ନିଟ୍ ପରୀକ୍ଷାରେ ଖରାପ ରେଜଲ୍ଟ ଆଶଙ୍କା କରି ଝୁଲିପଡିଲେ ଛାତ୍ର

Madhusudan Das Picture
Published On

ଭଦ୍ରକ: ରେଜଲ୍ଟ ଭଲ ନ ହେବା ଆଶଙ୍କାରେ ପରୀକ୍ଷାର୍ଥୀଙ୍କ ଚରମ ପଦକ୍ଷେପ । ନିଟ ପରୀକ୍ଷାରେ ଖରାପ ରେଜଲ୍ଟ ଆସିବା ନେଇ ଆଶଙ୍କା କରି ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ର ଜ୍ୟୋତି ପ୍ରକାଶ ବାରିକ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗାଁରେ। ଘରେ କେହି ନ ଥିବାର ସୁଯୋଗ ନେଇ ଆତ୍ମହତ୍ୟା କରିଛନ୍ତି ଛାତ୍ର ଜଣକ । ପୂର୍ବରୁ ଜ୍ୟୋତି ଥରେ ନିଟ ପରୀକ୍ଷା ଦେଇଥିବା ବେଳେ ରେଜଲ୍ଟ ଖରାପ ହୋଇଥିଲା । ଏଥର ପୁଣି ନିଟ ପରୀକ୍ଷା ଦେଇଥିଲେ । ଖରାପ ମାର୍କ ରହିବ ବୋଲି ଜାଣିବା ପରେ ଆଜି ସେ ଆତ୍ମହତ୍ୟା କରିଛନ୍ତି । 

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ସୂଚନା ଅନୁସାରେ, ନୁନ୍ଦର ଗାଁର ଗିରିଧାରୀ ବାରିକ ଦୀର୍ଘ ବର୍ଷ ହେବ ଭଦ୍ରକ ସହରରେ ଏକ ଭଡା ଘରେ ରହି ଚା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଘରେ ସ୍ତ୍ରୀ ଓ ପୁଅ ମଧ୍ୟ ରହୁଥିଲେ । ପୁଅ ଜ୍ୟୋତି ପ୍ରକାଶ ବାରିକ ଚଳିତ ବର୍ଷ ନିଟ୍ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନ ଥିବା ନିଜେ ଜାଣିବାକୁ ପାଇଥିଲେ । ବାପା ଓ ମାଆ ଚା ଦୋକାନ ଯାଇଥିବା ବେଳେ ଜ୍ୟୋତି ଫ୍ୟାନ ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘରକୁ ଫେରି ପୁଅକୁ ଫ୍ୟନରେ ଝୁଲୁଥିବାର ଦେଖି ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର