ବାସୁଦେବପୁର ଅଭିଷେକ ମହାପାତ୍ରଙ୍କ ସ୍ତ୍ରୀ ମୌସୁମୀଙ୍କ ମହାନତା : ସ୍ୱାମୀଙ୍କ ଚିକତ୍ସା ସହାୟତା ରାଶିରୁ ବଳିଥିବା ୪୦ଲକ୍ଷ ଟଙ୍କା ଜିଲ୍ଲାପାଳଙ୍କୁ କଲେ ଫେରସ୍ତ

The Sakala Picture
Published On

ଭଦ୍ରକ : ଗତ ବର୍ଷ ମେ ମାସ ୫ତାରିଖରେ ବିବାହ କରିଥିବା ଭଦ୍ରକ ଜିଲ୍ଲା ବାସୁଦେପପୁର ଥାନା ମନ୍ଦାରି ଅଞ୍ଚଳ ଅଭିଷେକ ମହାପାତ୍ର ବିବାହାର ମାତ୍ର ୮ଦିନ ପରେ କୋଭିଡ ଆକ୍ରାନ୍ତ ହୋଇ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ଦୀର୍ଘ ୨୧ଦିନ ଭେଣ୍ଟିଲେଟରରେ ରହିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଲିଫ୍ଟରେ କୋଲକାତାକୁ ଗତବର୍ଷ ଜୁନ ୯ତାରିଖରେ ନିଆଯାଇ ଏକମୋ ଚିକିତ୍ସାରେ ରଖା ଯାଇଥିଲା । ତେବେ ୩ମାସ କାଳ ବ୍ୟୟବହୁଳ ଏକମୋ ଚିକିତ୍ସାରେ ରହି […]

ଭଦ୍ରକ : ଗତ ବର୍ଷ ମେ ମାସ ୫ତାରିଖରେ ବିବାହ କରିଥିବା ଭଦ୍ରକ ଜିଲ୍ଲା ବାସୁଦେପପୁର ଥାନା ମନ୍ଦାରି ଅଞ୍ଚଳ ଅଭିଷେକ ମହାପାତ୍ର ବିବାହାର ମାତ୍ର ୮ଦିନ ପରେ କୋଭିଡ ଆକ୍ରାନ୍ତ ହୋଇ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ଦୀର୍ଘ ୨୧ଦିନ ଭେଣ୍ଟିଲେଟରରେ ରହିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଲିଫ୍ଟରେ କୋଲକାତାକୁ ଗତବର୍ଷ ଜୁନ ୯ତାରିଖରେ ନିଆଯାଇ ଏକମୋ ଚିକିତ୍ସାରେ ରଖା ଯାଇଥିଲା । ତେବେ ୩ମାସ କାଳ ବ୍ୟୟବହୁଳ ଏକମୋ ଚିକିତ୍ସାରେ ରହି ଶେଷରେ ଗତ ସେପ୍ଟେମ୍ବର ୩ତାରିଖରେ ଅଭିଷେକ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ।

ଆହୁରି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କ ପାଇଁ ଦୁଇଗୁଣା ହେଲା ୫ କେଜି FTL ସିଲିଣ୍ଡର ଦୈନିକ ଯୋଗାଣ

