କୋଭିଡ କଟକଣା: ବନ୍ଦ ହେଲା ୩ଶହ ବର୍ଷର ପୁରୁଣା ରଥଯାତ୍ରା, ବିଧି ରକ୍ଷା ପାଇଁ ଶାଳଗ୍ରାମ ଗଲେ ମାଉସୀମା ମନ୍ଦିର

The Sakala Picture
Published On

ଭଦ୍ରକ: କୋଭିଡ କଟକଣା ଯୋଗୁଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବନ୍ଦ ହୋଇଯାଇଛି ଚଳିତ ବର୍ଷ ରଥଯାତ୍ରା।ମୂଖ୍ୟତଃ ଚାନ୍ଦବାଲି ଓ ଏହାର ଆଖପା ରେ ଥିବା ବହୁ ପୁରୁଣା ମନ୍ଦିର ଓ ମଠରେ ନା ତିଆରି ହୋଇଛି ରଥ ନା ଅଛନ୍ତି କେହି ଭକ୍ତ। ଚାନ୍ଦବାଲିର ବାଲିଗାଁ ନରସିଂହପୁର ଜଗନ୍ନାଥ ମନ୍ଦିର, ବଡ଼ଓସ୍ତିଆ ଗୋପାଳଜୀଉ ମଠ, ବଡ଼ବଜ଼ାର ଜଗନ୍ନାଥ ମନ୍ଦିର, ପାଞ୍ଚପଡା ଜଗନ୍ନାଥ ମନ୍ଦିର, ଉଗ୍ରତରା ନଣ୍ଡା ବାବା ଆଶ୍ରମ ଜଗନ୍ନାଥ ମନ୍ଦିର […]

ଭଦ୍ରକ: କୋଭିଡ କଟକଣା ଯୋଗୁଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବନ୍ଦ ହୋଇଯାଇଛି ଚଳିତ ବର୍ଷ ରଥଯାତ୍ରା।ମୂଖ୍ୟତଃ ଚାନ୍ଦବାଲି ଓ ଏହାର ଆଖପା ରେ ଥିବା ବହୁ ପୁରୁଣା ମନ୍ଦିର ଓ ମଠରେ ନା ତିଆରି ହୋଇଛି ରଥ ନା ଅଛନ୍ତି କେହି ଭକ୍ତ। ଚାନ୍ଦବାଲିର ବାଲିଗାଁ ନରସିଂହପୁର ଜଗନ୍ନାଥ ମନ୍ଦିର, ବଡ଼ଓସ୍ତିଆ ଗୋପାଳଜୀଉ ମଠ, ବଡ଼ବଜ଼ାର ଜଗନ୍ନାଥ ମନ୍ଦିର, ପାଞ୍ଚପଡା ଜଗନ୍ନାଥ ମନ୍ଦିର, ଉଗ୍ରତରା ନଣ୍ଡା ବାବା ଆଶ୍ରମ ଜଗନ୍ନାଥ ମନ୍ଦିର ସମେତ ଅନେକ ମଠ ମନ୍ଦିରର ବଡ଼ଦାଣ୍ଡ ଭକ୍ତ ଶୂନ୍ୟ ପାଲଟିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସବୁଠାରୁ ପୁରୁଣା ଠାକୁର ବୋଲି ଅନୁମାନ କରାଯାଉଥିବା ବଡ଼ଓସ୍ତିଆ ପଞ୍ଚାୟତ ପଣସପଡ଼ା ଗ୍ରାମର ପ୍ରଭୁ ଜଗନ୍ନାଥଙ୍କ ରଥ ପ୍ରାୟ ତିନି ଶହ ବର୍ଷ ପରେ ବନ୍ଦ ରହିଛି। ଦୁଇ ବର୍ଷ ଧରି ରଥ ଉପରକୁ ଉଠି ନାହାନ୍ତି ତିନି ଠାକୁର। କେବଳ ବିଧି ରକ୍ଷା ପାଇଁ ରଥଯାତ୍ରା ଦିନ କୋଭିଡ ନିୟମ ପାଳନ କରି ଶାଳଗ୍ରାମ ଓ ହେରା ପଞ୍ଚମୀରେ ମା ଲକ୍ଷ୍ମୀ ମାଉସୀମା ମନ୍ଦିର ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

ତିନି ଶହ ବର୍ଷ ମଧ୍ୟରେ ରଥଯାତ୍ରା ସମୟରେ ଅନେକ ପ୍ରାକୃତିକ ଦୁର୍ବିପାକ ଆସିଥିଲେ ମଧ୍ୟ କେବେ ରଥଯାତ୍ରା ବନ୍ଦ ହୋଇନାହିଁ। ଏକଦା ଓଡ଼ିଶାକୁ ଆସିଥିବା ଭୟଙ୍କର ବନ୍ୟାରେ ଗାଁଗଣ୍ଡା ଓ ରାସ୍ତା ଘାଟ ଜଳମଗ୍ନ ହୋଇଯାଇଥିଲା ହେଲେ ବନ୍ଦ ହୋଇନଥିଲା ଏହି ସର୍ବପୁରାତନ ଠାକୁରଙ୍କ ଗୁଣ୍ଡିଚା ଯାତ୍ରା। ତିନି ଠାକୁରଙ୍କୁ ତିନୋଟି ଅଲଗା ଅଲଗା ଡଙ୍ଗାରେ ବସାଇ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ। ହେଲେ ମହାମାରୀ କରୋନା ଯୋଗୁଁ ଦିଅଁ ରଥରେ ମଧ୍ୟ ବସି ପାରୁ ନାହାଁନ୍ତି ବୋଲି ସୁଦୂର ଲଣ୍ଡନରୁ ପ୍ରତି ବର୍ଷ ପରି ଏବର୍ଷ ଆସିଥିବା ମନ୍ଦିର ପରିଚାଳନା ପରିବାରର ସଦସ୍ୟ ଦେବବ୍ରତ ସାହୁ ଦୁଃଖର ସହ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ମାଉସୀ ମା ମନ୍ଦିର ନିକଟରେ ସାତ ଦିନ ଧରି ଯଜ୍ଞ, ମେଳା ଓ ଯାତ୍ରା ସହିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରମ ମଧ୍ୟ ୨ ବର୍ଷ ଧରି ବନ୍ଦ ରହିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

12 Jul 2021 By The Sakala

କୋଭିଡ କଟକଣା: ବନ୍ଦ ହେଲା ୩ଶହ ବର୍ଷର ପୁରୁଣା ରଥଯାତ୍ରା, ବିଧି ରକ୍ଷା ପାଇଁ ଶାଳଗ୍ରାମ ଗଲେ ମାଉସୀମା ମନ୍ଦିର

ଭଦ୍ରକ: କୋଭିଡ କଟକଣା ଯୋଗୁଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବନ୍ଦ ହୋଇଯାଇଛି ଚଳିତ ବର୍ଷ ରଥଯାତ୍ରା।ମୂଖ୍ୟତଃ ଚାନ୍ଦବାଲି ଓ ଏହାର ଆଖପା ରେ ଥିବା ବହୁ ପୁରୁଣା ମନ୍ଦିର ଓ ମଠରେ ନା ତିଆରି ହୋଇଛି ରଥ ନା ଅଛନ୍ତି କେହି ଭକ୍ତ। ଚାନ୍ଦବାଲିର ବାଲିଗାଁ ନରସିଂହପୁର ଜଗନ୍ନାଥ ମନ୍ଦିର, ବଡ଼ଓସ୍ତିଆ ଗୋପାଳଜୀଉ ମଠ, ବଡ଼ବଜ଼ାର ଜଗନ୍ନାଥ ମନ୍ଦିର, ପାଞ୍ଚପଡା ଜଗନ୍ନାଥ ମନ୍ଦିର, ଉଗ୍ରତରା ନଣ୍ଡା ବାବା ଆଶ୍ରମ ଜଗନ୍ନାଥ ମନ୍ଦିର ସମେତ ଅନେକ ମଠ ମନ୍ଦିରର ବଡ଼ଦାଣ୍ଡ ଭକ୍ତ ଶୂନ୍ୟ ପାଲଟିଛି।

ସବୁଠାରୁ ପୁରୁଣା ଠାକୁର ବୋଲି ଅନୁମାନ କରାଯାଉଥିବା ବଡ଼ଓସ୍ତିଆ ପଞ୍ଚାୟତ ପଣସପଡ଼ା ଗ୍ରାମର ପ୍ରଭୁ ଜଗନ୍ନାଥଙ୍କ ରଥ ପ୍ରାୟ ତିନି ଶହ ବର୍ଷ ପରେ ବନ୍ଦ ରହିଛି। ଦୁଇ ବର୍ଷ ଧରି ରଥ ଉପରକୁ ଉଠି ନାହାନ୍ତି ତିନି ଠାକୁର। କେବଳ ବିଧି ରକ୍ଷା ପାଇଁ ରଥଯାତ୍ରା ଦିନ କୋଭିଡ ନିୟମ ପାଳନ କରି ଶାଳଗ୍ରାମ ଓ ହେରା ପଞ୍ଚମୀରେ ମା ଲକ୍ଷ୍ମୀ ମାଉସୀମା ମନ୍ଦିର ଯାଉଛନ୍ତି।

ତିନି ଶହ ବର୍ଷ ମଧ୍ୟରେ ରଥଯାତ୍ରା ସମୟରେ ଅନେକ ପ୍ରାକୃତିକ ଦୁର୍ବିପାକ ଆସିଥିଲେ ମଧ୍ୟ କେବେ ରଥଯାତ୍ରା ବନ୍ଦ ହୋଇନାହିଁ। ଏକଦା ଓଡ଼ିଶାକୁ ଆସିଥିବା ଭୟଙ୍କର ବନ୍ୟାରେ ଗାଁଗଣ୍ଡା ଓ ରାସ୍ତା ଘାଟ ଜଳମଗ୍ନ ହୋଇଯାଇଥିଲା ହେଲେ ବନ୍ଦ ହୋଇନଥିଲା ଏହି ସର୍ବପୁରାତନ ଠାକୁରଙ୍କ ଗୁଣ୍ଡିଚା ଯାତ୍ରା। ତିନି ଠାକୁରଙ୍କୁ ତିନୋଟି ଅଲଗା ଅଲଗା ଡଙ୍ଗାରେ ବସାଇ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ। ହେଲେ ମହାମାରୀ କରୋନା ଯୋଗୁଁ ଦିଅଁ ରଥରେ ମଧ୍ୟ ବସି ପାରୁ ନାହାଁନ୍ତି ବୋଲି ସୁଦୂର ଲଣ୍ଡନରୁ ପ୍ରତି ବର୍ଷ ପରି ଏବର୍ଷ ଆସିଥିବା ମନ୍ଦିର ପରିଚାଳନା ପରିବାରର ସଦସ୍ୟ ଦେବବ୍ରତ ସାହୁ ଦୁଃଖର ସହ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ମାଉସୀ ମା ମନ୍ଦିର ନିକଟରେ ସାତ ଦିନ ଧରି ଯଜ୍ଞ, ମେଳା ଓ ଯାତ୍ରା ସହିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରମ ମଧ୍ୟ ୨ ବର୍ଷ ଧରି ବନ୍ଦ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର