ପଦମପୁରରେ ଜିଏସଟି ରେଡ୍ ବେଳେ ବିଜେପିର ଗୁଣ୍ଡାରାଜକୁ ବିଜେଡିର ତୀବ୍ର ନିନ୍ଦା

The Sakala Picture
Published On

ଭୁବନେଶ୍ୱର: ପଦମପୁର ଉପନିର୍ବାଚନକୁ ନେଇ ବିଜେଡିର ପ୍ରେସମିଟ୍ । ଜିଏସଟି ରେଡ୍ ବେଳେ ବିଜେପି ଦ୍ୱାରା ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର, ଗୌତମବୁଦ୍ଧ ଦାସ, ଇପ୍ସିତା ସାହୁ ପ୍ରେସମିଟ୍ କରି ବିଜେପିକୁ ଭର୍ତ୍ସନା କରିଛନ୍ତି । ସସ୍ମିତ କହିଛନ୍ତି ପଦମପୁରରେ ହିଂସା ରଚୁଛି ବିଜେପି । ଜିଏସଟି ରେଡ୍ ବେଳେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ନିନ୍ଦନୀୟ । ମହିଳା କର୍ମଚାରୀଙ୍କୁ ବି ଛାଡିଲେନି ଦୁର୍ବ୍ୟବହାର କଲେ ବିଜେପି କର୍ମୀ […]

ଭୁବନେଶ୍ୱର: ପଦମପୁର ଉପନିର୍ବାଚନକୁ ନେଇ ବିଜେଡିର ପ୍ରେସମିଟ୍ । ଜିଏସଟି ରେଡ୍ ବେଳେ ବିଜେପି ଦ୍ୱାରା ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର, ଗୌତମବୁଦ୍ଧ ଦାସ, ଇପ୍ସିତା ସାହୁ ପ୍ରେସମିଟ୍ କରି ବିଜେପିକୁ ଭର୍ତ୍ସନା କରିଛନ୍ତି । ସସ୍ମିତ କହିଛନ୍ତି ପଦମପୁରରେ ହିଂସା ରଚୁଛି ବିଜେପି । ଜିଏସଟି ରେଡ୍ ବେଳେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ନିନ୍ଦନୀୟ । ମହିଳା କର୍ମଚାରୀଙ୍କୁ ବି ଛାଡିଲେନି ଦୁର୍ବ୍ୟବହାର କଲେ ବିଜେପି କର୍ମୀ ।

ଆହୁରି ପଢ଼ନ୍ତୁ: ବିଜେପିରୁ ଇସ୍ତଫା ଦେଲେ କେ. ଅଣ୍ଣାମଲାଇ, ନୂଆ ଦଳ ଗଠନ ନେଇ ଚର୍ଚ୍ଚା ଜୋର

ଓଡ଼ିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଏପରି ଗୁଣ୍ଡାଗର୍ଦ୍ଦି ବରଦାସ୍ତ କରାଯିବନି । ସିଇଓଙ୍କ ନିକଟରେ ଦାବି କରୁଛୁ ଯେ ସେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏଥିସହିତ ଠାକୁର ରଞ୍ଜିତ ଦାସଙ୍କୁ ପ୍ରଚାରରୁ ବ୍ୟାନ କରାଯାଉ ଏବଂ ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କୁ କ୍ୟାମ୍ପେନ କରିବାକୁ ନଦିଆଯାଉ ବୋଲି ଦାବି କରିଛି ବିଜେଡି । ପ୍ରାଚର ବେଳେ ଏମାନେ ବିଜେପି କର୍ମୀଙ୍କ ସହ ହିଂସା ରଚୁଛନ୍ତି ।

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

ସେହିପରି କାଳନ୍ଦୀ ସାମଲ ଓ କୁସୁମ ଟେଟେଙ୍କୁ ମଧ୍ୟ କ୍ୟାମ୍ପେନରୁ ବାଦ୍ ପାଇଁ ଦାବି କରାଯାଇଛି । ଆଇଟି ରେଡକୁ ବିଜେଡି ନେତା ଓ କର୍ମୀ ସମ୍ମନା ଦେଇଥିବା ବେଳେ ଜିଏସଟି ରେଡ୍ ବେଳେ ବିଜେପି କର୍ମୀ ଓ ନେତା ବାଧା ଦେବା ସହ ଗୁଣ୍ଡାଗର୍ଦ୍ଦି କାହିଁକି କଲେ? ଜିଏସଟି ରେଡକୁ କାହିଁକି ବିରୋଧ? କାହିଁକି ରେଡ୍ ବେଳେ ଅଧିକାରୀଙ୍କଠୁ କାଗଜ ଛଡ଼ାଇଲେ ବୋଲି ପ୍ରଶ୍ନ କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ଟିଏମସିରେ ମହାବିଦ୍ରୋହ: ସାମ୍ନାକୁ ଆସିଲା ୧୯ ବିଦ୍ରୋହୀ ସାଂସଦଙ୍କ ତାଲିକା, ଶତ୍ରୁଘ୍ନ ସିହ୍ନା ଓ ୟୁସୁଫ ପଠାନଙ୍କ ନାମ ସାମିଲ

ସସ୍ମିତ ପାତ୍ର କହିଛନ୍ତି, ଗତକାଲି ବିଜେପି କର୍ମୀ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିବା ପରେ କିଡନାପ ଥିଓରୀ ରଚିଥିଲେ । ବିଜେଡିକୁ ବଦନାମ କରିବା ପାଇଁ କିଡନାମ କରାଯାଇଥିବା ଅଭିଯୋଗ କରିଥିଲା ବିଜେପି । ହେଲେ ନିଜେ ଉକ୍ତ କର୍ମୀ ମାନିଛନ୍ତି ଯେ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିବା ପରେ ସେ ଏପରି ଥିଓରୀ ରଚିଥିଲେ । ଏପରି ରାଜନୀତି ବନ୍ଦ କରିବାକୁ ସସ୍ମିତ କହିଛନ୍ତି ।

ହାରିବା ଭୟରେ ବିଳିବିଳେଇ ହୋଇ ବିଜେପି ହିଂସାତ୍ମକ ପନ୍ଥା ଆପଣେଇଛି । ପଦମପୁରବାସୀ ଏହାର ଜବାବ ୫ ତାରିଖରେ ଦେବେ । ଗତକାଲି ଜିଏସଟି ରେଡ୍ ବେଳେ ବିଜେପି ବିଧାୟିକା କୁସୁମ ଟେଟେ ଗୁଣ୍ଡାଗର୍ଦ୍ଦି କରିଥିଲେ । ଶହେ କର୍ମୀଙ୍କୁ ନେଇ ଜିଏସଟି ରେଡ୍ ବେଳେ ଧମକାଇଥିଲେ । ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ପଶି GST ଅଧିକାରୀଙ୍କୁ ବାରଣ କରିଥିଲେ ।

29 Nov 2022 By The Sakala

ପଦମପୁରରେ ଜିଏସଟି ରେଡ୍ ବେଳେ ବିଜେପିର ଗୁଣ୍ଡାରାଜକୁ ବିଜେଡିର ତୀବ୍ର ନିନ୍ଦା

ଭୁବନେଶ୍ୱର: ପଦମପୁର ଉପନିର୍ବାଚନକୁ ନେଇ ବିଜେଡିର ପ୍ରେସମିଟ୍ । ଜିଏସଟି ରେଡ୍ ବେଳେ ବିଜେପି ଦ୍ୱାରା ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର, ଗୌତମବୁଦ୍ଧ ଦାସ, ଇପ୍ସିତା ସାହୁ ପ୍ରେସମିଟ୍ କରି ବିଜେପିକୁ ଭର୍ତ୍ସନା କରିଛନ୍ତି । ସସ୍ମିତ କହିଛନ୍ତି ପଦମପୁରରେ ହିଂସା ରଚୁଛି ବିଜେପି । ଜିଏସଟି ରେଡ୍ ବେଳେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ନିନ୍ଦନୀୟ । ମହିଳା କର୍ମଚାରୀଙ୍କୁ ବି ଛାଡିଲେନି ଦୁର୍ବ୍ୟବହାର କଲେ ବିଜେପି କର୍ମୀ ।

ଓଡ଼ିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଏପରି ଗୁଣ୍ଡାଗର୍ଦ୍ଦି ବରଦାସ୍ତ କରାଯିବନି । ସିଇଓଙ୍କ ନିକଟରେ ଦାବି କରୁଛୁ ଯେ ସେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏଥିସହିତ ଠାକୁର ରଞ୍ଜିତ ଦାସଙ୍କୁ ପ୍ରଚାରରୁ ବ୍ୟାନ କରାଯାଉ ଏବଂ ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କୁ କ୍ୟାମ୍ପେନ କରିବାକୁ ନଦିଆଯାଉ ବୋଲି ଦାବି କରିଛି ବିଜେଡି । ପ୍ରାଚର ବେଳେ ଏମାନେ ବିଜେପି କର୍ମୀଙ୍କ ସହ ହିଂସା ରଚୁଛନ୍ତି ।

ସେହିପରି କାଳନ୍ଦୀ ସାମଲ ଓ କୁସୁମ ଟେଟେଙ୍କୁ ମଧ୍ୟ କ୍ୟାମ୍ପେନରୁ ବାଦ୍ ପାଇଁ ଦାବି କରାଯାଇଛି । ଆଇଟି ରେଡକୁ ବିଜେଡି ନେତା ଓ କର୍ମୀ ସମ୍ମନା ଦେଇଥିବା ବେଳେ ଜିଏସଟି ରେଡ୍ ବେଳେ ବିଜେପି କର୍ମୀ ଓ ନେତା ବାଧା ଦେବା ସହ ଗୁଣ୍ଡାଗର୍ଦ୍ଦି କାହିଁକି କଲେ? ଜିଏସଟି ରେଡକୁ କାହିଁକି ବିରୋଧ? କାହିଁକି ରେଡ୍ ବେଳେ ଅଧିକାରୀଙ୍କଠୁ କାଗଜ ଛଡ଼ାଇଲେ ବୋଲି ପ୍ରଶ୍ନ କରିଛି ବିଜେଡି ।

ସସ୍ମିତ ପାତ୍ର କହିଛନ୍ତି, ଗତକାଲି ବିଜେପି କର୍ମୀ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିବା ପରେ କିଡନାପ ଥିଓରୀ ରଚିଥିଲେ । ବିଜେଡିକୁ ବଦନାମ କରିବା ପାଇଁ କିଡନାମ କରାଯାଇଥିବା ଅଭିଯୋଗ କରିଥିଲା ବିଜେପି । ହେଲେ ନିଜେ ଉକ୍ତ କର୍ମୀ ମାନିଛନ୍ତି ଯେ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିବା ପରେ ସେ ଏପରି ଥିଓରୀ ରଚିଥିଲେ । ଏପରି ରାଜନୀତି ବନ୍ଦ କରିବାକୁ ସସ୍ମିତ କହିଛନ୍ତି ।

ହାରିବା ଭୟରେ ବିଳିବିଳେଇ ହୋଇ ବିଜେପି ହିଂସାତ୍ମକ ପନ୍ଥା ଆପଣେଇଛି । ପଦମପୁରବାସୀ ଏହାର ଜବାବ ୫ ତାରିଖରେ ଦେବେ । ଗତକାଲି ଜିଏସଟି ରେଡ୍ ବେଳେ ବିଜେପି ବିଧାୟିକା କୁସୁମ ଟେଟେ ଗୁଣ୍ଡାଗର୍ଦ୍ଦି କରିଥିଲେ । ଶହେ କର୍ମୀଙ୍କୁ ନେଇ ଜିଏସଟି ରେଡ୍ ବେଳେ ଧମକାଇଥିଲେ । ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ପଶି GST ଅଧିକାରୀଙ୍କୁ ବାରଣ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର