ମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ମାମଲା: ଡିଇଓ, ବିଇଓଙ୍କ ସହ ପିଇଟିଙ୍କୁ ଗିରଫ କଲା ପୋଲିସ

Madhusudan Das Picture
Published On

ବରଗଡ଼: ବରଗଡ଼ ଟାଉନ ଥାନାଞ୍ଚଳରେ ମହିଳା CRCCଙ୍କୁ ଯୌନ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ। ଡିଇଓ, ବିଇଓଙ୍କ ସହ ପିଇଟି ସାର୍ ଙ୍କୁ ଗିରଫ କଲା ବରଗଡ଼ ପୋଲିସ। ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ବରଗଡ ବ୍ଲକ ଶିକ୍ଷାଧିକାରୀ ସୁରେନ୍ଦ୍ର ସାହୁ ଓ ସତଲମା ସ୍କୁଲର PET ସମୀର ପାଣିଗ୍ରାହୀଙ୍କୁ ଗିରଫ କରିଛି ପୋଲିସ। ଗତକାଲି ତିନି ଅଧିକାରୀଙ୍କୁ ଉଠାଇନେଇଥିଲା ବରଗଡ଼ ଟାଉନ ପୋଲିସ । ଗିରଫ ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିବ ପୋଲିସ ।

ଆହୁରି ପଢ଼ନ୍ତୁ: ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ସୂଚନା anusaare, ବରଗଡ଼ ପୌରାଞ୍ଚଳରେ ଜଣେ ମହିଳା ସିଆରସିସିଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା । ଅଶ୍ଳୀଳ ମେସେଜ ସହ ଯୌନ ନିର୍ଯ୍ୟାତନା ଦେଉଥିବା ନେଇ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ ମହିଳା ସିଆରସିସି । ତାଙ୍କ ଏଫଆଇଆର୍ ଆଧାରରେ ପୋଲିସ ବୁଧବାର ଅପରାହ୍ଣରେ ଦୁଇ ଶିକ୍ଷା ଅଧିକାରୀଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା । ଦୀର୍ଘ ସମୟ ଧରି ଜେରା କରିବା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । 

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

30 Apr 2026 By Madhusudan Das

ମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ମାମଲା: ଡିଇଓ, ବିଇଓଙ୍କ ସହ ପିଇଟିଙ୍କୁ ଗିରଫ କଲା ପୋଲିସ

ବରଗଡ଼: ବରଗଡ଼ ଟାଉନ ଥାନାଞ୍ଚଳରେ ମହିଳା CRCCଙ୍କୁ ଯୌନ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ। ଡିଇଓ, ବିଇଓଙ୍କ ସହ ପିଇଟି ସାର୍ ଙ୍କୁ ଗିରଫ କଲା ବରଗଡ଼ ପୋଲିସ। ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ବରଗଡ ବ୍ଲକ ଶିକ୍ଷାଧିକାରୀ ସୁରେନ୍ଦ୍ର ସାହୁ ଓ ସତଲମା ସ୍କୁଲର PET ସମୀର ପାଣିଗ୍ରାହୀଙ୍କୁ ଗିରଫ କରିଛି ପୋଲିସ। ଗତକାଲି ତିନି ଅଧିକାରୀଙ୍କୁ ଉଠାଇନେଇଥିଲା ବରଗଡ଼ ଟାଉନ ପୋଲିସ । ଗିରଫ ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିବ ପୋଲିସ ।

ସୂଚନା anusaare, ବରଗଡ଼ ପୌରାଞ୍ଚଳରେ ଜଣେ ମହିଳା ସିଆରସିସିଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା । ଅଶ୍ଳୀଳ ମେସେଜ ସହ ଯୌନ ନିର୍ଯ୍ୟାତନା ଦେଉଥିବା ନେଇ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ ମହିଳା ସିଆରସିସି । ତାଙ୍କ ଏଫଆଇଆର୍ ଆଧାରରେ ପୋଲିସ ବୁଧବାର ଅପରାହ୍ଣରେ ଦୁଇ ଶିକ୍ଷା ଅଧିକାରୀଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା । ଦୀର୍ଘ ସମୟ ଧରି ଜେରା କରିବା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର