ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଗୁରୁତର, ନାକେଦମ ହେଲା ପୁଲିସ

The Sakala Picture
Published On

ଭଦ୍ରକ: ଭଦ୍ରକରେ ଦୁଇ  କିନ୍ନର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ରାତି ଅଧରେ ହୋଟେଲରେ ପଶି ମାରପିଟ ହେବସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏହି ଆକ୍ରମଣରେ ଦୁଇ ଗୋଷ୍ଠୀର ୫ ଜଣ ଗୁରୁତର ହୋଇଛନ୍ତି । ଘଟଣାକୁ ନେଇ ପୁଲିସକୁ ନାକେଦମ ହେବାକୁ ପଡ଼ିଛି । ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଗୋଟିଏ ଗୋଷ୍ଠୀର କିନ୍ନରମାନେ ଅନ୍ୟ କେତେକ କିନ୍ନରଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଅପହରଣ ନେଇ ଭଦ୍ରକ ଟାଉନ୍ ଥାନାରେ ଗୋଟିଏ […]

ଭଦ୍ରକ: ଭଦ୍ରକରେ ଦୁଇ  କିନ୍ନର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ରାତି ଅଧରେ ହୋଟେଲରେ ପଶି ମାରପିଟ ହେବସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏହି ଆକ୍ରମଣରେ ଦୁଇ ଗୋଷ୍ଠୀର ୫ ଜଣ ଗୁରୁତର ହୋଇଛନ୍ତି । ଘଟଣାକୁ ନେଇ ପୁଲିସକୁ ନାକେଦମ ହେବାକୁ ପଡ଼ିଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଗୋଟିଏ ଗୋଷ୍ଠୀର କିନ୍ନରମାନେ ଅନ୍ୟ କେତେକ କିନ୍ନରଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଅପହରଣ ନେଇ ଭଦ୍ରକ ଟାଉନ୍ ଥାନାରେ ଗୋଟିଏ ଗୋଷ୍ଠୀ ଏତଲା ଦେବା ପରେ ପୋଲିସ ୪ ଜଣ କିନ୍ନରଙ୍କୁ ଥାନାରେ ଅଟକ ରଖିଥିଲା । ଯାହାକୁ ଅପର ଗୋଷ୍ଠୀର କିନ୍ନରମାନେ ବିରୋଧ କରିଥିଲେ ।

ଆହୁରି ପଢ଼ନ୍ତୁ: ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡି ନବନ ଶ୍ରେଣୀ ଛାତ୍ର ମୃତ

ତେବେ ଏହି ମାମଲାର ସମାଧାନ ପାଇଁ ଟାଉନ ଥାନାରେ ଗୋଟିଏ ପକ୍ଷ ରାଜି ହୋଇଥିବା ବେଳେ, ଆଉ ଏକ ଗୋଷ୍ଠୀ ହୋଟେଲକୁ ଯାଇ ଅନ୍ୟମାନଙ୍କୁ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଆକ୍ରମଣରେ ଉଭୟ ଗୋଷ୍ଠୀର ୫ ଜଣ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକ ପୁଲିସ ହୋଟେଲରେ ପହଞ୍ଚି କିନ୍ନରଙ୍କୁ ଘଉଡ଼ାଇବା ପାଇଁ ଫ୍ଲାଗମାର୍ଚ୍ଚ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର