରେ ସେ ସର୍ବାଗ୍ରେ ରହି ଆସିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ଓ ‘କାଳିଆ’ ଯୋଜନା ଦେଶବିଦେଶରେ ବେଶ୍ ଚର୍ଚ୍ଚିତ ଓ ପ୍ରଶଂସିତ । ଦଳୀୟ ରାଜନୀତିରୁ ଉପରକୁ ଉଠି ରାଜ୍ୟ ଓ ଦେଶର କଲ୍ୟାଣରେ ନବୀନ ସର୍ବଦା ବ୍ରତୀ ହୋଇଆସିଛନ୍ତି ବୋଲି ନୀତୀଶ ଲେଖିଛନ୍ତି।

କରୋନାର ଦ୍ୱିତୀୟ ପ୍ରବାହରେ ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ପାଇଁ ନିଷ୍ପତ୍ତି ନେଇଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ । ସାରାଦେଶ ଏଥିପାଇଁ ନବୀନଙ୍କ ପ୍ରତି କୃତଜ୍ଞ ହୋଇଥିଲା । ଓଡ଼ିଶାର ଏହି ଜନପ୍ରିୟ ମୁଖ୍ୟମନ୍ତ୍ରୀ କିନ୍ତୁ ପ୍ରଶଂସା କେବେ ପ୍ରଭାବିତ କରିପାରିନାହିଁ । ସମାଲୋଚନାରେ ବି ବିବ୍ରତ ହୁଅନ୍ତି ନାହିଁ । କଥା ଅପେକ୍ଷା କାମରେ ବିଶ୍ୱାସ କରୁଥିବା ନବୀନ ବାବୁଙ୍କୁ ଏବେ ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପ୍ରଶଂସା କରିବାରେ ଲାଗିଛନ୍ତି ।

ଏଥି ସହିତ ନୀତୀଶ ଲେଖିଛନ୍ତି ଯେ ସମ୍ମାନନୀୟ ବିଜୁ ବାବୁଙ୍କ ପୁଅ ଭାବେ ରାଜନୀତିକୁ ପ୍ରବେଶ କରିଥିବା ବେଳେ ଗତ ୨୪ ବର୍ଷ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ନବୀନ ୨୦୦୦ ମସିହାରେ ସରକାର ଗଠନ କରିବା ସମୟରେ ଓଡିଶାର ଯେଉଁ ଅବସ୍ଥାରେ ଥିଲା ବର୍ତ୍ତମାନ ଆଉ ନାହିଁ। ରାଜ୍ୟର ବିକାଶର ବ୍ରତୀ ହୋଇ ନବୀନ ରାଜ୍ୟକୁ ଦେଶର ଏକ ପ୍ରମୁଖ ରାଜ୍ୟଭାବେ ପରିଚୀତ କରିପାରିଛନ୍ତି।  ବାତ୍ୟା ମୁକାବିଲା ହେଉ ବା କ୍ରୀଡ଼ା ଓ ପର୍ୟ୍ୟଟନର ବିକାଶ ହେଉ, ଓଡିଶାର ସବୁକ୍ଷେତ୍ରରେ ନବୀନ ପଟ୍ଟନାୟକ ପରିବର୍ତ୍ତନ ଆଣିଛନ୍ତି ବୋଲି ନୀତୀଶ ଲେଖିଛନ୍ତି।  ସାଧାରଣତଃ ଲୋକେ ସମୟ ଓ କ୍ଷମତା ସହ ବଦଳିଯାଆନ୍ତି । କିନ୍ତୁ ନବୀନ ପଟ୍ଟନାୟକ ବଦଳିନାହାନ୍ତି । ରାଜ୍ୟ ତଥା ଦେଶ ପାଇଁ ତାଙ୍କ ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତା ଏବେ ବି ଅକ୍ଷୂର୍ଣ୍ଣ ରହିଛି । ଏଥି ପାଇଁ ନବୀନ ଜଣେ ଭିନ୍ନ ରାଜନୀତିଜ୍ଞ ବୋଲି ନୀତୀଶ କୁମାର ଲେଖିଛନ୍ତି ।

21 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର