ଶିଶୁ ଶ୍ରମିକ ମୁକ୍ତ ଜୋନ୍‍ ହେବ ଭୁବନେଶ୍ୱର

The Sakala Picture
Published On

ଭୁବନେଶ୍ୱର : ଶିଶୁ ଶ୍ରମିକମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର। ଏଥିପାଇଁ ରାଜ୍ୟ ସରକାରଙ୍କ ଶିଶୁ ଅଧିକାର ସୁରକ୍ଷା ଆୟୋଗ, କମିସନରେଟ୍‍ ପୁଲିସ ଓ ଚାଇଲ୍ଡଲାଇନ୍‍ ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛନ୍ତି। ଆସନ୍ତା ଦିନରେ ରାଜଧାନୀକୁ ଶିଶୁ ଶ୍ରମିକମୁକ୍ତ କରିବା ପାଇଁ ଏକ କ୍ୟାମ୍ପେନ୍‍ କରାଯିବ। ଯାହାକି ଜୁନ୍‍ ୧୧ ତାରିଖରୁ ଜୁନ୍‍ ୨୦ ତାରିଖ ଯାଏ ଚାଲିବ। ଏ ବାବଦରେ ସର୍ବସାଧାରଣରେ ସଚେତନତା ସୃଷ୍ଟି କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ […]

ଭୁବନେଶ୍ୱର : ଶିଶୁ ଶ୍ରମିକମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର। ଏଥିପାଇଁ ରାଜ୍ୟ ସରକାରଙ୍କ ଶିଶୁ ଅଧିକାର ସୁରକ୍ଷା ଆୟୋଗ, କମିସନରେଟ୍‍ ପୁଲିସ ଓ ଚାଇଲ୍ଡଲାଇନ୍‍ ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛନ୍ତି। ଆସନ୍ତା ଦିନରେ ରାଜଧାନୀକୁ ଶିଶୁ ଶ୍ରମିକମୁକ୍ତ କରିବା ପାଇଁ ଏକ କ୍ୟାମ୍ପେନ୍‍ କରାଯିବ। ଯାହାକି ଜୁନ୍‍ ୧୧ ତାରିଖରୁ ଜୁନ୍‍ ୨୦ ତାରିଖ ଯାଏ ଚାଲିବ। ଏ ବାବଦରେ ସର୍ବସାଧାରଣରେ ସଚେତନତା ସୃଷ୍ଟି କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହେବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେବାକୁ ଥିବା ଏହି କ୍ୟାମ୍ପେନ୍‍ରେ ଭୁବନେଶ୍ୱର ଡିସିପି, ଶ୍ରମ କମିଶନର, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ବ୍ରହ୍ମପୁର: ୯ଦିନରେ ୩ ଏନକାଉଣ୍ଟର, ପୁଲିସ ଗୁଳିରେ ଅଭିଯୁକ୍ତ ଜଗା ସାହୁ ଆହତ

ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦୧୩ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଶିଶୁ ଶ୍ରମିକମାନଙ୍କ ଅବସ୍ଥା ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା। ସେ ସମୟରେ ରାଜ୍ୟରେ ସମୁଦାୟ ୨.୧୫ ଲକ୍ଷ ଶିଶୁ ଶ୍ରିମକ ଥିବା ବେଳେ ଖୋର୍ଦ୍ଧା, କଟକ, ରାଉରକେଲା, ବ୍ରହ୍ମପୁର ଭଳି ବଡ଼ ବଡ଼ ସହରର ସ୍ଥିତି ଉଦ୍‍ବେଗଜନକ ଥିଲା। ସମୁଦାୟ ଶିଶୁ ଶ୍ରମିକ ଭିତରେ ୧ ଲକ୍ଷ ୨୧ ହଜାର ୫୨୬ ଜଣ ପୁଅ ଓ ୯୩ ହଜାର ୬୯୬ ଜଣ ଝିଅ ପିଲା ଥିଲା ବେଳେ ସମସ୍ତଙ୍କ ବୟସ ୫ରୁ ୯ ବର୍ଷ ବୟସର। ସେ ସମୟରେ ଦେଶରେ ୫ରୁ ୯ ବର୍ଷ ବୟସର ଶିଶୁ ଶ୍ରମିକଙ୍କ ସଂଖ୍ୟା ୦.୩% ଥିଲା ବେଳେ ଓଡ଼ିଶାରେ ୦.୫% ଥିଲା। ସେହିପରି ୫ରୁ ୧୪ ବର୍ଷ ବୟସର ଶିଶୁ ଶ୍ରିମକଙ୍କ ସଂଖ୍ୟା ଦେଶରେ ୩.୩% ଥିଲା େବେଳ ଓଡ଼ିଶାରେ ତାହା ୪.୯% ଥିଲା। ଯାହାକି ସମସ୍ତଙ୍କ ପାଇଁ ସେ ସମୟରେ ଚିନ୍ତାର କାରଣ ପାଲଟିଥିଲା।

ଆହୁରି ପଢ଼ନ୍ତୁ: ଏକ୍ୟୁଆଇଏସ୍ (AQIS) ଲିଙ୍କ୍ ମାମଲା: ପ୍ରମାଣ ଅଭାବରୁ ଅବଦୁର ରେହମାନ ନିର୍ଦ୍ଦୋଷରେ ଖଲାସ

୨୦୧୯ ଫେବୃୟାରୀ ମାସରେ ସଂସଦରେ ଦାଖଲ ହୋଇଥିବା ଦସ୍ତାବିଜ୍‍ରୁ ଜଣାଯାଏ ଯେ ଓଡ଼ିଶାରେ ୨୦୧୩ରୁ ୨୦୧୯ ମଧ୍ୟରେ ରାଜ୍ୟରେ ଶିଶୁ ଶ୍ରିମକଙ୍କ ବିରୁଦ୍ଧରେ ୪୫୧୭ଟି ମାମାଲା ଦାୟର ହୋଇଥିଲା। ଏସବୁ ତଥ୍ୟକୁ ଭିତ୍ତିକରି ରାଜ୍ୟକୁ ଶିଶୁ ଶ୍ରମିକମୁକ୍ତ କରିବାର ଅଭିଯାନ ରାଜଧାନୀରୁ ଆରମ୍ଭ କରିବାକୁ ଚାଇଲ୍ଡଲାଇନ୍‍ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏ ବାବଦରେ ଚାଇଲ୍ଡଲାଇନ୍‍ର ମୁଖ୍ୟ ବେଣୁଧର ସେନାପତି କହିଛନ୍ତି, ଶିଶୁ ଶ୍ରିମକମୁକ୍ତ ଜୋନ୍‍ କରିବା ପାଇଁ ସ୍ୱତନ୍ତ୍ର ରଣନୀତି କରାଯିବା ଦରକାର।

ଆହୁରି ପଢ଼ନ୍ତୁ: ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର, କଟକ ଏସସିବି ସ୍ଥାନାନ୍ତର

ବର୍ତ୍ତମାନ ସମୟରେ ଶିଶୁ ଶ୍ରିମକ ନିରୋଧ ପାଇଁ ରହିଥିବା ଆଇନ କାନୁନ୍‍ ଉପରେ ସମସ୍ତେ ଅବଗତ ଓ ସଚେତନ ହେବା ଜରୁରୀ। ଏହାସହ ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିବା ପାଇଁ ଏ ସମ୍ପର୍କିତ ମାମଲା ଥାନାରେ ରିପୋର୍ଟ ହେବା ଦରକାର। ଅଭିଭାବକମାନଙ୍କୁ ଏ ବାବଦରେ ବୁଝାଇବା ସହ ଆର୍ଥିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରକୁ ଫେରାଇ ଆଣିବା ପାଇଁ ଆର୍ଥିକ ପ୍ରୋତ୍ସାହନ ଦେବା ଦରକାର। ଏ କ୍ଷେତ୍ରରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କର ଗୁରୁଦାୟିତ୍ୱକୁ ଅଣଦେଖା କରିବା ଉଚିତ ନୁହେଁ।

11 Jun 2022 By The Sakala

ଶିଶୁ ଶ୍ରମିକ ମୁକ୍ତ ଜୋନ୍‍ ହେବ ଭୁବନେଶ୍ୱର

ଭୁବନେଶ୍ୱର : ଶିଶୁ ଶ୍ରମିକମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର। ଏଥିପାଇଁ ରାଜ୍ୟ ସରକାରଙ୍କ ଶିଶୁ ଅଧିକାର ସୁରକ୍ଷା ଆୟୋଗ, କମିସନରେଟ୍‍ ପୁଲିସ ଓ ଚାଇଲ୍ଡଲାଇନ୍‍ ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛନ୍ତି। ଆସନ୍ତା ଦିନରେ ରାଜଧାନୀକୁ ଶିଶୁ ଶ୍ରମିକମୁକ୍ତ କରିବା ପାଇଁ ଏକ କ୍ୟାମ୍ପେନ୍‍ କରାଯିବ। ଯାହାକି ଜୁନ୍‍ ୧୧ ତାରିଖରୁ ଜୁନ୍‍ ୨୦ ତାରିଖ ଯାଏ ଚାଲିବ। ଏ ବାବଦରେ ସର୍ବସାଧାରଣରେ ସଚେତନତା ସୃଷ୍ଟି କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହେବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେବାକୁ ଥିବା ଏହି କ୍ୟାମ୍ପେନ୍‍ରେ ଭୁବନେଶ୍ୱର ଡିସିପି, ଶ୍ରମ କମିଶନର, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦୧୩ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଶିଶୁ ଶ୍ରମିକମାନଙ୍କ ଅବସ୍ଥା ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା। ସେ ସମୟରେ ରାଜ୍ୟରେ ସମୁଦାୟ ୨.୧୫ ଲକ୍ଷ ଶିଶୁ ଶ୍ରିମକ ଥିବା ବେଳେ ଖୋର୍ଦ୍ଧା, କଟକ, ରାଉରକେଲା, ବ୍ରହ୍ମପୁର ଭଳି ବଡ଼ ବଡ଼ ସହରର ସ୍ଥିତି ଉଦ୍‍ବେଗଜନକ ଥିଲା। ସମୁଦାୟ ଶିଶୁ ଶ୍ରମିକ ଭିତରେ ୧ ଲକ୍ଷ ୨୧ ହଜାର ୫୨୬ ଜଣ ପୁଅ ଓ ୯୩ ହଜାର ୬୯୬ ଜଣ ଝିଅ ପିଲା ଥିଲା ବେଳେ ସମସ୍ତଙ୍କ ବୟସ ୫ରୁ ୯ ବର୍ଷ ବୟସର। ସେ ସମୟରେ ଦେଶରେ ୫ରୁ ୯ ବର୍ଷ ବୟସର ଶିଶୁ ଶ୍ରମିକଙ୍କ ସଂଖ୍ୟା ୦.୩% ଥିଲା ବେଳେ ଓଡ଼ିଶାରେ ୦.୫% ଥିଲା। ସେହିପରି ୫ରୁ ୧୪ ବର୍ଷ ବୟସର ଶିଶୁ ଶ୍ରିମକଙ୍କ ସଂଖ୍ୟା ଦେଶରେ ୩.୩% ଥିଲା େବେଳ ଓଡ଼ିଶାରେ ତାହା ୪.୯% ଥିଲା। ଯାହାକି ସମସ୍ତଙ୍କ ପାଇଁ ସେ ସମୟରେ ଚିନ୍ତାର କାରଣ ପାଲଟିଥିଲା।

୨୦୧୯ ଫେବୃୟାରୀ ମାସରେ ସଂସଦରେ ଦାଖଲ ହୋଇଥିବା ଦସ୍ତାବିଜ୍‍ରୁ ଜଣାଯାଏ ଯେ ଓଡ଼ିଶାରେ ୨୦୧୩ରୁ ୨୦୧୯ ମଧ୍ୟରେ ରାଜ୍ୟରେ ଶିଶୁ ଶ୍ରିମକଙ୍କ ବିରୁଦ୍ଧରେ ୪୫୧୭ଟି ମାମାଲା ଦାୟର ହୋଇଥିଲା। ଏସବୁ ତଥ୍ୟକୁ ଭିତ୍ତିକରି ରାଜ୍ୟକୁ ଶିଶୁ ଶ୍ରମିକମୁକ୍ତ କରିବାର ଅଭିଯାନ ରାଜଧାନୀରୁ ଆରମ୍ଭ କରିବାକୁ ଚାଇଲ୍ଡଲାଇନ୍‍ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏ ବାବଦରେ ଚାଇଲ୍ଡଲାଇନ୍‍ର ମୁଖ୍ୟ ବେଣୁଧର ସେନାପତି କହିଛନ୍ତି, ଶିଶୁ ଶ୍ରିମକମୁକ୍ତ ଜୋନ୍‍ କରିବା ପାଇଁ ସ୍ୱତନ୍ତ୍ର ରଣନୀତି କରାଯିବା ଦରକାର।

ବର୍ତ୍ତମାନ ସମୟରେ ଶିଶୁ ଶ୍ରିମକ ନିରୋଧ ପାଇଁ ରହିଥିବା ଆଇନ କାନୁନ୍‍ ଉପରେ ସମସ୍ତେ ଅବଗତ ଓ ସଚେତନ ହେବା ଜରୁରୀ। ଏହାସହ ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିବା ପାଇଁ ଏ ସମ୍ପର୍କିତ ମାମଲା ଥାନାରେ ରିପୋର୍ଟ ହେବା ଦରକାର। ଅଭିଭାବକମାନଙ୍କୁ ଏ ବାବଦରେ ବୁଝାଇବା ସହ ଆର୍ଥିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରକୁ ଫେରାଇ ଆଣିବା ପାଇଁ ଆର୍ଥିକ ପ୍ରୋତ୍ସାହନ ଦେବା ଦରକାର। ଏ କ୍ଷେତ୍ରରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କର ଗୁରୁଦାୟିତ୍ୱକୁ ଅଣଦେଖା କରିବା ଉଚିତ ନୁହେଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର