ଘର ଭାଙ୍ଗିବାବେଳେ କାନ୍ଥ ପଡ଼ି ଜଣେ ମୃତ, ଅନ୍ୟ ଜଣେ ଗୁରୁତର

The Sakala Picture
Published On

ଭଦ୍ରକ: ପୁରୁଣା ଇଟା କାନ୍ଥ ଭାଙ୍ଗୁଥିବାବେଳେ ଏହା ଖସିପଡିବାରୁ ଏଥିରେ ଚାପିହୋଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି । ଆଗରପଡ଼ା ଥାନା ଅଧୀନ ଟିକିରା ଗାଁର ଜନୈକ ବ୍ୟକ୍ତିଙ୍କ ଏକ ପୁରୁଣା ମାଟି ଇଟାକାନ୍ଥ ଘର ଭାଙ୍ଗିବା ପାଇଁ ସେହି ଗାଁର ଅନନ୍ତ ଚରଣ ସାହୁ (୬୨)ଏବଂ ନିରୋଧ ଦାସ(୫୨) ଦୁହେଁ ମିଶି ଇଟା କାନ୍ଥକୁ ଭାଙ୍ଗୁଥିବା ସମୟରେ ହଠାତ୍ […]

ଭଦ୍ରକ: ପୁରୁଣା ଇଟା କାନ୍ଥ ଭାଙ୍ଗୁଥିବାବେଳେ ଏହା ଖସିପଡିବାରୁ ଏଥିରେ ଚାପିହୋଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି । ଆଗରପଡ଼ା ଥାନା ଅଧୀନ ଟିକିରା ଗାଁର ଜନୈକ ବ୍ୟକ୍ତିଙ୍କ ଏକ ପୁରୁଣା ମାଟି ଇଟାକାନ୍ଥ ଘର ଭାଙ୍ଗିବା ପାଇଁ ସେହି ଗାଁର ଅନନ୍ତ ଚରଣ ସାହୁ (୬୨)ଏବଂ ନିରୋଧ ଦାସ(୫୨) ଦୁହେଁ ମିଶି ଇଟା କାନ୍ଥକୁ ଭାଙ୍ଗୁଥିବା ସମୟରେ ହଠାତ୍ କାନ୍ଥଟି ଉଭୟଙ୍କ ଉପରେ ପଡ଼ିଯିବାରୁ ଅନନ୍ତ ତଳେ ଚାପି ହୋଇଯାଇଥିଲେ ଓ ନିରୋଧ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ଅନନ୍ତ ସାହୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟ ଜଣେ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି । ତାଙ୍କର ଅଣ୍ଟା ଓ ପାଦରେ ଗଭୀର ଆଘାତ ଲାଗିଛି ।

ଆହୁରି ପଢ଼ନ୍ତୁ: ପୁଲିସରେ ଅଭିଯୋଗ କଲେ ବୋଲି ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡ଼ିତାଙ୍କୁ କଙ୍ଗାରୁ କୋର୍ଟରେ ବାସନ୍ଦ

28 May 2023 By The Sakala

ଘର ଭାଙ୍ଗିବାବେଳେ କାନ୍ଥ ପଡ଼ି ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଭଦ୍ରକ: ପୁରୁଣା ଇଟା କାନ୍ଥ ଭାଙ୍ଗୁଥିବାବେଳେ ଏହା ଖସିପଡିବାରୁ ଏଥିରେ ଚାପିହୋଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି । ଆଗରପଡ଼ା ଥାନା ଅଧୀନ ଟିକିରା ଗାଁର ଜନୈକ ବ୍ୟକ୍ତିଙ୍କ ଏକ ପୁରୁଣା ମାଟି ଇଟାକାନ୍ଥ ଘର ଭାଙ୍ଗିବା ପାଇଁ ସେହି ଗାଁର ଅନନ୍ତ ଚରଣ ସାହୁ (୬୨)ଏବଂ ନିରୋଧ ଦାସ(୫୨) ଦୁହେଁ ମିଶି ଇଟା କାନ୍ଥକୁ ଭାଙ୍ଗୁଥିବା ସମୟରେ ହଠାତ୍ କାନ୍ଥଟି ଉଭୟଙ୍କ ଉପରେ ପଡ଼ିଯିବାରୁ ଅନନ୍ତ ତଳେ ଚାପି ହୋଇଯାଇଥିଲେ ଓ ନିରୋଧ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ଅନନ୍ତ ସାହୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟ ଜଣେ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି । ତାଙ୍କର ଅଣ୍ଟା ଓ ପାଦରେ ଗଭୀର ଆଘାତ ଲାଗିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର