ପୁଣି ଷୋଳମପୁର ଗାଁରୁ ବିରଳ ବୁଦ୍ଧମୂର୍ତ୍ତି ଉଦ୍ଧାର

The Sakala Picture
Published On

ବାରିକପୁର: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ଗାଁରୁ କ୍ରମାଗତ ଭାବେ ବୁଦ୍ଧମୂର୍ତ୍ତି ଉଦ୍ଧାର ହେବାରେ ଲାଗିଛି। ଏହି କ୍ରମରେ ରବିବାର ବିରଳ ବୌଦ୍ଧମୂର୍ତ୍ତି ଉଦ୍ଧାର ହୋଇଛି। ବୌଦ୍ଧବିହାର ଟ୍ରଷ୍ଟି କମଳାକାନ୍ତ ନାୟକଙ୍କ ଗୃହ ନିର୍ମାଣ ପାଇଁ ମାଟି ଖୋଳା ଯାଉଥିବା ବେଳେ ଜେସିବି ମେସିନ ଦ୍ୱାରା ପ୍ରାୟ ୬ ଫୁଟ ଗଭୀରରୁ ୪ ମୂର୍ତ୍ତି ଖୋଦେଇ ହୋଇଥିବା ଏକ ପ୍ରାଚୀନ ପ୍ରସ୍ତର ଉଦ୍ଧାର ହୋଇଥିଲା। ପ୍ରାୟ ଦେଢ ଫୁଟ ଚଉଡା ଓ ଅଢେଇ ଫୁଟ ଲମ୍ବର ଖଣ୍ଡୋଲାଇଟ […]

ବାରିକପୁର: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ଗାଁରୁ କ୍ରମାଗତ ଭାବେ ବୁଦ୍ଧମୂର୍ତ୍ତି ଉଦ୍ଧାର ହେବାରେ ଲାଗିଛି। ଏହି କ୍ରମରେ ରବିବାର ବିରଳ ବୌଦ୍ଧମୂର୍ତ୍ତି ଉଦ୍ଧାର ହୋଇଛି। ବୌଦ୍ଧବିହାର ଟ୍ରଷ୍ଟି କମଳାକାନ୍ତ ନାୟକଙ୍କ ଗୃହ ନିର୍ମାଣ ପାଇଁ ମାଟି ଖୋଳା ଯାଉଥିବା ବେଳେ ଜେସିବି ମେସିନ ଦ୍ୱାରା ପ୍ରାୟ ୬ ଫୁଟ ଗଭୀରରୁ ୪ ମୂର୍ତ୍ତି ଖୋଦେଇ ହୋଇଥିବା ଏକ ପ୍ରାଚୀନ ପ୍ରସ୍ତର ଉଦ୍ଧାର ହୋଇଥିଲା। ପ୍ରାୟ ଦେଢ ଫୁଟ ଚଉଡା ଓ ଅଢେଇ ଫୁଟ ଲମ୍ବର ଖଣ୍ଡୋଲାଇଟ ପଥରରେ ୪ଟି ପ୍ରତିମା ଖୋଦେଇ ହୋଇଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସ୍ଥାନୀୟ ଗବେଷକ ବିଶ୍ୱମ୍ଭର ରାଉତ ବିଶେଷଜ୍ଞ ଡକ୍ଟର ଏକାଦଶୀ ପାଢୀ ଓ ଦକ୍ଷିଣପୂର୍ବ ଏସିଆ ଉତ୍କଳୀୟ ନୌବାଣିଜ୍ୟ ସଂସ୍ଥା ନିର୍ଦ୍ଦେଶକ ଡକ୍ଟର ସୁନିଲ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ମୂର୍ତ୍ତି ଅଷ୍ଟମ ବା ନବମ ଶତାଦ୍ଦୀର ବୁଦ୍ଧକଳାକୃତୀ ଓ ବୌଦ୍ଧବିହାର ସମ୍ମୁଖ ପ୍ରାଚୀରରେ ବ୍ୟବହୃତ ପ୍ରସ୍ତର ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ।

ଆହୁରି ପଢ଼ନ୍ତୁ: ପୁଲିସ ପେଟ୍ରୋଲିଂ ବେଳେ ଧରାପଡ଼ିଲେ ୩ ବ୍ରାଉନସୁଗର ବେପାରୀ

ମୂର୍ତ୍ତିଟି ବୁଦ୍ଧଙ୍କ ଜୀବନ କାହାଣୀ ବର୍ଣ୍ଣନା ସମ୍ପର୍କରେ ସୂଚନା ପ୍ରଦାନକାରୀ ଅଟେ। ପ୍ରସ୍ତରେ ଥିବା ଡାହାଣ ପାଶ୍ୱର୍ର ମୂର୍ତ୍ତି ବୋଧିସତ୍ତ୍ୱଙ୍କ ଅଙ୍ଗରକ୍ଷକ ‘ଚଣ୍ଡକ’ ଘୋଡାରେ ସବାର ହୋଇ ପଥ ପ୍ରଦର୍ଶନ କରୁଥିବା ବେଳେ ଦ୍ୱିତୀୟ ମୂର୍ତ୍ତି ସ୍ୱୟଂ ବୋଧିସତ୍ତ୍ୱ ଅଟନ୍ତି। ରାଜପୁତ୍ର ସିଦ୍ଧାର୍ଥ ବା ବୋଧିସତ୍ତ୍ୱ ବରଦା ମୁଦ୍ରାରେ ରହିଥିବା ୨ୟ ମୂର୍ତ୍ତିରେ ସ୍ପଷ୍ଟ ହୋଇଛି। ତୃତୀୟ ମୂର୍ତ୍ତି ବୋଧିସତ୍ତ୍ୱଙ୍କ ଅନୁଗାମୀ ‘ଆନନ୍ଦ’ ଭିକ୍ଷାପାତ୍ର ଧରିଥିବା ଚିତ୍ର ଖୋଦେଇ ହୋଇଛି। ଚତୁର୍ଥ ମୂର୍ତ୍ତି ବୌଦ୍ଧଦେବୀ ‘ଅବଲୋକିତଶ୍ୱର ପଦ୍ମାପାଣି’ ଅଟେ। ଏହି ମୂର୍ତ୍ତିରେ ବାମ ହାତରେ ପଦ୍ମଫୁଲ ଓ ଡାହାଣ ହାତରେ ଦଣ୍ଡ ଶୋଭାପାଉଛି। ଏଭଳି ମୂର୍ତ୍ତି ସମଗ୍ର ଓଡ଼ିଶାରେ ବିରଳ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏହି ପ୍ରସ୍ତର ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇ ବୌଦ୍ଧବିହାର କାନ୍ଥରେ ଶୋଭାପାଉଥିଲା ବୋଲି ମଧ୍ୟ ମତପ୍ରକାଶ ପାଇଛି। ଏ ସମ୍ପର୍କୀୟ ମତକୁ ଅବସରପ୍ରାପ୍ତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଅବସରପ୍ରାପ୍ତ ନିର୍ଦ୍ଦେଶକ ଡକ୍ଟର ଅଶୋକ କୁମାର ପଟେଲ ଫୋନ ଯୋଗେ ସମର୍ଥନ କରିବା ସହ ଏହି ବିରଳ କଳାକୃତୀ ସମ୍ପର୍କରେ ବିସ୍ତୃତ ଅନୁଧ୍ୟାନ କରାଯାଇ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି। ମାଟିତଳୁ କ୍ରମାଗତ ଭାବେ ବୁଦ୍ଧମୂର୍ତ୍ତି ଉଦ୍ଧାର ହେଉଥିବାରୁ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ରେବ ନଦୀ କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

05 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର