ବଢୁଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ଯ: ଗୁଳିମାଡ଼ କରି ମେଡ଼ିସିନ ଦୋକାନରୁ ଲୁଟ୍

The Sakala Picture
Published On

ଭଦ୍ରକ: ଦିନକୁ ଦିନ ବିଗିଡୁଛି ଆଇନ ଶୃଙ୍ଖଳା। ଗତ ୨ଦିନ ତଳେ ସହରାଞ୍ଚଳ ଅଧିନ ପୁରୁଣା ବଜାର ଥାନାକୁ ଲାଗି ରହିଥିବା ଶିବ ମନ୍ଦିର କଦମ୍ବେଶ୍ୱରରୁ ଲୁଟେରା ମାନେ କଳାକନା ବୁଲାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ କରି ମେଡ଼ିସିନ ଦୋକାନରୁ ଲୁଟ । ଆରଡ଼ି ଛକ ନିକଟ ମାନବଜ୍ୟୋତି ମେଡ଼ିସିନ ଷ୍ଟୋରରୁ ହୋଇଛି ଲୁଟ । ୩ ମୋବାଇଲ ସହ ଦୃବୁର୍ତ୍ତମାନେ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି […]

ଭଦ୍ରକ: ଦିନକୁ ଦିନ ବିଗିଡୁଛି ଆଇନ ଶୃଙ୍ଖଳା। ଗତ ୨ଦିନ ତଳେ ସହରାଞ୍ଚଳ ଅଧିନ ପୁରୁଣା ବଜାର ଥାନାକୁ ଲାଗି ରହିଥିବା ଶିବ ମନ୍ଦିର କଦମ୍ବେଶ୍ୱରରୁ ଲୁଟେରା ମାନେ କଳାକନା ବୁଲାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ କରି ମେଡ଼ିସିନ ଦୋକାନରୁ ଲୁଟ । ଆରଡ଼ି ଛକ ନିକଟ ମାନବଜ୍ୟୋତି ମେଡ଼ିସିନ ଷ୍ଟୋରରୁ ହୋଇଛି ଲୁଟ । ୩ ମୋବାଇଲ ସହ ଦୃବୁର୍ତ୍ତମାନେ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ସୂଚନା ଅନୁଯାୟୀ, ଗତକାଲି ରାତିରେ ଆରଡ଼ି ଛକ ନିକଟରେ ମେଡ଼ିସିନ ଦୋକାନ ଖୋଲାଥିବା ବେଳେ, କିଛି ଦୃବୁର୍ତ୍ତ ବାଇକ ଯୋଗେ ଆସି ଦୋକାନୀଙ୍କ ଉପରେ ଗୁଳି ଚାଳନା କରିଥିଲେ। ସୌଭାଗ୍ୟବଶତଃ ଗୁଳିଟି କାହା ଦେହରେ ନ ବାଜି ଦୋକାନରେ ବାଜିଥିଲା । ଗୁଳି ଶବ୍ଦ ଶୁଣି ଦୋକାନୀଙ୍କ ସମେତ ଅନ୍ୟ ପାଖ ଲୋକମାନେ ଭୟରେ ଦୌଡ଼ି ପଳାଇଥିଲେ । ଏହି ସୁଯୋଗରେ ଦୃବୁର୍ତ୍ତମାନେ ମେଡ଼ିସିନ ଦୋକାନରୁ ମୋବାଇଲ ସହ କିଛି ଟଙ୍କା ଲୁଟ କରି ପଳାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, କେଉଁମାନେ ଏହି ଲୁଟରେ ସମ୍ପୃକ୍ତ ଅଛନ୍ତି ସେନେଇ ଅନୁସନ୍ଧାନ ଚଳାଇଛି ପୁଲିସ। ଦୁଇଟି ବାଇକ ଯୋଗେ ୬ ରୁ ଉର୍ଦ୍ଧ୍ୱ ଦୃବୁର୍ତ୍ତ ଆସିବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି। ଭଦ୍ରକ ସହର ଠାରୁ ମାତ୍ର ଅନତି ଦୂରରେ ଥିବା ଜନଗହଳିପୂର୍ଣ୍ଣ ଆରଡ଼ି ଛକରେ ଏଭଳି ଗୁଳିକାଣ୍ଡ କରି ଲୁଟ ଘଟଣାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

11 Nov 2021 By The Sakala

ବଢୁଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ଯ: ଗୁଳିମାଡ଼ କରି ମେଡ଼ିସିନ ଦୋକାନରୁ ଲୁଟ୍

ଭଦ୍ରକ: ଦିନକୁ ଦିନ ବିଗିଡୁଛି ଆଇନ ଶୃଙ୍ଖଳା। ଗତ ୨ଦିନ ତଳେ ସହରାଞ୍ଚଳ ଅଧିନ ପୁରୁଣା ବଜାର ଥାନାକୁ ଲାଗି ରହିଥିବା ଶିବ ମନ୍ଦିର କଦମ୍ବେଶ୍ୱରରୁ ଲୁଟେରା ମାନେ କଳାକନା ବୁଲାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ କରି ମେଡ଼ିସିନ ଦୋକାନରୁ ଲୁଟ । ଆରଡ଼ି ଛକ ନିକଟ ମାନବଜ୍ୟୋତି ମେଡ଼ିସିନ ଷ୍ଟୋରରୁ ହୋଇଛି ଲୁଟ । ୩ ମୋବାଇଲ ସହ ଦୃବୁର୍ତ୍ତମାନେ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଆରଡ଼ି ଛକ ନିକଟରେ ମେଡ଼ିସିନ ଦୋକାନ ଖୋଲାଥିବା ବେଳେ, କିଛି ଦୃବୁର୍ତ୍ତ ବାଇକ ଯୋଗେ ଆସି ଦୋକାନୀଙ୍କ ଉପରେ ଗୁଳି ଚାଳନା କରିଥିଲେ। ସୌଭାଗ୍ୟବଶତଃ ଗୁଳିଟି କାହା ଦେହରେ ନ ବାଜି ଦୋକାନରେ ବାଜିଥିଲା । ଗୁଳି ଶବ୍ଦ ଶୁଣି ଦୋକାନୀଙ୍କ ସମେତ ଅନ୍ୟ ପାଖ ଲୋକମାନେ ଭୟରେ ଦୌଡ଼ି ପଳାଇଥିଲେ । ଏହି ସୁଯୋଗରେ ଦୃବୁର୍ତ୍ତମାନେ ମେଡ଼ିସିନ ଦୋକାନରୁ ମୋବାଇଲ ସହ କିଛି ଟଙ୍କା ଲୁଟ କରି ପଳାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, କେଉଁମାନେ ଏହି ଲୁଟରେ ସମ୍ପୃକ୍ତ ଅଛନ୍ତି ସେନେଇ ଅନୁସନ୍ଧାନ ଚଳାଇଛି ପୁଲିସ। ଦୁଇଟି ବାଇକ ଯୋଗେ ୬ ରୁ ଉର୍ଦ୍ଧ୍ୱ ଦୃବୁର୍ତ୍ତ ଆସିବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି। ଭଦ୍ରକ ସହର ଠାରୁ ମାତ୍ର ଅନତି ଦୂରରେ ଥିବା ଜନଗହଳିପୂର୍ଣ୍ଣ ଆରଡ଼ି ଛକରେ ଏଭଳି ଗୁଳିକାଣ୍ଡ କରି ଲୁଟ ଘଟଣାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

https://www.thesakala.in/latest-odisha-news/bhadrak/loot-from-a-medicine-store/article-6759
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର