ଦଶଜଣ ଝିଅ ନିଜ କାନ୍ଧରେ ପିତାଙ୍କ କୋକେଇକୁ ବୋହି ଗାଁ ମଶାଣୀରେ କଲେ ସତ୍କାର

The Sakala Picture
Published On

ମେଲଛାମୁଣ୍ଡା/ଗାଇସିଲେଟ: ଆଜି ମେଲଛାମୁଣ୍ଡା ଜଗନ୍ନାଥ ମନ୍ଦିରର ପୂଜକ ଘାସିରାମ ପାଣିଗ୍ରାହୀଙ୍କ ନିଧନ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହେଉଥିଲା। ସେ ଦୀର୍ଘ ୧୨ ବର୍ଷ ହେଲା ଅନ୍ନ ଗ୍ରହଣ କରୁ ନ ଥିଲେ। ଦିନରେ କେବଳ ଗୋଟିଏ ଗ୍ଲାସ କ୍ଷୀର ଏବଂ ଗୋଟିଏ ରୁଟିରେ ଦୀର୍ଘ ୧୨ବର୍ଷ ପର୍ଯ୍ୟନ୍ତ ସୁସ୍ଥତାର ସହ ବଞ୍ଚି ରହିଥିଲେ। ସେ ଜଣେ ସରଳ ତଥା ମିଷ୍ଟଭାଷୀ ଥିଲେ । ତାଙ୍କର ନିଧନ ଖବର ପାଇ ଅଞ୍ଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି […]

ମେଲଛାମୁଣ୍ଡା/ଗାଇସିଲେଟ: ଆଜି ମେଲଛାମୁଣ୍ଡା ଜଗନ୍ନାଥ ମନ୍ଦିରର ପୂଜକ ଘାସିରାମ ପାଣିଗ୍ରାହୀଙ୍କ ନିଧନ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହେଉଥିଲା। ସେ ଦୀର୍ଘ ୧୨ ବର୍ଷ ହେଲା ଅନ୍ନ ଗ୍ରହଣ କରୁ ନ ଥିଲେ। ଦିନରେ କେବଳ ଗୋଟିଏ ଗ୍ଲାସ କ୍ଷୀର ଏବଂ ଗୋଟିଏ ରୁଟିରେ ଦୀର୍ଘ ୧୨ବର୍ଷ ପର୍ଯ୍ୟନ୍ତ ସୁସ୍ଥତାର ସହ ବଞ୍ଚି ରହିଥିଲେ। ସେ ଜଣେ ସରଳ ତଥା ମିଷ୍ଟଭାଷୀ ଥିଲେ । ତାଙ୍କର ନିଧନ ଖବର ପାଇ ଅଞ୍ଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିଥିଲେ। ତାଙ୍କର ପୁତ୍ର ନ ଥିଲେ ହେଁ ଦଶଟି ଝିଅ ଅଛନ୍ତି। ତାଙ୍କର ଦଶ ଜଣ ଝିଅ ଉଚ୍ଚ ଶିକ୍ଷିତା ଅଟନ୍ତି। ପିତାଙ୍କ ଅସୁସ୍ଥତାର ଖବର ପାଇ ଦଶ ଝିଅ ତାଙ୍କ ମେଲଛାମୁଣ୍ଡାସ୍ଥିତ ବାସ ଭବନକୁ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ ଏବଂ ସେମାନେ ନିଜ କାନ୍ଧରେ ଶବକୁ ବୋହି ଗାଁ ମଶାଣୀ ପର୍ଯ୍ୟନ୍ତ ନେଇଥିଲେ। ଦଶ ଝିଅଙ୍କର ଏତାଦୃଶ କାର୍ଯ୍ୟକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରୁଛନ୍ତି। ତେବେ ତାଙ୍କ ଅନ୍ତେଷ୍ଟି ସମୟରେ ଦଶ ଜଣ ଝିଅଙ୍କ ଉପସ୍ଥିତିରେ ତାଙ୍କର ଜ୍ୱାଇଁ ତଥା ବର୍ତମାନର ମନ୍ଦିର ପୂଜକ ଗୌରାଙ୍ଗ ପଣ୍ଡା ମୁଖାଗ୍ନୀ ଦେଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର