ପୋଖରୀରେ ବୁଡ଼ି ଇସ୍ରୋର ଯୁବ ବୈଜ୍ଞାନିକଙ୍କ ଅକାଳ ବିୟୋଗ

The Sakala Picture
Published On

ବରଗଡ: ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକ ଝାରପାଲି ଗାଁର ଯୁବ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନଙ୍କ ଆଜି ପୂର୍ବାହ୍ନରେ ଅକାଳ ବିୟୋଗ ଘଟିଛି। ସେ ଇସ୍ରୋରେ ବୈଜ୍ଞାନିକ ଭାବେ ପ୍ରାୟ ୨ ବର୍ଷ ତଳେ ଯୋଗଦାନ କରିଥିଲେ। ଗତ ଶନିବାର ଦିନ ଛୁଟିରେ ଗାଁକୁ ଆସିଥିଲେ ସେ । ଆଜି ଗାଁର ଏକ ପୋଖରୀରେ ସାଙ୍ଗ ମାନଙ୍କ ସହ ଗାଧୋଉ ଥିବାବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । […]

ବରଗଡ: ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକ ଝାରପାଲି ଗାଁର ଯୁବ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନଙ୍କ ଆଜି ପୂର୍ବାହ୍ନରେ ଅକାଳ ବିୟୋଗ ଘଟିଛି। ସେ ଇସ୍ରୋରେ ବୈଜ୍ଞାନିକ ଭାବେ ପ୍ରାୟ ୨ ବର୍ଷ ତଳେ ଯୋଗଦାନ କରିଥିଲେ। ଗତ ଶନିବାର ଦିନ ଛୁଟିରେ ଗାଁକୁ ଆସିଥିଲେ ସେ । ଆଜି ଗାଁର ଏକ ପୋଖରୀରେ ସାଙ୍ଗ ମାନଙ୍କ ସହ ଗାଧୋଉ ଥିବାବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: ପରୀକ୍ଷା ଅବ୍ୟବସ୍ଥାକୁ ନେଇ ନବୀନଙ୍କ କ୍ଷୋଭ: ଭରସା ଭାଙ୍ଗିଛି ଶିକ୍ଷା ବ୍ୟବସ୍ଥା, ଛାତ୍ରଙ୍କ ସହ ଆଲୋଚନା କରନ୍ତୁ ସରକାର

ନିହାରଙ୍କ ବୟସ ମାତ୍ର ୨୭ ବର୍ଷ । ଇସ୍ରୋ ବୈଜ୍ଞାନିକ ଭାବେ ସେ କେରଳରେ କାର୍ଯ୍ୟରତ ଥିଲେ । ଗତ ୧୫ ତାରିଖ ଛୁଟିରେ ସେ ନିଜ ଗାଁକୁ ଆସିଥିଲେ । ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମେ’ ପହିଲାରେ ସେ କେରଳ ଫେରିଯିବାର ଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଆହୁରି ପଢ଼ନ୍ତୁ: ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା

18 Apr 2022 By The Sakala

ପୋଖରୀରେ ବୁଡ଼ି ଇସ୍ରୋର ଯୁବ ବୈଜ୍ଞାନିକଙ୍କ ଅକାଳ ବିୟୋଗ

ବରଗଡ: ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକ ଝାରପାଲି ଗାଁର ଯୁବ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନଙ୍କ ଆଜି ପୂର୍ବାହ୍ନରେ ଅକାଳ ବିୟୋଗ ଘଟିଛି। ସେ ଇସ୍ରୋରେ ବୈଜ୍ଞାନିକ ଭାବେ ପ୍ରାୟ ୨ ବର୍ଷ ତଳେ ଯୋଗଦାନ କରିଥିଲେ। ଗତ ଶନିବାର ଦିନ ଛୁଟିରେ ଗାଁକୁ ଆସିଥିଲେ ସେ । ଆଜି ଗାଁର ଏକ ପୋଖରୀରେ ସାଙ୍ଗ ମାନଙ୍କ ସହ ଗାଧୋଉ ଥିବାବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ନିହାରଙ୍କ ବୟସ ମାତ୍ର ୨୭ ବର୍ଷ । ଇସ୍ରୋ ବୈଜ୍ଞାନିକ ଭାବେ ସେ କେରଳରେ କାର୍ଯ୍ୟରତ ଥିଲେ । ଗତ ୧୫ ତାରିଖ ଛୁଟିରେ ସେ ନିଜ ଗାଁକୁ ଆସିଥିଲେ । ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମେ’ ପହିଲାରେ ସେ କେରଳ ଫେରିଯିବାର ଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର