ମନୋରଞ୍ଜନ
କରୋନା ଲଢ଼େଇରେ ସମ୍ମୁଖ ଯୋଦ୍ଧା: ବରଗଡ଼ ସହରାଞ୍ଚଳ ପାଇଁ ଅକୁହା ମା’ ପାଲଟିଯାଇଛନ୍ତି ଆଶା କର୍ମୀ ପଙ୍କଜିନୀ
ବରଗଡ଼: ଚାରିଆଡ଼େ କରୋନା ଚିନ୍ତା। ସମସ୍ତଙ୍କ ମନରେ ଅଜଣା ଲୁକ୍କାୟିତ ମୃତ୍ୟୁ ଭୟ। ସାଂପ୍ରତିକ ପରିସ୍ଥିତିରେ ନିଜ ସ୍ଵାସ୍ଥ୍ୟ କଥା ଭାବିବା ଓ ଚାରିକାନ୍ଥ ଭିତରେ ରହିବା ହିଁ ବୁଦ୍ଧିମାନର କାମ। ସାମାନ୍ୟ ଥଣ୍ଡା, କାଶ ଜ୍ବର ବି ମନରେ ଅଜଣା ଭୟ ସୃଷ୍ଟି କରୁଛି । ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ବିପଦ ସମୟରେ ସମସ୍ତଙ୍କ ପାଇଁ ଅକୁହା ମା’ ପାଲଟିଯାଇଛନ୍ତି ବରଗଡ଼ ସହରାଞ୍ଚଳର ଆଶା କର୍ମୀ ପଙ୍କଜିନୀ ଗଏଁତା। ୱାର୍ଡବାସୀଙ୍କୁ ଆପଣାଇ ନେଇଛନ୍ତି ନିଜର […]
ବରଗଡ଼: ଚାରିଆଡ଼େ କରୋନା ଚିନ୍ତା। ସମସ୍ତଙ୍କ ମନରେ ଅଜଣା ଲୁକ୍କାୟିତ ମୃତ୍ୟୁ ଭୟ। ସାଂପ୍ରତିକ ପରିସ୍ଥିତିରେ ନିଜ ସ୍ଵାସ୍ଥ୍ୟ କଥା ଭାବିବା ଓ ଚାରିକାନ୍ଥ ଭିତରେ ରହିବା ହିଁ ବୁଦ୍ଧିମାନର କାମ। ସାମାନ୍ୟ ଥଣ୍ଡା, କାଶ ଜ୍ବର ବି ମନରେ ଅଜଣା ଭୟ ସୃଷ୍ଟି କରୁଛି । ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ବିପଦ ସମୟରେ ସମସ୍ତଙ୍କ ପାଇଁ ଅକୁହା ମା’ ପାଲଟିଯାଇଛନ୍ତି ବରଗଡ଼ ସହରାଞ୍ଚଳର ଆଶା କର୍ମୀ ପଙ୍କଜିନୀ ଗଏଁତା। ୱାର୍ଡବାସୀଙ୍କୁ ଆପଣାଇ ନେଇଛନ୍ତି ନିଜର ଜନ୍ମ କଲା ଶିଶୁ ଭଳି।

ମାତ୍ର ୩୫ ବର୍ଷ ବୟସରେ ସ୍ବାମୀଙ୍କ ହରାଇଥିବା ପଙ୍କଜିନୀଙ୍କ ପାଇଁ କିନ୍ତୁ କରୋନା ଆଣିଦେଇଛି ନୂଆ ସମ୍ପର୍କର ସେତୁ। କରୋନା ଟିକାକରଣ ପାଇଁ ପଙ୍କଜିନୀଙ୍କ ଦାୟିତ୍ବ ବଢ଼ିଯାଇଥିବା ବେଳେ ଦିନ ଅଧିକାଂଶ ସମୟ ବିତୁଛି ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟରେ। ୧୮-୪୪ ବର୍ଷ ବୟସ୍କଙ୍କ ଭେକ୍ସିନ ପାଇଁ ଲୋକେ ରୁଣ୍ଡ ହେଉଥିବା ବେଳେ ଭେକ୍ସିନେସନ୍ କାମ କିପରି ସୁରୁଖୁରୁରେ ଚାଲିବ ସେଥିପାଇଁ ପଙ୍କଜିନୀ ଧ୍ୟାନ ଦେଉଛନ୍ତି। ନିଷ୍ଠାପର ସେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ୨୦୧୮ରେ ତାଙ୍କୁ ସମ୍ମାନିତ ବି କରାଯାଇଛି। ପଙ୍କଜିନୀ କହନ୍ତି, ଲୋକଙ୍କ ଭିତରେ ଏବେବି କରୋନାକୁ ନେଇ ଏକ ଘୃଣ୍ୟ ମାନସିକତା ଦେଖାଦେଇଛି। କରୋନା ଲକ୍ଷଣ ନେଇ ଲୋକେ ତଥ୍ୟ ଓ ସୂଚନା ଲୁଚାଉଛନ୍ତି। ଖାଲି ଫୋନ୍ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି। ଅକ୍ସିମିଟର ଓ ଥର୍ମାଲ ସ୍କ୍ରିନିଂ ପାଇଁ ଘରକୁ ପହଞ୍ଚି ଯୋଗାଯୋଗ କଲେ ନିଜ ଠିକଣା ଲୁଚାଉଛନ୍ତି। ଲୋକେ ଯଦି ବାସ୍ତବିକ ସହଯୋଗ କରନ୍ତେ, ତେବେ ହୁଏତ ଆଉ ଶୀଘ୍ର କରୋନା ସଂକ୍ରମଣକୁ ରୋକା ଯାଇପାରନ୍ତା ।
ରାଜ୍ୟ ସରକାରଙ୍କ ଆଶା କର୍ମୀଙ୍କ ପରିବାର ପ୍ରତି ସହାୟତା ରାଶି ଓ ପେନ୍ସନ୍ ଯୋଜନାକୁ ସ୍ବାଗତ କରିଛନ୍ତି ପଙ୍କଜିନୀ। ସେ କହନ୍ତି, ଗତ କରୋନା ସମୟରୁ ହିଁ ଏହି ପ୍ରୟାସ ଆରମ୍ଭ ହୋଇଛି। ପ୍ରତିଦିନ ଲୋକଙ୍କ ଘରକୁ ଘର ଯାଇ ପରିବାରର ସଦସ୍ୟମାନଙ୍କୁ କରୋନା ସଂକ୍ରମଣ ସମ୍ବନ୍ଧୀୟ ଲକ୍ଷଣ ବାବଦରେ ବୁଝାଇବା, ମାସ୍କ ବ୍ୟବହାର କରିବା, ହାତ ଭଲ ଭାବେ ଧୋଇବା ତଥା ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଉଛି। କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କିମ୍ବା କରୋନା ଲକ୍ଷଣ ବ୍ୟକ୍ତିଙ୍କ ପରିବାର ପ୍ରତି ଘୃଣା ନ କରି ପ୍ରଥମେ କିପରି ଏହାର ପରୀକ୍ଷା କରିହେବ ସେ ବାବଦରେ ଲୋକଙ୍କୁ ସଚେତନ କରୁଛନ୍ତି। କେବଳ ସେତିକି ନୁହେଁ; ପଙ୍କଜିନୀଙ୍କ ପ୍ରୟାସରେ ଏବେ ସହରର ଏହି ଦୁଇ ୱାର୍ଡ଼ରେ ନବ ସଂକ୍ରମିତଙ୍କ ସଂଖ୍ୟା ଢେର୍ ହ୍ରାସ ପାଇଛି। ସେ ନିୟମିତ ରୂପେ ଅକ୍ସିମିଟର ସହାୟତାର ଅମ୍ଳଜାନ ସ୍ତର ମାପିବା , ଔଷଧ ଯୋଗାଇ ଦେବା ଆଦି କାମ କରୁଛନ୍ତି। ଏହା ବ୍ୟତୀତ ସେ ୱାର୍ଡର ବିଭିନ୍ନ ବସ୍ତି ଅଞ୍ଚଳ ବୁଲି ଶିଶୁମାନଙ୍କ ଯତ୍ନ ନେବା ସହ ପୁଷ୍ଟିକର ଖାଦ୍ୟ ବଣ୍ଟନ, ପିଲାମାନଙ୍କ ପାଠପଢ଼ାରେ ମା’ ମାନେ କିପରି ସମୟ ଦେବେ ସେକଥା ବୁଝନ୍ତି। ଶିଶୁଙ୍କ ଭବିଷ୍ୟତ ବିଷୟରେ ଅବଗତ କରାଇ କରାଇ ସେ ସ୍ଥାନୀୟ ଅଞ୍ଚଳରେ ଶତାଧିକ ପିଲାଙ୍କ ପାଇଁ ମା’ ପାଲଟିଯାଇଛନ୍ତି।

ସେବା ତଥା ପରିବାରର ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ ୨୦୧୫ ରେ ଆଶାକର୍ମୀ ଭାବରେ ଯୋଗ ଦିଅନ୍ତି ପଙ୍କଜିନୀ। ବରଗଡ଼ ସହରର ୱାର୍ଡ ୯ ଓ ୧୮ ନମ୍ବର ଦାୟିତ୍ବରେ ୨୯୮୯ଟି ପରିବାରର ୧୧ ହଜାର ୨୦୧ ଲୋକଙ୍କ ଦାୟିତ୍ବ ଏବେ ତାଙ୍କ ଉପରେ । ମାସିକ ୩୦୦୦ ଟଙ୍କା ଭଡ଼ାଦେଇ ଦୁଇ ପୁଅଙ୍କୁ ଧରି ଏକାକି ରହୁଛନ୍ତି ପଙ୍କଜିନୀ। ସ୍ବାମୀଙ୍କ ମୃତ୍ୟୁର ୧୫ ଦିନ ପରେ ପରିବାର ଚଳାଇବା ପାଇଁ ପଙ୍କଜିନୀ ଘରୁ ପାଦ କାଢ଼ିଛନ୍ତି ଯେ ଆଉ କେବେ ପଛକୁ ଫେରି ଚାହିଁନାହାଁନ୍ତି। ସକାଳ ୫ ଟାରୁ ନିତ୍ୟକର୍ମ ଓ ରୋଷେଇ କାମ ସାରି ଲୋକଙ୍କ ସେବାରେ ବାହାରି ପଡ଼ନ୍ତି ଘରୁ, ଆଉ ଫେରନ୍ତି ଦିନ ୨ ଟାରେ। ଏହାବାଦ୍, ବି ଆବଶ୍ୟକ ପଡ଼ିଲେ ସେ ନିଜ କାମରୁ ସମୟ ବାହାର କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରୁଥିବା ପଙ୍କଜିନୀ କହିଛନ୍ତି।





