ମାଟ୍ରିକ ପରୀକ୍ଷାଫଳ: ଭଦ୍ରକ ଜିଲ୍ଲାରେ ପାସହାର ୯୬.୩୫ ପ୍ରତିଶତ, ଏ-୧ରେ ପାସ କଲେ ୧୭୦ଜଣ ଛାତ୍ରଛାତ୍ରୀ

The Sakala Picture
Published On

ଭଦ୍ରକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଭଦ୍ରକ ଜିଲ୍ଲାରେ ମୋଟ ପାସହାର ରହିଛି ୯୬.୩୫ ପ୍ରତିଶତ । ଜିଲ୍ଲାର ୩୧୮ଟି ହାଇସ୍କୁଲର ୨୦,୯୩୩ ଜଣ ନିୟମିତ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୩୮୧ ଜଣ ଅନୁପସ୍ଥିତ ଥିଲେ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦,୧୬୯ ଜଣ ତଥା ୯୬.୩୫ ପ୍ରତିଶତ ହାରରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦,୨୩୫ ଜଣ ବାଳିକା ଥିବାବେଳେ ୯,୯୩୪ ଜଣ ବାଳକ ଅଛନ୍ତି। ଏ-୧ […]

ଭଦ୍ରକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଭଦ୍ରକ ଜିଲ୍ଲାରେ ମୋଟ ପାସହାର ରହିଛି ୯୬.୩୫ ପ୍ରତିଶତ । ଜିଲ୍ଲାର ୩୧୮ଟି ହାଇସ୍କୁଲର ୨୦,୯୩୩ ଜଣ ନିୟମିତ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୩୮୧ ଜଣ ଅନୁପସ୍ଥିତ ଥିଲେ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦,୧୬୯ ଜଣ ତଥା ୯୬.୩୫ ପ୍ରତିଶତ ହାରରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦,୨୩୫ ଜଣ ବାଳିକା ଥିବାବେଳେ ୯,୯୩୪ ଜଣ ବାଳକ ଅଛନ୍ତି। ଏ-୧ ରେ ୧୧୭୦ ଜଣ ସ୍ଥାନ ପାଇଥିବା ବେଳେ ଏ-୨ ରେ ୯୩୧, ବି-୧ ରେ ୨୦୫୯, ବି-୨ ରେ ୩୬୭୬, ସି ରେ ୪୭୯୫, ଡି ରେ ୪୭୬୨, ଇ ରେ ୩୭୭୬ ଜଣ ପାସ କରିଛନ୍ତି।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

ତେବେ ଚଳିତ ପରୀକ୍ଷାରେ ଜିଲ୍ଲାରୁ ୩୮୦ ଜଣ ଫେଲ ହୋଇଥିବା ବେଳେ ୩ ଜଣ କପି କରି ଧରା ପଡ଼ିଥିବାରୁ ତାଙ୍କର ଫଳାଫଳ ଅପ୍ରକାଶିତ ରହିଛି । ସେହିଭଳି ଜିଲ୍ଲା ଟପ୍ପରଙ୍କ ନାଁ ସରକାରୀ ଭାବେ ଘୋଷଣା ହୋଇ ନଥିବା ବେଳେ ଭଦ୍ରକ ନୂଆବଜାର ସ୍ଥିତ ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ/ବିଦ୍ୟା ମନ୍ଦିରର ଛାତ୍ର ସୁବ୍ରତ କୁମାର ନାୟକ ସର୍ବାଧିକ ୫୭୭ ନମ୍ବର(୯୬.୧୬%) ରଖି ଜିଲ୍ଲା ଟପ୍ପର ହୋଇଥିବା ବେସରକାରୀ ଭାବେ ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ନବୀନଙ୍କ ଅନୁମୋଦନ: ନଭେମ୍ବର ୩୦ ଯାଏଁ ବଢ଼ିଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର