ବରଗଡ଼ ଜିଲ୍ଲାର ମନଭଙ୍ଗ ଠାରେ ଦେଢ଼ ହଜାର ବର୍ଷର ପୁରୁଣା ତେନ୍ତୁଳି ଗଛ ଠାବ
ବରଗଡ଼: ବରଗଡ଼ ଜିଲ୍ଳାର ପାଇକମାଲ ବ୍ଳକ ମନଭଙ୍ଗ ଡ଼େମ ନିକଟରେ ଅନ୍ୟୁନ୍ୟ ଦେଢ଼ହଜାର ବର୍ଷର ଏକ ପୁରୁଣା ତେନ୍ତୁଳି ଗଛ ବରଗଡ଼ର ଅଗ୍ରଗାମୀ ବାୟୋଡ଼ାଇଭରସିଟି ସେଲର ସଦସ୍ୟ ମାନଙ୍କ ଦ୍ୱାରା ଠାବ କରାଯାଇଛି । ସମୁଦ୍ର ପତନର ୩୮୪.୮୬ ମିଟର ଉଚ୍ଚରେ ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ୨୦.୮୬ ଅକ୍ଷାଂଶ ଓ ୮୨.୭୭ ଦ୍ରାଘିମାରେ ଅବସ୍ଥିତ ଏହି ପୁରୁଣା ତେନ୍ତୁଳି ଗଛଟି ଅନୁନ୍ୟ ଦେଢ଼ ହଜାର ବର୍ଷର ପୁରୁଣା ହୋଇପାରେ ବୋଲି ବିଶିଷ୍ଟ ପ୍ଳାଣ୍ଟ ଟେକ୍ସୋନୋମିଷ୍ଟ ପାରେଶ୍ୱର […]
ବରଗଡ଼: ବରଗଡ଼ ଜିଲ୍ଳାର ପାଇକମାଲ ବ୍ଳକ ମନଭଙ୍ଗ ଡ଼େମ ନିକଟରେ ଅନ୍ୟୁନ୍ୟ ଦେଢ଼ହଜାର ବର୍ଷର ଏକ ପୁରୁଣା ତେନ୍ତୁଳି ଗଛ ବରଗଡ଼ର ଅଗ୍ରଗାମୀ ବାୟୋଡ଼ାଇଭରସିଟି ସେଲର ସଦସ୍ୟ ମାନଙ୍କ ଦ୍ୱାରା ଠାବ କରାଯାଇଛି । ସମୁଦ୍ର ପତନର ୩୮୪.୮୬ ମିଟର ଉଚ୍ଚରେ ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ୨୦.୮୬ ଅକ୍ଷାଂଶ ଓ ୮୨.୭୭ ଦ୍ରାଘିମାରେ ଅବସ୍ଥିତ ଏହି ପୁରୁଣା ତେନ୍ତୁଳି ଗଛଟି ଅନୁନ୍ୟ ଦେଢ଼ ହଜାର ବର୍ଷର ପୁରୁଣା ହୋଇପାରେ ବୋଲି ବିଶିଷ୍ଟ ପ୍ଳାଣ୍ଟ ଟେକ୍ସୋନୋମିଷ୍ଟ ପାରେଶ୍ୱର ସାହୁ ସୂଚନା ଦେଇଛନ୍ତି । ଏହି ମଦର ପ୍ଳାଣ୍ଟକୁ ଆଶ୍ରାକରି ତାର ପାରିପାଶ୍ୱର୍କ ଅଞ୍ଚଳରେ ଏକ ଘଞ୍ଚ ତେନ୍ତୁଳି ବଣ ଗଢ଼ିଉଠିଛି ।
ଐତିହାସିକ ତଥ୍ୟ ଅନୁଯାୟୀ, ଗନ୍ଧମାର୍ଦ୍ଦନ ପର୍ବତକୁ କନ୍ଧମାନେ ଆସି ପ୍ରଥମେ ଏହି ତେନ୍ତୁଳି ବୃକ୍ଷ ତଲେ ଆଶ୍ରୟ ନେଇଥିଲେ । ସେଠାରେ ତାଙ୍କର ଆଦ୍ୟ ଦେବତାକୁ ସ୍ଥାପନା କରି ପରବର୍ତି ସମୟରେ ବିଭିିନ୍ନ ଅଞ୍ଚଳକୁ ଯାତ୍ରା କରିଥିଲେ । ଏଣୁ କନ୍ଧମାନେ ଏହି ସ୍ଥାନଟିକୁ ପବିତ୍ର ଆଦିସ୍ଥାନ ରୂପେ ଗ୍ରହଣ କରିଥାନ୍ତି। କନ୍ଧମାନଙ୍କ ଆଦି ପୁରୁଷ କନ୍ଧବୁଢ଼ା ବୁଢ଼ୀ ଗନ୍ଧମାର୍ଦ୍ଦନରେ କନ୍ଦା ଖୋଲୁଥିବା ସମୟରେ ନୃସିଂହନାଥ ଭଗବାନଙ୍କୁ ପାଇ ପୂଜା କରୁଥିଲେ । ପରବର୍ତି ସମୟରେ ରାଜା ବୈଜଳ ଦେବ ସେଠାରେ ମନ୍ଦିର ନିର୍ମାଣ କରିଥିବା ‘ନୃସିଂହନାଥ ଶିଲାଲିପି’ରୁ ଉଲ୍ଲେଖ କରାଯାଇଛି। ଏହି ମନ୍ଦିରଟି ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଜଣାଯାଏ । ଏହି ହୃଷ୍ଟିରୁ ମନଭଙ୍ଗର ଏହି ପ୍ରାଚୀନ ମୂଳ ତେନ୍ତୁଳି ଗଛଟି ଅନୁନ୍ୟ ଦେଢ଼ ହଜାର ବର୍ଷର ପୁରୁଣା ଅଟେ । ଏହାର ଗଣ୍ଡି ୧୫ ଫୁଟରୁ ବି ଅଧିକ ଅଟେ । ଏକ ସଙ୍ଗରେ ପାଞ୍ଚ ଜଣ ହାତକୁ ହାତ ଧରି ଛିଡ଼ା ହେଲେ ମଧ୍ୟ ଗଣ୍ଡିର ଦୈର୍ଘ୍ୟ ମାପିବା ସମ୍ଭବପର ନୁହେଁ । ସାଧାରଣତଃ ତେନ୍ତୁଲି ଗଛ ଚାରି଼ଶହ ବର୍ଷ ବଞ୍ଚିଥାଏ । ଭାରତରେ ସବୁଠାରୁ ପୁରୁଣା ଚାରିଶହ ବର୍ଷର ପୁରୁଣା ତେନ୍ତୁଳି ଗଛ ନେଲୁର ଜଙ୍ଗଳରେ ରହିଛି । ମାତ୍ର ଓଡ଼ିଶାର ଗନ୍ଧମାର୍ଦ୍ଦନର ଏହି ଜୀବନ୍ତ ତେନ୍ତୁଲି ଗଛଟି ଦେଢ଼ ହଜାର ବର୍ଷରୁ ବି ଅଧିକ ପୁରୁଣା ହୋଇଥିବା ଜଣାପଡ଼ିଛି । ଏଣୁ କାର୍ବନ ଡ଼େଟିଙ୍ଗ ପଦ୍ଧତିରେ ଓଡ଼ିଶାର ଏହି ପୁରୁଣା ତେନ୍ତୁଲି ଗଛଟିର ବୟସ ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି। କାରଣ ଏହା ସମ୍ଭବତଃ ସମଗ୍ର ଭାରତ ବର୍ଷର ପ୍ରାଚୀନ ତେନ୍ତୁଲି ଗଛ ହୋଇପାରେ।