ଘରୋଇ ମେସରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭଦ୍ରକ: ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଜଣେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ମୃତଦେହ ।ଭଦ୍ରକ ଟାଉନ ଥାନା ଅଧିନସ୍ଥ ଜଗନ୍ନାଥପୁର ଅଞ୍ଚଳରେ ଘଟିଛି ଏପରି ଅଘଟଣ । ଏକ ଘରୋଇ ମେସରେ ବନ୍ଦ କୋଠରୀ ଭିତରୁ ଫ୍ୟାନରେ ଓଢଣୀରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଭଦ୍ରକ ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୁଚନା ଅନୁସାରେ, ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ସାହାଡ଼ା ହରିପୁର ଅଞ୍ଚଳର ପୂଜାରାଣୀ ମଲ୍ଲିକ […]
ଭଦ୍ରକ: ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଜଣେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ମୃତଦେହ ।ଭଦ୍ରକ ଟାଉନ ଥାନା ଅଧିନସ୍ଥ ଜଗନ୍ନାଥପୁର ଅଞ୍ଚଳରେ ଘଟିଛି ଏପରି ଅଘଟଣ । ଏକ ଘରୋଇ ମେସରେ ବନ୍ଦ କୋଠରୀ ଭିତରୁ ଫ୍ୟାନରେ ଓଢଣୀରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଭଦ୍ରକ ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୁଚନା ଅନୁସାରେ, ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ସାହାଡ଼ା ହରିପୁର ଅଞ୍ଚଳର ପୂଜାରାଣୀ ମଲ୍ଲିକ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରୀ । ସେ ଭଦ୍ରକ ମହିଳା ମହାବିଦ୍ୟାଳୟରେ ପାଠ ପଢୁଥିଲେ । ଗତ ଏକ ମାସ ହେବ ସେ ଜଗନ୍ନାଥପୁରର ଏକ ଘରୋଇ ମେସରେ ଭଡାରେ ରହି ଆସୁଥିଲେ। ତେବେ ସୋମବାର କୌଣସି କାରଣବଶତଃ ନିଜ ରୁମରେ ଭିତର ପଟୁ କବାଟ ଦେଇ ନିଜ ଓଢଣୀ ସାହାଯ୍ୟରେ ଫାଶୀ ଲଗାଇ ଦେଇଥିଲେ । ମେସ ମାଲିକ ଏ ନେଇ ଟାଉନ ପୋଲିସକୁ ଖବର ଦେବା ସହ ତାଙ୍କ ପରିବାରକୁ ଖବର ଦେଇଥିଲେ। ଟାଉନ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରିବା ସହ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି। ତେବେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ଜଣେ ଯୁବକ ପ୍ରେମ ନିବେଦନ କରିବା ସହ ହଇରାଣ ହରକତ କରୁଥିଲେ । ତେଣୁ ଯୁବତୀ ଆତ୍ମହତ୍ୟା କରିଥିବା ସେମାନେ କହିଛନ୍ତି ।