ବିଧବା ମା’ ଭତ୍ତା ଟଙ୍କା ନ ଦେବାରୁ ଘରୁ ତଡିଦେଲା ପୁଅ, ଗାଁ ଲୋକେ ହୋଇଛନ୍ତି ସାହା

The Sakala Picture
Published On

ଭଦ୍ରକ: ଦୀର୍ଘ ୧୫ଦିନ ହେବ ପର ଓଳି ତଳେ ଆଶ୍ରୟ ନେଉଛି ଜଣେ ବିଧବା ମା’ ସୋମଲତା ସାମଲ । ଏବେ କେବଳ ବାବା ଆଖଣ୍ଡଳମଣି ମୋର ସାହା ଭରଷା ବୋଲି କହିଛନ୍ତି ବୃଦ୍ଧା ସୋମଲତା । ଛଅଟା ନୁହେଁ କି ନଅଟା ନୁହେଁ ଗୋଟିଏ ବୋଲି ତାଙ୍କର ପୁଅ। ହେଲେ ସେହି ପୁଅ ଯେ ଟଙ୍କା ପାଇଁ ଅନ୍ଧ ହୋଇ ମା’କୁ ଘରୁ ତଡି ଦିଏ ତାହା ସମାଜ ପାଇଁ କଳଙ୍କ ପାଲଟିଯାଏ।  ଏପରି ହୃଦୟ […]

ଭଦ୍ରକ: ଦୀର୍ଘ ୧୫ଦିନ ହେବ ପର ଓଳି ତଳେ ଆଶ୍ରୟ ନେଉଛି ଜଣେ ବିଧବା ମା’ ସୋମଲତା ସାମଲ । ଏବେ କେବଳ ବାବା ଆଖଣ୍ଡଳମଣି ମୋର ସାହା ଭରଷା ବୋଲି କହିଛନ୍ତି ବୃଦ୍ଧା ସୋମଲତା ।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ

ଛଅଟା ନୁହେଁ କି ନଅଟା ନୁହେଁ ଗୋଟିଏ ବୋଲି ତାଙ୍କର ପୁଅ। ହେଲେ ସେହି ପୁଅ ଯେ ଟଙ୍କା ପାଇଁ ଅନ୍ଧ ହୋଇ ମା’କୁ ଘରୁ ତଡି ଦିଏ ତାହା ସମାଜ ପାଇଁ କଳଙ୍କ ପାଲଟିଯାଏ।  ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୂସୁରୀ ଥାନା ଅନ୍ତର୍ଗତ ନାନ୍ଦପୁର ପଞ୍ଚାୟତର ଆରଡିପୀଠ ନିକଟସ୍ଥ କୋଇଲିଖିଆ ଗାଁରେ।

ଆହୁରି ପଢ଼ନ୍ତୁ: ବୈତରଣୀ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ: ଗେମନ ବ୍ରିଜ୍ ଉପରୁ ମିଳିଲା ମୋବାଇଲ୍ ଓ ଜୋତା

ସୂଚନା ଅନୁଯାୟୀ, ଏହି ଗାଁର ବିଧବା ମହିଳା ସୋମଲତା ସାମଲ ବୟସ ୬୫ ବର୍ଷ ତାଙ୍କର ଗୋଟିଏ ବୋଲି ପୁଅ । ହେଲେ ସେହି ପୁଅ ଟଙ୍କା ଲୋଭରେ ବଶୀଭୂତ ହୋଇ ଯେ ମାକୁ ତଡିଦେବ କେବେବି ସ୍ବପ୍ନରେ ଭାବି ନଥିଲା ମାଆ ସୋମଲତା । କୋରନା ମହାମାରୀ କାଳରେ ମା’ର ଭତ୍ତା ଟଙ୍କାରେ ଲୋଭାଶକ୍ତ ହୋଇ ପୁଅ ବାଙ୍କା ସାମଲ ଓ ବୋହୁ ମାକୁ ମାଡ ମାରିବା ସହ ନିର୍ଯାତନା ଦେବା ସହ ଘରୁ ତଡି ଦେଇଛନ୍ତି।

ଦୀର୍ଘ ୧୫ଦିନ ହେବ ମାଆ ସୋମଲତା ଗାଁରେ ଏହା ଓଳି ତ ଆଉ କେତେବେଳେ କାହା ପିଣ୍ଡାରେ ଆଶ୍ରୟ ନେଉଛି। ଏପରିକି ଓଳିଏ ଖାଇଲେ ଓଳିଏ ଉପାସ ରହୁଛି ବୋଲି କହିଛନ୍ତି ଗ୍ରାମବାସୀ। ଏଥିସହ ଗାଁ ଲୋକ ଏହି ବିଧବା ମାର ଏପରି ଦୁଖଃ ସହି ନପାରି ପାଳି କରି ଦେଉଛନ୍ତି ଖାଇବାକୁ।ସୋମଲତାଙ୍କର ଘରେ ତାଙ୍କ ଏକମାତ୍ର ପୁଅ ଆଉ ବୋହୁ ରହୁଛନ୍ତି ।

ପୁଅର କହିବା ଅନୁଯାୟୀ, ମାଆ ଦୀର୍ଘବର୍ଷ ହେଲା ପାଉଥିବା ବିଧାବା ଭତ୍ତା ଟଙ୍କା ତାଙ୍କୁ ଦେଉନି । ହଜାରହଜାର ଟଙ୍କା ପରଙ୍କୁ ବାଣ୍ଟି ଦେଉଛି, ତେଣୁ ତାକୁ ଘରୁ ବିଦା କରାଯାଇଛି। ଝିଅ ଘରେ ରହୁ ଝିଅକୁ ଟଙ୍କା ଦେଉଛି ମୁଁ କାହିଁକି ତାକୁ ଘରେ ରଖିବ। ଏଭଳି ଘୃଣ୍ୟ ଘଟଣା ସମ୍ପର୍କରେ ଖବର ପାଇ ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କ ନିର୍ଦେଶକ୍ରମେ ଧୂସୁରୀ ପୁଲିସ ଘଟଣା ସ୍ଥଳ ରେ ପହଁଛି ଆଜି ତଦନ୍ତ କରିଛନ୍ତି ।

08 Jul 2021 By The Sakala

ବିଧବା ମା’ ଭତ୍ତା ଟଙ୍କା ନ ଦେବାରୁ ଘରୁ ତଡିଦେଲା ପୁଅ, ଗାଁ ଲୋକେ ହୋଇଛନ୍ତି ସାହା

ଭଦ୍ରକ: ଦୀର୍ଘ ୧୫ଦିନ ହେବ ପର ଓଳି ତଳେ ଆଶ୍ରୟ ନେଉଛି ଜଣେ ବିଧବା ମା’ ସୋମଲତା ସାମଲ । ଏବେ କେବଳ ବାବା ଆଖଣ୍ଡଳମଣି ମୋର ସାହା ଭରଷା ବୋଲି କହିଛନ୍ତି ବୃଦ୍ଧା ସୋମଲତା ।

ଛଅଟା ନୁହେଁ କି ନଅଟା ନୁହେଁ ଗୋଟିଏ ବୋଲି ତାଙ୍କର ପୁଅ। ହେଲେ ସେହି ପୁଅ ଯେ ଟଙ୍କା ପାଇଁ ଅନ୍ଧ ହୋଇ ମା’କୁ ଘରୁ ତଡି ଦିଏ ତାହା ସମାଜ ପାଇଁ କଳଙ୍କ ପାଲଟିଯାଏ।  ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୂସୁରୀ ଥାନା ଅନ୍ତର୍ଗତ ନାନ୍ଦପୁର ପଞ୍ଚାୟତର ଆରଡିପୀଠ ନିକଟସ୍ଥ କୋଇଲିଖିଆ ଗାଁରେ।

ସୂଚନା ଅନୁଯାୟୀ, ଏହି ଗାଁର ବିଧବା ମହିଳା ସୋମଲତା ସାମଲ ବୟସ ୬୫ ବର୍ଷ ତାଙ୍କର ଗୋଟିଏ ବୋଲି ପୁଅ । ହେଲେ ସେହି ପୁଅ ଟଙ୍କା ଲୋଭରେ ବଶୀଭୂତ ହୋଇ ଯେ ମାକୁ ତଡିଦେବ କେବେବି ସ୍ବପ୍ନରେ ଭାବି ନଥିଲା ମାଆ ସୋମଲତା । କୋରନା ମହାମାରୀ କାଳରେ ମା’ର ଭତ୍ତା ଟଙ୍କାରେ ଲୋଭାଶକ୍ତ ହୋଇ ପୁଅ ବାଙ୍କା ସାମଲ ଓ ବୋହୁ ମାକୁ ମାଡ ମାରିବା ସହ ନିର୍ଯାତନା ଦେବା ସହ ଘରୁ ତଡି ଦେଇଛନ୍ତି।

ଦୀର୍ଘ ୧୫ଦିନ ହେବ ମାଆ ସୋମଲତା ଗାଁରେ ଏହା ଓଳି ତ ଆଉ କେତେବେଳେ କାହା ପିଣ୍ଡାରେ ଆଶ୍ରୟ ନେଉଛି। ଏପରିକି ଓଳିଏ ଖାଇଲେ ଓଳିଏ ଉପାସ ରହୁଛି ବୋଲି କହିଛନ୍ତି ଗ୍ରାମବାସୀ। ଏଥିସହ ଗାଁ ଲୋକ ଏହି ବିଧବା ମାର ଏପରି ଦୁଖଃ ସହି ନପାରି ପାଳି କରି ଦେଉଛନ୍ତି ଖାଇବାକୁ।ସୋମଲତାଙ୍କର ଘରେ ତାଙ୍କ ଏକମାତ୍ର ପୁଅ ଆଉ ବୋହୁ ରହୁଛନ୍ତି ।

ପୁଅର କହିବା ଅନୁଯାୟୀ, ମାଆ ଦୀର୍ଘବର୍ଷ ହେଲା ପାଉଥିବା ବିଧାବା ଭତ୍ତା ଟଙ୍କା ତାଙ୍କୁ ଦେଉନି । ହଜାରହଜାର ଟଙ୍କା ପରଙ୍କୁ ବାଣ୍ଟି ଦେଉଛି, ତେଣୁ ତାକୁ ଘରୁ ବିଦା କରାଯାଇଛି। ଝିଅ ଘରେ ରହୁ ଝିଅକୁ ଟଙ୍କା ଦେଉଛି ମୁଁ କାହିଁକି ତାକୁ ଘରେ ରଖିବ। ଏଭଳି ଘୃଣ୍ୟ ଘଟଣା ସମ୍ପର୍କରେ ଖବର ପାଇ ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କ ନିର୍ଦେଶକ୍ରମେ ଧୂସୁରୀ ପୁଲିସ ଘଟଣା ସ୍ଥଳ ରେ ପହଁଛି ଆଜି ତଦନ୍ତ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର