ଡାକ୍ତରଙ୍କ ଅବହେଳା ଯୋଗୁଁ ପରିବାର ନିୟୋଜନ ଅସ୍ତ୍ରୋପଚାରପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

The Sakala Picture
Published On

ଭଦ୍ରକ: ଭୁଲ ପରିବାର ନିୟୋଜନ ଅପରେସନ ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ । ଭଦ୍ରକ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଭଦ୍ରକ ଆଗରପଡା ଅଞ୍ଚଳର ଜୟନ୍ତୀ ବେଜ ଭଦ୍ରକ ବରପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଅପରେସନ କରିଥିଲେ । ଅସ୍ତ୍ରୋପ୍ରଚାର ପରେ ଜୟନ୍ତୀ ଘରକୁ ଫେରିଥିଲେ । କିନ୍ତୁ ସେବେଠୁ ତାଙ୍କ ପେଟ ଫୁଲିବା ସହ ଯନ୍ତ୍ରଣା ହେଉଥିଲା । ପ୍ରଥମେ ତାଙ୍କୁ ଭଦ୍ରକ ଓ […]

ଭଦ୍ରକ: ଭୁଲ ପରିବାର ନିୟୋଜନ ଅପରେସନ ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ । ଭଦ୍ରକ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଭଦ୍ରକ ଆଗରପଡା ଅଞ୍ଚଳର ଜୟନ୍ତୀ ବେଜ ଭଦ୍ରକ ବରପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଅପରେସନ କରିଥିଲେ । ଅସ୍ତ୍ରୋପ୍ରଚାର ପରେ ଜୟନ୍ତୀ ଘରକୁ ଫେରିଥିଲେ । କିନ୍ତୁ ସେବେଠୁ ତାଙ୍କ ପେଟ ଫୁଲିବା ସହ ଯନ୍ତ୍ରଣା ହେଉଥିଲା । ପ୍ରଥମେ ତାଙ୍କୁ ଭଦ୍ରକ ଓ ପରେ କଟକ ଏସସିବି ମେଡିକାଲ ନେଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି ।ମୃତା ମହିଳା ଜଣଙ୍କ ହେଲେ ଜୟନ୍ତୀ ବେଜ। ଜୟନ୍ତୀଙ୍କର ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୨୫ତାରିଖରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲା।

ଆହୁରି ପଢ଼ନ୍ତୁ: ମହାକାଳପଡ଼ା BDO ଓ IICଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋୟର ପିଏମଜିରେ ଆମରଣ ଅନଶନରେ ବସିଲେ ଚାମେଲୀ ଓଝା

ମୃତା ଜୟନ୍ତୀଙ୍କ ପିତା ହୃଷିକେଶ ବେଜଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ଜୟନ୍ତୀ ବେଜ ଓ ଜ୍ୱାଇଁ ଯଶୋବନ୍ତ ବାରିକ ଗତ ୧୬ ତାରିଖରେ ତାଙ୍କ ଘର ଆଗରପଡ଼ା ଥାନା ରାଉତରାପୁରକୁ ଆସିଥିଲେ। ଗତ ୨ବର୍ଷ ତଳେ ଜୟନ୍ତୀ ଏକମାତ୍ର ପୁତ୍ର ଅପରେସନ ଦ୍ୱାରା ଜନ୍ମ ହୋଇଥିଲା। ପୁଅ ସହିତ ଜୟନ୍ତୀ ତାଙ୍କ ରାଉତରାପୁର ଘରେ ଥିବା ବେଳେ ଆଶାକର୍ମୀ ସତ୍ୟଭାମା ମଲ୍ଲିକଙ୍କ ପରାମର୍ଶକ୍ରମେ ପରିବାର ନିୟନ୍ତ୍ରଣ ଅପରେସନ୍‌‌ ପାଇଁ ବରପଦା ଡାକ୍ତରଖାନାରେ ହୋଇଥିବା କ୍ୟାମ୍ପ୍‌‌କୁ ଗତ ୨୫ତାରିଖରେ ଯାଇଥିଲା। ସେଠାରେ ଅସ୍ତ୍ରୋପଚାର ପରେ ଜୟନ୍ତୀ ତାଙ୍କ ବାପାଙ୍କ ଘରେ ରହିଥିଲେ। ତେବେ ସେହିଦିନ ରାତିରେ ଜୟନ୍ତୀଙ୍କ ପେଟ ଫୁଲିବା, ବାନ୍ତି ହେବା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଗରପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଜୟନ୍ତୀଙ୍କ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଭଦ୍ରକରେ ପରିସ୍ରା ନାଡି କଟି ଯାଇଛି କହି ଡାକ୍ତର ମାଇନର ଅପରେସନ କରିଥିଲେ। ତେବେ ଜୟନ୍ତୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୭ତାରିଖ ମଧ୍ୟାହ୍ନ ୧ଟାରେ ଜୟନ୍ତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଶବ ବ୍ୟବଚ୍ଛେଦ କରାଇବା ପରେ ଶୁକ୍ରବାର ସନ୍ଧ୍ୟାରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରହି ମୃତାଙ୍କ ପିତା ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର ଓ ଖାମଖିଆଲ ନୀତି ଯୋଗୁଁ ତାଙ୍କ ଝିଅ ଜୟନ୍ତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନ ଓ ପୁଲିସ ଏହାର ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ମଧ୍ୟ ପିତା ହୃଷିକେଶ ବେଜ ଏତଲା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରବଳ ବର୍ଷା: ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା କଲା ପ୍ରଶାସନ

ଏ ସର୍ମ୍ପକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ବରିଷ୍ଠ ମହିଳା ଓ ପ୍ରସୂତି ବିଶେଷଜ୍ଞ ଡା. ଜଗନ୍ନାଥ ପହି ଉକ୍ତ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିଥିଲେ। ବରପଦାଠାରେ ହୋଇଥିବା କ୍ୟାମ୍ପ୍‌‌ରେ ୨୧ଜଣ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅପରେସନ ହୋଇଥିବା ସେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଗତ ଅପ୍ରେଲ ମାସ ୧ରୁ ଅଦ୍ୟାବଧି ଆମେ ୩୫୦୦ଟି ପରିବାର ନିୟନ୍ତ୍ରଣ ଅପରେସନ କରିଥିବା ବେଳେ ସେଥିରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି। ତେବେ ଏହି ଘଟଣାରେ ନିରପେକ୍ଷ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ଏସ୍‌ଆଇଆର୍‌ ପ୍ରକ୍ରିୟା: ୨୭ଲକ୍ଷ ନୁହେଁ ୩୧ ଲକ୍ଷ ଭୋଟର କଟିଛନ୍ତି, ସିଇଓଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ମଣ୍ଡଳୀ

29 Jul 2023 By The Sakala

ଡାକ୍ତରଙ୍କ ଅବହେଳା ଯୋଗୁଁ ପରିବାର ନିୟୋଜନ ଅସ୍ତ୍ରୋପଚାରପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ: ଭୁଲ ପରିବାର ନିୟୋଜନ ଅପରେସନ ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ । ଭଦ୍ରକ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଭଦ୍ରକ ଆଗରପଡା ଅଞ୍ଚଳର ଜୟନ୍ତୀ ବେଜ ଭଦ୍ରକ ବରପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଅପରେସନ କରିଥିଲେ । ଅସ୍ତ୍ରୋପ୍ରଚାର ପରେ ଜୟନ୍ତୀ ଘରକୁ ଫେରିଥିଲେ । କିନ୍ତୁ ସେବେଠୁ ତାଙ୍କ ପେଟ ଫୁଲିବା ସହ ଯନ୍ତ୍ରଣା ହେଉଥିଲା । ପ୍ରଥମେ ତାଙ୍କୁ ଭଦ୍ରକ ଓ ପରେ କଟକ ଏସସିବି ମେଡିକାଲ ନେଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି ।ମୃତା ମହିଳା ଜଣଙ୍କ ହେଲେ ଜୟନ୍ତୀ ବେଜ। ଜୟନ୍ତୀଙ୍କର ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୨୫ତାରିଖରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲା।

ମୃତା ଜୟନ୍ତୀଙ୍କ ପିତା ହୃଷିକେଶ ବେଜଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ଜୟନ୍ତୀ ବେଜ ଓ ଜ୍ୱାଇଁ ଯଶୋବନ୍ତ ବାରିକ ଗତ ୧୬ ତାରିଖରେ ତାଙ୍କ ଘର ଆଗରପଡ଼ା ଥାନା ରାଉତରାପୁରକୁ ଆସିଥିଲେ। ଗତ ୨ବର୍ଷ ତଳେ ଜୟନ୍ତୀ ଏକମାତ୍ର ପୁତ୍ର ଅପରେସନ ଦ୍ୱାରା ଜନ୍ମ ହୋଇଥିଲା। ପୁଅ ସହିତ ଜୟନ୍ତୀ ତାଙ୍କ ରାଉତରାପୁର ଘରେ ଥିବା ବେଳେ ଆଶାକର୍ମୀ ସତ୍ୟଭାମା ମଲ୍ଲିକଙ୍କ ପରାମର୍ଶକ୍ରମେ ପରିବାର ନିୟନ୍ତ୍ରଣ ଅପରେସନ୍‌‌ ପାଇଁ ବରପଦା ଡାକ୍ତରଖାନାରେ ହୋଇଥିବା କ୍ୟାମ୍ପ୍‌‌କୁ ଗତ ୨୫ତାରିଖରେ ଯାଇଥିଲା। ସେଠାରେ ଅସ୍ତ୍ରୋପଚାର ପରେ ଜୟନ୍ତୀ ତାଙ୍କ ବାପାଙ୍କ ଘରେ ରହିଥିଲେ। ତେବେ ସେହିଦିନ ରାତିରେ ଜୟନ୍ତୀଙ୍କ ପେଟ ଫୁଲିବା, ବାନ୍ତି ହେବା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଗରପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଜୟନ୍ତୀଙ୍କ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଭଦ୍ରକରେ ପରିସ୍ରା ନାଡି କଟି ଯାଇଛି କହି ଡାକ୍ତର ମାଇନର ଅପରେସନ କରିଥିଲେ। ତେବେ ଜୟନ୍ତୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୭ତାରିଖ ମଧ୍ୟାହ୍ନ ୧ଟାରେ ଜୟନ୍ତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଶବ ବ୍ୟବଚ୍ଛେଦ କରାଇବା ପରେ ଶୁକ୍ରବାର ସନ୍ଧ୍ୟାରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରହି ମୃତାଙ୍କ ପିତା ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର ଓ ଖାମଖିଆଲ ନୀତି ଯୋଗୁଁ ତାଙ୍କ ଝିଅ ଜୟନ୍ତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନ ଓ ପୁଲିସ ଏହାର ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ମଧ୍ୟ ପିତା ହୃଷିକେଶ ବେଜ ଏତଲା ଦେଇଛନ୍ତି।

ଏ ସର୍ମ୍ପକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ବରିଷ୍ଠ ମହିଳା ଓ ପ୍ରସୂତି ବିଶେଷଜ୍ଞ ଡା. ଜଗନ୍ନାଥ ପହି ଉକ୍ତ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିଥିଲେ। ବରପଦାଠାରେ ହୋଇଥିବା କ୍ୟାମ୍ପ୍‌‌ରେ ୨୧ଜଣ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅପରେସନ ହୋଇଥିବା ସେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଗତ ଅପ୍ରେଲ ମାସ ୧ରୁ ଅଦ୍ୟାବଧି ଆମେ ୩୫୦୦ଟି ପରିବାର ନିୟନ୍ତ୍ରଣ ଅପରେସନ କରିଥିବା ବେଳେ ସେଥିରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି। ତେବେ ଏହି ଘଟଣାରେ ନିରପେକ୍ଷ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର