ମନୋରଞ୍ଜନ
ଓଡ଼ିଶା
ଗାଁରେ ମାଙ୍କଡ଼ ଆତଙ୍କ: ୧୦ ଦିନରେ ୫ଗୁରୁତର, ନିରବ ଦ୍ରଷ୍ଟା ସାଜିଛି ବନବିଭାଗ
ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନସ୍ଥ ତାଳପଦା ଗାଁରେ ଏବେ ମାଙ୍କଡ଼ ଆତଙ୍କ ସୃଷ୍ଟି କରିଛି। ଦୀର୍ଘ ବର୍ଷ ହେବ ମାଙ୍କଡ଼ ଚାଷୀଙ୍କ ଫସଲ ଓ ଚାଳ ଘର ନଷ୍ଟ କରୁଥିବା ବେଳେ ଗତ ୧୦ଦିନ ହେବ ଲୋକଙ୍କୁ କେତେକ ମାଙ୍କଡ଼ ଗୋଡ଼ାଇ ଗୋଡ଼ାଇ କାମୁଡି ଲହୁ ଲୁହାଣ କରିଛି। ଆଜି ଗାଁର ଜଣେ ୬୪ବର୍ଷର ବୃଦ୍ଧଙ୍କ ଗୋଡକୁ ଆକ୍ରମଣ କରି ଗୁରୁତର କରିଛି। ଉକ୍ତ ବୃଦ୍ଧ ଜଣଙ୍କ ହେଲେ କୁଟିଆ ଜେନା। ସେ ଏବେ […]
ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନସ୍ଥ ତାଳପଦା ଗାଁରେ ଏବେ ମାଙ୍କଡ଼ ଆତଙ୍କ ସୃଷ୍ଟି କରିଛି। ଦୀର୍ଘ ବର୍ଷ ହେବ ମାଙ୍କଡ଼ ଚାଷୀଙ୍କ ଫସଲ ଓ ଚାଳ ଘର ନଷ୍ଟ କରୁଥିବା ବେଳେ ଗତ ୧୦ଦିନ ହେବ ଲୋକଙ୍କୁ କେତେକ ମାଙ୍କଡ଼ ଗୋଡ଼ାଇ ଗୋଡ଼ାଇ କାମୁଡି ଲହୁ ଲୁହାଣ କରିଛି। ଆଜି ଗାଁର ଜଣେ ୬୪ବର୍ଷର ବୃଦ୍ଧଙ୍କ ଗୋଡକୁ ଆକ୍ରମଣ କରି ଗୁରୁତର କରିଛି। ଉକ୍ତ ବୃଦ୍ଧ ଜଣଙ୍କ ହେଲେ କୁଟିଆ ଜେନା। ସେ ଏବେ ଜିଲ୍ଲା ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ ମାଙ୍କଡ଼ କାମୁଡ଼ାରେ ପ୍ରମିଳା ସାହୁ(୩୫), ଜୟନ୍ତୀ ସାହୁ (୨୬) ସମେତ ୫ବର୍ଷର ଶିଶୁ କନ୍ୟା ଓ ଜଣେ ୭ବର୍ଷର ଶିଶୁପୁତ୍ର ଗୁରତାର ହୋଇଛନ୍ତି । ଆଜି ଚାନ୍ଦବାଲିରୁ ୪ଜଣ ଜଙ୍ଗଲ ବିଭାଗ କର୍ମଚାରୀ ଆସି ତାଳପଦା ଗାଁରେ ପହଞ୍ଚି ପଞ୍ଜରା ଆଣି ମାଙ୍କଡ଼ ଧରିବାକୁ କହି ଫେରିଛନ୍ତି । ତେବେ ଗାଁ ଲୋକେ ଜଙ୍ଗଲ ବିଭାଗ କାର୍ଯ୍ୟଧାରରେ ଅସନ୍ତୋଷ ପ୍ରକାଶ କରିଛନ୍ତି।