ଆହୁରି ପଢ଼ନ୍ତୁ: ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ନେଇ SOP ଜାରି

ତେବେ ଅଭିଷେକଙ୍କ ଜୀବନ ବଞ୍ଚାଇବାକୁ ଆର୍ଥିକ ସହାୟତା ଦେବାକୁ ତାଙ୍କ ପତ୍ନୀ ମୌସୁମୀ ମହାନ୍ତି ଓଡିଶା ବାସୀଙ୍କୁ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବିନମ୍ର ନିବେଦନ କରିଥିଲେ । ପରେ ଓଡିଶାବାସୀ ବିବାହର ୮ଦିନ ପରେ ଜଣେ ସ୍ତ୍ରୀ ମୌସୁମୀ ଏଭଳି ଦୁଃଖ ଦୂର କରିବାକୁ ପ୍ରାୟ କୋଟିଏ ରୁ ଉର୍ଦ୍ଧ୍ଵ ଟଙ୍କାର ସହାୟତା ପ୍ରଦାନ କରିଥିଲେ । ତେବେ ସ୍ୱାମୀ ଅଭିଷେକ ଚିକିତ୍ସା ରେ ଖର୍ଚ୍ଚ ପରେ ବଳିଥିବା ୪୦ଲକ୍ଷ ଟଙ୍କା କୁ ଆଜି ମୌସୁମୀ ଭଦ୍ରକ ରୋଟାରୀ କ୍ଲବ ମିଡ ଟାଉନ ଜରିଆରେ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ ଡ୍ରାଫ୍ଟ ଆକାରରେ ପ୍ରଦାନ କରିଛନ୍ତି । ସେ ୩୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ପ୍ରଦାନ କରିବା ସହ ୧୦ଲକ୍ଷ ଟଙ୍କା ଭଦ୍ରକ ରେଡ଼କ୍ରସକୁ ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ୧୪ରେ କାହିଁକି ପାଳନ କରାଯାଏ ଓଡ଼ିଆ ନବବର୍ଷ? ଜାଣନ୍ତୁ ପଣା ସଂକ୍ରାନ୍ତିର ଇତିହାସ ଓ ମହତ୍ତ୍ୱ

ଏହି ଟଙ୍କା ଫେରସ୍ତ କରିବା ସମୟରେ ଅଭିଷେକ ମହାପାତ୍ରଙ୍କ ସ୍ତ୍ରୀ ମୌସୁମୀ କହିଛନ୍ତି ସେ ତ ଚାଲିଗଲେ ତାଙ୍କ ଚିକିତ୍ସା ପାଇଁ ଲୋକମାନେ ଦାନ କରିଥିବା ଟଙ୍କା ଆଉ କେଉଁ ଅସହାୟର ଚିକିତ୍ସାରେ ଲାଗୁ।  ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ ଓଡିଶାବାସୀ ମୋତେ ଯୋଗାଇଥିବା ସହାୟତା ରାଶିରୁ ବଳକା ଅର୍ଥ ୪୦ଲକ୍ଷ ଟଙ୍କାରେ ଅନ୍ୟ କେହି ଅସହାୟ ମଣିଷର ଜୀବନ ବଞ୍ଚି ଯିବା ଭଳି ମହାନ ଉଦ୍ଧେଶ୍ୟ ରେ ମୌସୁମୀ ଏହି ଅର୍ଥ ଫେରସ୍ତ ଲରିଥିବା କହିଛନ୍ତି । ମୌସୁମୀଙ୍କ ସହ ତାଙ୍କ ପିତା ଚିତ୍ତରଞ୍ଜନ ମହାନ୍ତି, ରୋଟାରୀ କ୍ଲବ ର ଅତିଶ ବେହେରା, ଆଇନଜୀବୀ ଧୀରେନ୍ଦ୍ର ରାୟ ଓ ତାଙ୍କ ସର୍ମ୍ପକୀୟ ମାନେ ଉପସ୍ଥିତ ଥିଲେ । ମୌସୁମୀଙ୍କ ଏହି ମହାନତା ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି ।

17 Jan 2022 By The Sakala

ବାସୁଦେବପୁର ଅଭିଷେକ ମହାପାତ୍ରଙ୍କ ସ୍ତ୍ରୀ ମୌସୁମୀଙ୍କ ମହାନତା : ସ୍ୱାମୀଙ୍କ ଚିକତ୍ସା ସହାୟତା ରାଶିରୁ ବଳିଥିବା ୪୦ଲକ୍ଷ ଟଙ୍କା ଜିଲ୍ଲାପାଳଙ୍କୁ କଲେ ଫେରସ୍ତ

ଭଦ୍ରକ : ଗତ ବର୍ଷ ମେ ମାସ ୫ତାରିଖରେ ବିବାହ କରିଥିବା ଭଦ୍ରକ ଜିଲ୍ଲା ବାସୁଦେପପୁର ଥାନା ମନ୍ଦାରି ଅଞ୍ଚଳ ଅଭିଷେକ ମହାପାତ୍ର ବିବାହାର ମାତ୍ର ୮ଦିନ ପରେ କୋଭିଡ ଆକ୍ରାନ୍ତ ହୋଇ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ଦୀର୍ଘ ୨୧ଦିନ ଭେଣ୍ଟିଲେଟରରେ ରହିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଲିଫ୍ଟରେ କୋଲକାତାକୁ ଗତବର୍ଷ ଜୁନ ୯ତାରିଖରେ ନିଆଯାଇ ଏକମୋ ଚିକିତ୍ସାରେ ରଖା ଯାଇଥିଲା । ତେବେ ୩ମାସ କାଳ ବ୍ୟୟବହୁଳ ଏକମୋ ଚିକିତ୍ସାରେ ରହି ଶେଷରେ ଗତ ସେପ୍ଟେମ୍ବର ୩ତାରିଖରେ ଅଭିଷେକ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ।

ତେବେ ଅଭିଷେକଙ୍କ ଜୀବନ ବଞ୍ଚାଇବାକୁ ଆର୍ଥିକ ସହାୟତା ଦେବାକୁ ତାଙ୍କ ପତ୍ନୀ ମୌସୁମୀ ମହାନ୍ତି ଓଡିଶା ବାସୀଙ୍କୁ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବିନମ୍ର ନିବେଦନ କରିଥିଲେ । ପରେ ଓଡିଶାବାସୀ ବିବାହର ୮ଦିନ ପରେ ଜଣେ ସ୍ତ୍ରୀ ମୌସୁମୀ ଏଭଳି ଦୁଃଖ ଦୂର କରିବାକୁ ପ୍ରାୟ କୋଟିଏ ରୁ ଉର୍ଦ୍ଧ୍ଵ ଟଙ୍କାର ସହାୟତା ପ୍ରଦାନ କରିଥିଲେ । ତେବେ ସ୍ୱାମୀ ଅଭିଷେକ ଚିକିତ୍ସା ରେ ଖର୍ଚ୍ଚ ପରେ ବଳିଥିବା ୪୦ଲକ୍ଷ ଟଙ୍କା କୁ ଆଜି ମୌସୁମୀ ଭଦ୍ରକ ରୋଟାରୀ କ୍ଲବ ମିଡ ଟାଉନ ଜରିଆରେ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ ଡ୍ରାଫ୍ଟ ଆକାରରେ ପ୍ରଦାନ କରିଛନ୍ତି । ସେ ୩୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ପ୍ରଦାନ କରିବା ସହ ୧୦ଲକ୍ଷ ଟଙ୍କା ଭଦ୍ରକ ରେଡ଼କ୍ରସକୁ ପ୍ରଦାନ କରିଛନ୍ତି ।

ଏହି ଟଙ୍କା ଫେରସ୍ତ କରିବା ସମୟରେ ଅଭିଷେକ ମହାପାତ୍ରଙ୍କ ସ୍ତ୍ରୀ ମୌସୁମୀ କହିଛନ୍ତି ସେ ତ ଚାଲିଗଲେ ତାଙ୍କ ଚିକିତ୍ସା ପାଇଁ ଲୋକମାନେ ଦାନ କରିଥିବା ଟଙ୍କା ଆଉ କେଉଁ ଅସହାୟର ଚିକିତ୍ସାରେ ଲାଗୁ।  ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ ଓଡିଶାବାସୀ ମୋତେ ଯୋଗାଇଥିବା ସହାୟତା ରାଶିରୁ ବଳକା ଅର୍ଥ ୪୦ଲକ୍ଷ ଟଙ୍କାରେ ଅନ୍ୟ କେହି ଅସହାୟ ମଣିଷର ଜୀବନ ବଞ୍ଚି ଯିବା ଭଳି ମହାନ ଉଦ୍ଧେଶ୍ୟ ରେ ମୌସୁମୀ ଏହି ଅର୍ଥ ଫେରସ୍ତ ଲରିଥିବା କହିଛନ୍ତି । ମୌସୁମୀଙ୍କ ସହ ତାଙ୍କ ପିତା ଚିତ୍ତରଞ୍ଜନ ମହାନ୍ତି, ରୋଟାରୀ କ୍ଲବ ର ଅତିଶ ବେହେରା, ଆଇନଜୀବୀ ଧୀରେନ୍ଦ୍ର ରାୟ ଓ ତାଙ୍କ ସର୍ମ୍ପକୀୟ ମାନେ ଉପସ୍ଥିତ ଥିଲେ । ମୌସୁମୀଙ୍କ ଏହି ମହାନତା ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର