ସ୍ୱାମୀଙ୍କ ଗୋଇଠା ମାଡ଼ରେ ଅନ୍ତସତ୍ତ୍ୱା ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ

The Sakala Picture
Published On

ଭଦ୍ରକ: ଭଦ୍ରକ ଜିଲା ତିହିଡି଼ ଥାନା ଅଧୀନ ତାଳପଦା ଗ୍ରାମରେ ଶନିବାର ରାତିରେ ମୋନାଲିସା ଜେନା (୨୬)ନାମ୍ନୀ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତିହିଡି଼ ପୋଲିସ ଏହି ଘଟଣାରେ ଏକ ମକଦ୍ଦମା (ନଂ ୨୧୧/୨୫)ରୁଜୁ କରି ମହିଳାଙ୍କ ସ୍ବାମୀ ଶଙ୍କର୍ଷଣ ଜେନାକୁ ରବିବାର ଗିରଫ କରିଛି। ମୋନାଲିସାଙ୍କ ବାପା ତାଳପଦା ଗ୍ରାମର ପଞ୍ଚାନନ ଜେନା ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ଗ୍ରାମର ଟେରା ଜେନାଙ୍କ ପୁଅ ଶଙ୍କର୍ଷଣ ୫ବର୍ଷ ପୂର୍ବେ ତାଙ୍କ […]

ଭଦ୍ରକ: ଭଦ୍ରକ ଜିଲା ତିହିଡି଼ ଥାନା ଅଧୀନ ତାଳପଦା ଗ୍ରାମରେ ଶନିବାର ରାତିରେ ମୋନାଲିସା ଜେନା (୨୬)ନାମ୍ନୀ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତିହିଡି଼ ପୋଲିସ ଏହି ଘଟଣାରେ ଏକ ମକଦ୍ଦମା (ନଂ ୨୧୧/୨୫)ରୁଜୁ କରି ମହିଳାଙ୍କ ସ୍ବାମୀ ଶଙ୍କର୍ଷଣ ଜେନାକୁ ରବିବାର ଗିରଫ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ମୋନାଲିସାଙ୍କ ବାପା ତାଳପଦା ଗ୍ରାମର ପଞ୍ଚାନନ ଜେନା ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ଗ୍ରାମର ଟେରା ଜେନାଙ୍କ ପୁଅ ଶଙ୍କର୍ଷଣ ୫ବର୍ଷ ପୂର୍ବେ ତାଙ୍କ ଝିଅକୁ ବିବାହ କରିଥିଲେ । ବିବାହ ପରେ ଅଧିକ ଯୌତୁକ ଦାବି କରି ମୋନାଲିସାଙ୍କୁ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକେ ନିର୍ଯାତନା ଦେଉଥିଲେ । ମୋନାଲିସା ଗର୍ଭବତୀ ଥିବା ବେଳେ ଶନିବାର ରାତିରେ ତାଙ୍କ ଶଙ୍କର୍ଷଣ ଓ ଅନ୍ୟମାନେ ତାଙ୍କୁ ମାଡ଼ ମାରିବା ସହ ଗର୍ଭ ନଷ୍ଟ କରିବା ଉଦ୍ଦେଶ୍ୟରେ ପେଟକୁ ଗୋଇଠା ମାରିଥିଲେ। ଏଥିରେ ମୋନାଲିସା ଗୁରୁତର ଆହତ ହେବାପରେ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ମୋନାଲିସାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

15 Jun 2025 By The Sakala

ସ୍ୱାମୀଙ୍କ ଗୋଇଠା ମାଡ଼ରେ ଅନ୍ତସତ୍ତ୍ୱା ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲା ତିହିଡି଼ ଥାନା ଅଧୀନ ତାଳପଦା ଗ୍ରାମରେ ଶନିବାର ରାତିରେ ମୋନାଲିସା ଜେନା (୨୬)ନାମ୍ନୀ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତିହିଡି଼ ପୋଲିସ ଏହି ଘଟଣାରେ ଏକ ମକଦ୍ଦମା (ନଂ ୨୧୧/୨୫)ରୁଜୁ କରି ମହିଳାଙ୍କ ସ୍ବାମୀ ଶଙ୍କର୍ଷଣ ଜେନାକୁ ରବିବାର ଗିରଫ କରିଛି।

ମୋନାଲିସାଙ୍କ ବାପା ତାଳପଦା ଗ୍ରାମର ପଞ୍ଚାନନ ଜେନା ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ଗ୍ରାମର ଟେରା ଜେନାଙ୍କ ପୁଅ ଶଙ୍କର୍ଷଣ ୫ବର୍ଷ ପୂର୍ବେ ତାଙ୍କ ଝିଅକୁ ବିବାହ କରିଥିଲେ । ବିବାହ ପରେ ଅଧିକ ଯୌତୁକ ଦାବି କରି ମୋନାଲିସାଙ୍କୁ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକେ ନିର୍ଯାତନା ଦେଉଥିଲେ । ମୋନାଲିସା ଗର୍ଭବତୀ ଥିବା ବେଳେ ଶନିବାର ରାତିରେ ତାଙ୍କ ଶଙ୍କର୍ଷଣ ଓ ଅନ୍ୟମାନେ ତାଙ୍କୁ ମାଡ଼ ମାରିବା ସହ ଗର୍ଭ ନଷ୍ଟ କରିବା ଉଦ୍ଦେଶ୍ୟରେ ପେଟକୁ ଗୋଇଠା ମାରିଥିଲେ। ଏଥିରେ ମୋନାଲିସା ଗୁରୁତର ଆହତ ହେବାପରେ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ମୋନାଲିସାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।

https://www.thesakala.in/latest-odisha-news/bhadrak/alleged-death-of-incestuous-woman-after-being-beaten-by-her-husband/article-41180
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର